Advertisement
Photo Details/zeeodisha/odisha1858972
photoDetails0hindi

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ସେପ୍ଟେମ୍ବର ୭ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର

1/12

ମେଷ: ହସ ଖୁସିର ଦିନ ଅତିବାହିତ ହେବ। ସ୍ୱାସ୍ଥ୍ୟ ଭଲ ରହିବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ। ବ୍ୟବସାୟରେ ଅଭିବୃଦ୍ଧି ହେବ। ସନ୍ତାନଙ୍କ କାର୍ଯ୍ୟ କଳାପ ଆପଣଙ୍କୁ ଖୁସି ପ୍ରଦାନ କରିବ।  

2/12

ବୃଷ: ଦେହ ଓ ମନ ଭଲ ରହିବ। କର୍ମ କ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ପ୍ରଶଂସା ପାଇବେ। ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ। ପାରିବାରିକ ସୁଖଶାନ୍ତି ଲାଭ କରିବେ। ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ।  

 

3/12

ମିଥୁନ: ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳିବେ। ଆୟ ଉତ୍ତମ ହେବ। ବ୍ୟବସାୟ ଲାଭଜନକ ହେବ। ସନ୍ତାନଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟି ପ୍ରକାଶ କରିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୂରଯାତ୍ରା ସଫଳ ହେବ।  

4/12

କର୍କଟ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ। ବ୍ୟବସାୟରେ ଲାଭବାନ ହେବେ। ପରିବାରରେ ହସଖୁସିର ଲହରୀ ଲାଗି ରହିବ। ପଡୋଶୀଙ୍କ ସହ ସମ୍ପର୍କ ସୁଦୃଢ ହେବ।  

5/12

ସିଂହ: ମନ ପ୍ରସନ୍ନ ରହିବ। କାର୍ଯ୍ୟାଳୟରେ ଅଧିକ ଉର୍ତ୍ସଗୀକୃତ ହୋଇ କାର୍ଯ୍ୟ କରିବେ। ଆୟ ଉତ୍ତମ ହେବ। ବ୍ୟବସାୟ ଲାଭପ୍ରଦ ହେବ। ମାନି ମୋକଦ୍ଦମାରେ ବିଜୟୀ ହେବେ।

6/12

କନ୍ୟା: ଅସୁସ୍ଥତାରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବେ। କର୍ମ କ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଅନୁକୂଳ ରହିବ। ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭମୟ ଅଟେ।

7/12

ତୁଳା: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅଶାନ୍ତିର କାରଣ ହେବ। ସନ୍ତାନଙ୍କ ପଢାପଢି ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। କୋର୍ଟ  କଚେରୀ ସମ୍ପର୍କିତ ରାୟ ଆପଣଙ୍କ ବିପକ୍ଷରେ ଯିବ।

8/12

ବିଛା: ଶରୀର ସୁସ୍ଥ ରହିବ। ପ୍ରତିଟି କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ। ଆର୍ଥିକ ଅଭିବୃଦ୍ଧି ଘଟିବ। କାର୍ଯ୍ୟାଳୟରେ ଅଧ୍ୟସ୍ତନ କର୍ମଚାରୀଙ୍କ ଦ୍ୱାରା ସମ୍ମାନ ପାଇବେ। ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହୁଛି। 

9/12

ଧନୁ: ଶାରୀରିକ ଅସୁସ୍ଥତା ଦେଖାଦେବ। ଆର୍ଥିକ ସ୍ଥିତିରେ ଅବନତି ହେବ। କର୍ମ କ୍ଷେତ୍ରରେ କର୍ମଚାପ ବଢିବ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ବ୍ୟବସାୟ ମଧ୍ୟମ ଧରଣର ହେବ।  

10/12

ମକର: ଶରୀର ଆରୋଗ୍ୟ ରହିବ। କର୍ତ୍ତବ୍ୟ ନିଷ୍ଠ ହେବେ। ଆୟ ଓ ବ୍ୟୟ ସମାନ ରହିବ। ପାରିବାରିକ ସୁଖସମ୍ମାନ ଲାଭ କରିବେ। ସେବା ପୂଜା ପ୍ରତି ମନ ବଳିବ। ବ୍ୟବସାୟ ଲାଭପ୍ରଦ ହେବ। 

 

11/12

କୁମ୍ଭ: ବ୍ୟସ୍ତତା ଭିତରେ ଦିନ କଟିବ। ଠକାମିର ଶିକାର ହେବେ। କୌଣସି ଦ୍ରବ୍ୟ ହଜି, ଚୋରି ବା ନଷ୍ଟ ହୋଇପାରେ। ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ।

 

12/12

ମୀନ: ଦେହ ଓ ମନ ଭଲ ରହିବ। କର୍ମ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ରୋଜଗାର ଭଲ ରହିବ। ବ୍ୟବସାୟ ଆଶାନୁରୂପକ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ।