Advertisement
Photo Details/zeeodisha/odisha1565002
photoDetails0hindi

Suryakumar Yadav Wife Devisha Shetty: କୌଣସି ଅଭିନେତ୍ରୀଙ୍କ ଠାରୁ କମ୍ ନୁହଁନ୍ତି ସୂର୍ୟକୁମାର ଯାଦବଙ୍କ ପତ୍ନୀ

Sports News In Odia: ବିଶ୍ୱର ନମ୍ବର ୱାନ ପ୍ରଥମ ଟି -20 ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ନାଗପୁରର ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିବେ। ୱିକେଟ୍ କିପର କେ.ଏସ୍ ଭରତଙ୍କ ସହ ସୂର୍ଯ୍ୟକୁମାରଙ୍କୁ ତାଙ୍କର ପ୍ରଥମ ଟେଷ୍ଟ କ୍ୟାପ୍ ପ୍ରଦାନ କରାଯାଇଥିଲା। ହେଲେ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଯେତିକି ଚର୍ଚ୍ଚା କରାଯାଏ ଠିକ୍ ସେହିପରି ତାଙ୍କ ପତ୍ନୀ ଏବେ ବେଶ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ପତ୍ନୀ ଦେଭିସା ସେଟ୍ଟୀ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ୍ ନୁହଁନ୍ତି ।

1/6

ସୂର୍ଯ୍ୟକୁମାର ଯାଦବ ଏବଂ ପତ୍ନୀ ଦେଭିଶା ସେଟ୍ଟୀ ଉଭୟ ପେଟ୍ସଙ୍କୁ ଖୁବ ଭଲ ପାଆନ୍ତି ଏବଂ ମୁମ୍ବାଇର ଘରେ ଦୁଇଟି ଫ୍ରେଞ୍ଚ ବୁଲଡଗ୍ ରଖିଛନ୍ତି । ସମସ୍ତ ଆଇପିଏଲ୍ ମ୍ୟାଚ୍ ରେ ଦେଭିଶା ନିୟମିତ ତାଙ୍କ ସ୍ୱାମୀଙ୍କୁ ଚିୟର ଅପ କରିବାକୁ ପହଞ୍ଚିଯାଆନ୍ତି।

2/6

Suryakumar Yadav ଏବଂ ଦେଭିଶା ସେଟ୍ଟୀ ଉଭୟ ମେ ମାସ ୨୦୧୬ ରେ ନିର୍ବନ୍ଧ କରିଥିଲେ ପରେ ଜୁଲାଇ ୭, ୨୦୧୬ ମସିହା  ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । 

3/6

Devisha Shetty ଖୁବ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ଦେଭିଶାଙ୍କର ଇନଷ୍ଟାଗ୍ରାମ ଫଲୋଅର୍ସ ରହିଛନ୍ତି ୨.୮୨ ଲକ୍ଷ । ସୂର୍ୟକୁମାର ଯାଦବ ଓ ଦେଭିଶା ସେଟ୍ଟୀ ଉଭୟ ମୁମ୍ବାଇର R. A. Podar College ରେ ପାଠ ପଢିଥିଲେ। 

4/6

ଦେଭିଶା ସେଟ୍ଟୀ ଏକ ଦକ୍ଷିଣ ଭାରତୀୟ ଫ୍ୟାମିଲିରେ ଜନ୍ମ ଗ୍ରହଣ କରିଥିଲେ । ସେ ୨୦୧୩ ରୁ ୨୦୧୫ ଯାଏ ସେ ଏକ ଏନଜିଓ ସଂସ୍ଥାର ‘The Lighthouse Project’ ରେ ସେ ଭଲ୍ୟୁଣ୍ଟର ଭାବେ କାମ କରିଥିଲେ । 

5/6

ସୂର୍ଯ୍ୟକୁମାର ଯାଦବ ବିବାହ କରିଥିବା ଦେଭିଶା ସେଟ୍ଟୀ ହେଉଛନ୍ତି ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ । 

6/6

RRR ଫିଲ୍ମର ସୁପରଷ୍ଟାର ଜୁନିୟର ଏନଟିଆରଙ୍କ ସହ ଏକ ବିଶେଷ ମୂହୁର୍ତ୍ତରେ ସୂର୍ଯ୍ୟକୁମାର ଯାଦବ ଓ ତାଙ୍କ ପତ୍ନୀ ଦେଭିଶା ସେଟ୍ଟୀ ।