Advertisement
photoDetails0hindi

Intercaste Marriage Bollywood: ଧର୍ମ ନୁହେଁ ପ୍ରେମକୁ ବାଛିଥିଲେ ଏହି ସବୁ ସେଲିବ୍ରେଟି!

ପ୍ରେମ ହିଁ ମଣିଷ ଜୀବନର ପ୍ରକୃତ ଲକ୍ଷ୍ୟ । ଯେଉଁଠାରେ ପ୍ରେମ, ସେହିଠାରେ ରହିଥାଏ ପବିତ୍ରତା, ତ୍ୟାଗ ଓ ସମର୍ପଣର ଭାବ । ପ୍ରେମ ପରିବ୍ୟାପ୍ତି ସାଗର ପରି ଯାହାର କୌଣସି ସୀମା ନାହିଁ । କୁହାଯାଏ ପ୍ରେମ ମାନେନି ଜାତି କି ଧର୍ମ । ତେବେ ଏହି ଉକ୍ତିର ସଫଳ ନିର୍ଦ୍ଦଶନ ଦେଖିବାକୁ ମିଳେ ବଲିଉଡ଼ରେ । ଆଜି କିଛି ବଲିଉଡ଼ ସେଲିବ୍ରେଟ

1/5

ଶାହାରୁଖ ଖାନ ଓ ଗୌରୀ(Shahrukh khan & Gauri) - ଯଦି ଧର୍ମ ଉପରେ ପ୍ରେମର ବିଜୟ କଥା କହିବା ତାହାଲେ ଏଥିରେ ସବୁଠୁ ପ୍ରଥମ ନାମ ଆସିବ ଶାହାରୁଖ ଖାନଙ୍କର । ପରଦା ଉପରେ ଦର୍ଶକଙ୍କୁ ପ୍ରେମ ଶିଖାଉଥିବା ଶାହାରୁଖଙ୍କ ପ୍ରେମ ବିବାହ ଏତେ ସହଜ ନଥିଲା । ପରସ୍ପରକୁ ପ୍ରାୟ ୮ ବର୍ଷ ଡ଼େଟ୍ କରିବା ପରେ ବିବାହ କରିଥିଲେ ଗୌରୀ ଓ ଶାହାରୁଖ ଖାନ । କିନ୍ତୁ ଏତେ ସହଜ ନଥିଲା ଏମାନଙ୍କ ବିବାହ । ପ୍ରାୟ ୫ ବର୍ଷ ଯାଏଁ ଶାହାରୁଖ ହିନ୍ଦୁ ହେବାର ଅଭିନୟ କରିଥିଲେ । ଏନେଇ ଗୌରୀଙ୍କ ପରିବାର ଲୋକ ଜାଣିବା ପରେ ସମସ୍ୟା ବଢିଯାଇଥିଲା । ସମସ୍ତ ବାଧାବାଘ୍ନ ପରେ ଉଭୟ ୧୯୯୧ ମସିହାରେ ବିବାହ କରିଥିଲେ । ଖାସ କଥା ହେଉଛି ଗୌରୀ ଓ ଶାହାରୁଖ ଖାନ ପ୍ରଥମେ କୋର୍ଟ ମ୍ୟାରେଜ କରିବା ପରେ ମୁସଲିମ ରୀତିନୀତି ଓ ଶେଷରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ।

2/5

ହ୍ରିତିକ ରୋଶନ ଓ ସୁଜେନ ଖାନ (Hrithik Roshan & Sussanne khan)-  ହ୍ରିତିକ ରୋଶନ ଓ ସୁଜେନଙ୍କ ବିବାହ ବିଚ୍ଛେଦ ହୋଇଥିଲେ ମଧ୍ଯ ଏବେ ବି ଉଭୟଙ୍କ ସମ୍ପର୍କ ବେଶ ଭଲ ରହିଛି । ଟ୍ରାଫିକ ସିଗନାଲରୁ ଆରମ୍ଭ ହୋଇଥିବା ଏହି ପ୍ରେମ ପରେ ବିବାହର ରୂପ ନେଇଥିଲା । ଭିନ୍ନ ଧର୍ମ ଓ ବୟସର ତାରତମ୍ୟ ପରେ ବି ଉଭୟ ୨୦୦୦ରେ ବିବାହ କରିଥିଲେ । ଏମାନେ ହିନ୍ଦୁ କି ମୁସଲମାନ ରୀତିନୀତି ନୁହେଁ ବରଂ ଚର୍ଚ୍ଚରେ ବିବାହ କରିଥିଲେ ।

3/5

ସୁନୀଲ ସେଟ୍ଟୀ ଓ ମାନା ସେଟ୍ଟୀ(Sunil Shetty & Mana Shetty) -  ସୁନୀଲ ସେଟ୍ଟୀଙ୍କ ପତ୍ନୀ ମାନା ଗୁଜୁଟାରର ଏକ ମୁସଲିମ ପରିବାରର ଅଟନ୍ତି । କୁହାଯାଏ ସୁନୀଲ ସେଟ୍ଟୀ ପ୍ରଥମ ନଜରେ ମାନାଙ୍କୁ ଭଲ ପାଇ ବସିଥିଲେ କିନ୍ତୁ ଅଲଗା ଧର୍ମ ପାଇଁ ପରିବାର ଲୋକେ ବିବାହ ନେଇ ରାଜି ହୋଇନଥିଲେ । ଦୀର୍ଘ ୯ ବର୍ଷ ଧରି ପରସ୍ପରକୁ ଡ଼େଟ କରିବା ପରେ ଉଭୟ ୧୯୯୧ ମସିହାରେ ବିବାହ କରିଥିଲେ ।

4/5

କରିନା କପୁର ଓ ସୈଫ ଅଲ୍ଲୀ ଖାନ(Kareena Kapoor & Saif ali khan)- ନିଜଠାରୁ ୧୦ ବର୍ଷ ସାନ କରିନା କପୁରଙ୍କୁ ଓ ସୈଫ ଅଲ୍ଲୀ ଖାନ ୨୦୧୨ ମସିହାରେ ବିବାହ କରିଥିଲେ । ତେବେ କରିନାଙ୍କ ସହ ସୈଫଙ୍କର ଏହାଥିଲା ଦ୍ବିତୀୟ ବିବାହ । ତେବେ ଏହି ବିବାହକୁ କିଛି ସଂଗଠନ “ଲଭ ଜିହାଜ” ବୋଲି କହିଥିଲେ । ତେବେ ଏହାର କଡ଼ା ଜବାବ ଦେଇଥିଲେ କରିନା ।

5/5

ସ୍ବରା ଭାସ୍କର ଓ ଫଏଦ ଅହମ୍ମଦ(Swara Bhaskar & Fahad Ahmad)-  ଗୁରୁବାର ଦିନ ନିଜ ବିବାହ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଜଣାଇଛନ୍ତି ସ୍ବରା ଭାଷ୍କର । ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ନିଜ ଜୀବନସାଥୀ ଭାବେ ବାଛିଛନ୍ତି ଏହି ଅଭିନେତ୍ରୀ । ଏକ ବିରୋଧ ପ୍ରଦର୍ଶନ ସମୟରେ ଉଭୟଙ୍କ ସାକ୍ଷାତ ହୋଇଥିଲା । ଅନେକ ସମୟରେ ବହୁ ସାକ୍ଷାତକାରେ ସ୍ବରା ଓ ଫହାଦଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।