Advertisement
photoDetails0hindi

Sai Pallavi Love Story: ପ୍ରେମରେ ପଡ଼ିଥିଲେ ସାଇ ପଲ୍ଲବୀ ! ଲଭ ଲେଟରରୁ ହୋଇଥିଲା ଭୟଙ୍କର କାଣ୍ଡ

Sai Pallavi Love Story News In Odia: ସାଉଥ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ସାଇ ପଲ୍ଲବୀ ତାଙ୍କ କାର୍ଯ୍ୟ ସହିତ ନିଜର ଅପୂର୍ବ ଶୈଳୀ ପାଇଁ ସର୍ବଦା ଲାଇମ ଲାଇଟରେ ରହିଥାନ୍ତି। ଆଜି ଆମେ ଆପଣଙ୍କୁ ଅଭିନେତ୍ରୀଙ୍କ କାହାଣୀ କହିବାକୁ ଯାଉଛୁ ଯେତେବେଳେ ତାଙ୍କୁ ପରିବାର ସଦସ୍ୟଙ୍କ ଠାରୁ ମାଡ଼ ଖାଇବାକୁ ପଡିଥିଲା । ସାଇ ପଲ୍ଲବୀ ତାଙ୍କ କ୍ୟାରିୟରରେ ଅନେକ ସାଉଥ ଫିଲ୍ମରେ କାମ କରି ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଏଥି ସହିତ, ତାଙ୍କ ଚଳଚ୍ଚିତ୍ର 'ବିରାଟ ପର୍ବମ୍'ର ପ୍ରମୋସନ ସମୟରେ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି କାହାଣୀ ସେୟାର କରିଥିଲେ। 

1/5

ଏହି ସମୟରେ ଅଭିନେତ୍ରୀ କହିଥିଲେ ଯେ ଦିନେ ଏକ ଲଭ ଲେଟର ପାଇଁ ତାଙ୍କୁ ତାଙ୍କ ଘର ଲୋକ ପ୍ରବଳ ମାଡ଼ ମାରିଥିଲେ। 

2/5

ଅଭିନେତ୍ରୀ କହିଥିଲେ ଯେ, “ଯେତେବେଳେ ମୁଁ ସପ୍ତମ ଶ୍ରେଣୀରେ ପଢୁଥିଲି, ସେତେବେଳେ ମୁଁ ଏକ ପୁଅକୁ ପ୍ରେମ ଚିଠି ଲେଖିଥିଲି। ଯାହା ମୋ ପରିବାରର ହାତରେ ପଡି ଯାଇଥିଲାଏବଂ ତା’ପରେ ମୋତେ ବହୁତ ମାଡ ମାରିଥିଲେ''।

3/5

ଏଠାରେ କହିରଖୁଛୁ ଯେ, ସାଇ ପଲ୍ଲବୀ କେବଳ ଅଭିନୟରେ ନୁହେଁ ବରଂ ନୃତ୍ୟରେ ମଧ୍ୟ ବହୁତ ପାରଦର୍ଶୀତା ଲାଭ କରିଛନ୍ତି । 

4/5

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ମେଡିକାଲ ପାଠ ଅର୍ଥାତ୍ MBBS ଅଧ୍ୟୟନ କରିଛନ୍ତି। ୨୦୧୬ ମସିହାରେ, ସେ MBBS ଡିଗ୍ରୀ ହାସଲ କରିଥିଲେ, କିନ୍ତୁ ପରେ ଅଭିନୟରେ ନିଜର କ୍ୟାରିଅର୍ ଗଢିଥିଲେ। 

 

5/5

ସାଇ ପଲ୍ଲବୀ ପ୍ରଥମେ ମଲାୟାଲମ ଫିଲ୍ମ ପ୍ରେମମ ଜରିଆରେ ଆକ୍ଟିଂ ଲାଇନରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ଅନେକ ସଫଳତା ମିଳିଥିଲା । ପରେ ସାଇ ପଲ୍ଲବୀ ଆଉ ପଛକୁ ଫେରି ଚାହିଁନାହାଁନ୍ତି।