Advertisement
Photo Details/zeeodisha/odisha1605691
photoDetails0hindi

Richest temples in India: ଭାରତର ଏଗୁଡିକ ହେଉଛି ୫ଟି ଧନୀ ମନ୍ଦିର, ଯେଉଁଠାରେ ପ୍ରତିବର୍ଷ ଲୋକ ଦାନକରନ୍ତି କୋଟି କୋଟି ଟଙ୍କା

Top 5 richest temples in India: ଭାରତରେ ଥିବା ମନ୍ଦିରଗୁଡ଼ିକ ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଭାରତରେ ଅନେକ ମନ୍ଦିର ଅଛି ଯେଉଁଠାରେ ପ୍ରତିବର୍ଷ ଲୋକ କୋଟି କୋଟି ଟଙ୍କା ଦାନ କରି ଦେଇଥାନ୍ତି । ଏଠାରେ ଆମେ ଆପଣଙ୍କୁ ଏପରି ୫ଟି ମନ୍ଦିର ବିଷୟରେ କହୁଛୁ, ଯାହାକୁ ଦେଶର ସବୁଠୁ ବଡ଼ ଧନୀ ମନ୍ଦିର ମଧ୍ୟରେ ଗଣାଯାଏ ।

1/5

Richest temples in India: ଭାରତରେ ଅନେକ ମନ୍ଦିର ଅଛି ଯେଉଁଠାରେ ପ୍ରତିବର୍ଷ ଲୋକ କୋଟି କୋଟି ଟଙ୍କା ଦାନ କରିଥାନ୍ତି । ଏଥିମଧ୍ୟରୁ କେରଳର ତ୍ରିଭାନ୍ଦ୍ରମରେ ଅବସ୍ଥିତ ପଦ୍ମନାଭସ୍ୱାମୀ ମନ୍ଦିରକୁ (Padmanabhaswamy Temple) ଭାରତର ସବୁଠାରୁ ଧନୀ ମନ୍ଦିର ଭାବରେ ଗଣାଯାଏ । ଏହି ମନ୍ଦିରର ଭଣ୍ଡାରରେ ହୀରା, ସୁନା ଅଳଙ୍କାର ଓ ସୁନା ମୂର୍ତ୍ତି ସହ ଭରପୂର ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମନ୍ଦିରର ୬ଟି ଟ୍ରେଜେରିରେ ମୋଟ ସମ୍ପତ୍ତି ୨୦ ବିଲିୟନ ଡଲାର ଅଟେ । ମନ୍ଦିରରେ ସ୍ଥାପିତ ଭଗବାନ ମହାବିଷ୍ଣୁଙ୍କ ପ୍ରତିମା ସୁନାରେ ନିର୍ମିତ । ମୂର୍ତ୍ତିର ଆନୁମାନିକ ମୂଲ୍ୟ ୫୦୦ କୋଟି ଟଙ୍କା ।

2/5

Tirupati Balaji Temple: ଦେଶର ସବୁଠାରୁ ଧନୀ ମନ୍ଦିର ତାଲିକାରେ ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ଦ୍ୱିତୀୟ ସ୍ଥାନରେ ରହିଛି । କିଛି ମାସ ପୂର୍ବରୁ ଟେମ୍ପଲ ମେନେଜମେଣ୍ଟ କହିଛି ଯେ ୫,୩୦୦ କୋଟି ଟଙ୍କା ମୂଲ୍ୟର ୧୦.୩ ଟନ୍ ସୁନା ଓ ତିରୁପତି ବାଲାଜୀ ମନ୍ଦିରର ୧୫,୯୩୮ କୋଟି ଟଙ୍କାର ସୁନା ବ୍ୟାଙ୍କରେ ଜମା ହୋଇଛି । ଏହିପରି ଭାବରେ ଏହି ମନ୍ଦିରର ମୋଟ ସମ୍ପତ୍ତି ୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି ।

3/5

Sri Shirdi Saibaba Temple: ଦେଶର ସବୁଠାରୁ ଧନୀ ମନ୍ଦିର ତାଲିକାରେ ତୃତୀୟ ସ୍ଥାନରେ ମହାରାଷ୍ଟ୍ରର ସିରିଡ଼ିରେ ଅବସ୍ଥିତ ସିରିଡ଼ି ସାଇ ବାବା ମନ୍ଦିର ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମନ୍ଦିରରେ ୩୮୦ କିଲୋଗ୍ରାମ ସୁନା, ୪,୪୨୮ କିଲୋଗ୍ରାମ ରୂପା ସହ ଡଲାର ଓ ପାଉଣ୍ଡ ପରି ବିଦେଶୀ ମୁଦ୍ରା ଆକାରରେ ବିପୁଳ ପରିମାଣର ଟଙ୍କା ରହିଛି ଓ ଏହାର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୧୮୦୦ କୋଟି ଟଙ୍କା ଜମା ରହିଛି ।

4/5

Vaishno Devi Mandir: ଭାରତର ସ୍ୱୀକୃତିପ୍ରାପ୍ତ ଶକ୍ତି ପୀଠ ମନ୍ଦିର ମଧ୍ୟରୁ ବୌଷ୍ଣୋବୀ ଦେବୀ ମନ୍ଦିର ହେଉଛି ଦେଶର ସବୁଠାରୁ ଧନୀ ମନ୍ଦିର ମଧ୍ୟରୁ ଗୋଟିଏ । ବର୍ଷସାରା ହଜାର ହଜାର ଭକ୍ତ ଏଠାକୁ ଆସି ମାଆଙ୍କୁ ଦର୍ଶନ କରନ୍ତି । ଟୁର ମାଇ ଇଣ୍ଡିଆ ଡଟ୍ କମ୍ ଅନୁଯାୟୀ ଶ୍ରଦ୍ଧାଳୁଙ୍କ ଦ୍ୱାରା ବାର୍ଷିକ ୫୦୦ କୋଟି ଟଙ୍କା ଭକ୍ତଙ୍କ ଠାରୁ ମନ୍ଦିରକୁ ଦାନ ମିଳିଥାଏ ।

5/5

Siddhivinayak Temple: ମୁମ୍ବାଇର ସିଦ୍ଧବିନାୟକ ମନ୍ଦିର ଭଗବାନ ଗଣେଶଙ୍କୁ ଉତ୍ସର୍ଗ କରାଯାଇଛି । ସେଲିବ୍ରିଟିଙ୍କ ଠାରୁ ସାଧାରଣ ନାଗରିକ ପର୍ଯ୍ୟନ୍ତ ଏଠାକୁ ଯାଇ ଆଶୀର୍ବାଦ ଭିକ୍ଷା କରନ୍ତି । ସୂଚନା ଅନୁଯାୟୀ, ଏହି ମନ୍ଦିରକୁ ୩.୭ କିଲୋଗ୍ରାମ ସୁନାରେ ଆବୃତ କରାଯାଇଛି । ମନ୍ଦିର ଦାନ ଓ ନୌବେଦ୍ୟରୁ ବାର୍ଷିକ ପ୍ରାୟ ୧୨୫ କୋଟି ଟଙ୍କା ରୋଜଗାର କରିଥାଏ ।