Advertisement
photoDetails0hindi

Team India: ଭାରତୀୟ ଟିମର ଏହି ଖେଳାଳିଙ୍କ ଭାଙ୍ଗିଲା ହୃଦୟ, ଏବେ ୨ୟ ଗର୍ଲଫ୍ରେଣ୍ଡ ବି କରିଦେଲେ ବ୍ରେକଅପ !

Indian Cricket Team: ଭାରତୀୟ ଟିମର ବିସ୍ଫୋରକ ବ୍ୟାଟସ ମ୍ୟାନ୍ ପୃଥ୍ୱୀ ଶ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଭାରତ ସିରିଜ କ୍ଲିନ୍ ସ୍ୱିପ ସମୟରେ ପୃଥ୍ୱୀ ଶ ଏହି ସିରିଜ ର ଏକ ଅଂଶ ରହିଥିଲେ। ତେବେ ଏହାରି ମଧ୍ୟରେ ପୃଥ୍ୱୀ ଶ ଙ୍କ ସହ କିଛି ଇଣ୍ଟ୍ରେଷ୍ଟିଂ କଥା ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ (Prithvi Shaw) ଓ  ତାଙ୍କ ଗର୍ଲଫ୍ରେଣ୍ଡ ନିଧି ତପାଡ଼ିଆ (Nidhi Tapadia) ଙ୍କ ସହ ବ୍ରେକ ଅପ ହୋଇଥିବା ଖବର ସାମ୍ନାକୁ ଆସିଛି। 

1/5

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୃଥ୍ୱୀ ଶ (Prithvi Shaw) ଏବଂ ନିଧି ତପାଡିଆ ପରସ୍ପରକୁ ଡେଟ୍ କରୁଛନ୍ତି। କିନ୍ତୁ ବର୍ତ୍ତମାନ ସେମାନଙ୍କ ବ୍ରେକଅପ୍ ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି। କିଛି ସମୟ ପାଇଁ ପୃଥ୍ୱୀ ଶ ଏବଂ ନିଧି ତପାଡିଆ ପରସ୍ପର ସହ ଅନେକ ଫଟୋ ସେୟାର କରୁଥିଲେ, ଯାହା ପରେ ସେମାନଙ୍କ ସମ୍ପର୍କର ଖବର ସାମ୍ନାକୁ ଆସୁଥିଲା।

2/5

ନିକଟରେ ନିଧି ତପାଡିଆ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ପୃଷ୍ଠଭୂମି ଗୀତରେ ଏକ ପଞ୍ଜାବୀ ଗୀତ ବ୍ୟବହାର କରିଥିଲେ, ଯାହା ଏକ ବ୍ରେକଅପ୍ ଗୀତ ଅଟେ । କେବଳ ଏତିକି ନୁହେଁ, ପୃଥ୍ୱୀ ଶ (Prithvi Shaw) ଏବଂ ନିଧି ତପାଡିଆ  (Nidhi Tapadia) ଇନଷ୍ଟାଗ୍ରାମରେ (Instagram) ପରସ୍ପରକୁ ଅନଫଲୋ ମଧ୍ୟ କରିଦେଇଛନ୍ତି। 

3/5

ନିଧି ତପାଡିଆ ଜଣେ ମଡେଲ ଏବଂ ଅଭିନେତ୍ରୀ ମଧ୍ୟ । ତାଙ୍କର ଫଟୋ ଗୁଡ଼ିକ ପ୍ରାୟତଃ ସୋସିଆଲ ମିଡିଆର (Social Media) ହେଡଲାଇନରେ ଥାଏ । ଇନଷ୍ଟାଗ୍ରାମରେ ନିଧି ତପାଡିଆଙ୍କ 108K ଅନୁସରଣକାରୀ ବା ଫଲୋଅର୍ସ ଅଛନ୍ତି। ସେ ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାର ବାସିନ୍ଦା ।

4/5

ପୃଥ୍ୱୀ ଶ (Prithvi Shaw) ନୂଆ ବର୍ଷରେ ପାର୍ଟି କରିବାକୁ ଏକ ପବ୍ କୁ ଯାଇଥିଲେ। ଏହି ପାର୍ଟିରେ ନିଧି ତପାଡିଆ ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ଏହି ଦୁଇଜଣଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ ବେଶି ଭାଇରାଲ ହୋଇଥିଲା ।

5/5

କୁହାଯାଏ ଯେ, ପୃଥ୍ୱୀ ଶ ପୂର୍ବରୁ ଅଭିନେତ୍ରୀ ପ୍ରାଚୀ ସିଂଙ୍କୁ ଡେଟ କରୁଥିଲେ। ୨୦୨୦ ରେ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ଖବର ଆସିଥିଲା ​। ସୋସିଆଲ ମିଡିଆ କାର୍ଯ୍ୟକଳାପରୁ ସେମାନଙ୍କର ଘନିଷ୍ଠତାକୁ ଆକଳନ କରାଯାଇପାରେ, କିନ୍ତୁ ବର୍ତ୍ତମାନ ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ Unfollow କରିଛନ୍ତି।