Advertisement
Photo Details/zeeodisha/odisha1497891
photoDetails0hindi

Shivani Sangita: ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଶିବାନୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା

Shivani Sangita : ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗୀତା । ୧୨ ଜୁଲାଇ,୨୦୦୦ ମସିହାରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଶିବାନୀ । ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ ଶିବାନୀ । ସେ 'ପହିଲି ରଜ', 'ଗୁଡ୍ ବୟ', 'ମିତ ବସିଛି ମୁଁ ଭୂତ ସାଥିରେ', 'ଲେଖୁଲେଖୁ ଲେଖିଦେଲି' ଆଦି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।

1/5

ଏହାପରେ ସେ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଧାରାବାହିକ 'ଦେବୀ'ରେ ଅଭିନୟ କରିଥିଲେ । 'ଦେବୀ' ଧାରାବାହିକରେ ସେ ନାୟିକାଙ୍କର ଛୋଟବେଳର ଭୂମିକାରେ ଅଭିନୟ କରିଥିଲେ । 

 

2/5

ଶିଶୁ କଳାକାର ଭାବରେ ତାଙ୍କର ଶେଷ ଅଭିନୀତ ଧାରାବାହିକ ଥିଲା ବଧୂ । 'ବଧୂ'ରେ ଶିବାନୀ ଅଭିନେତା ସୁକାନ୍ତ ରଥଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ । ଶିବାନୀ ଏହି ଧାରାବାହିକଟିରେ ଅଭିନୟ କରୁଥିବାବେଳେ ତାଙ୍କୁ ଚଳଚ୍ଚିତ୍ରରେ ନାୟିକା ହେବାର ସୁଯୋଗ ମିଳିଥିଲା, ତେଣୁ ସେ ଏହି ଧାରାବାହିକଟି ଛାଡ଼ି ଦେଇଥିଲେ ।

3/5

ଏହାପରେ ସେ ୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ନାୟିକା ଭାବରେ ଅଭିନୟ କରିଥିଲେ । ଶିବାନୀ ଅଭିନେତା ବାବୁଶାନଙ୍କ ସ‌ହ 'ସିଷ୍ଟର ଶ୍ରୀଦେବୀ' ଚଳଚ୍ଚିତ୍ରରେ ନାୟିକା ଭାବରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ରାଜ୍ୟ ନିର୍ବାଚନ କମିଶନର୍‌ଙ୍କଦ୍ୱାରା ଭୋଟ ପାଇଁ ସଚେତନତା କାର୍ଯ୍ୟକ୍ରମର ଜଣେ ପ୍ରଚାରକ ଭାବରେ ମନୋନୀତ ହୋଇଥିଲେ । 

 

4/5

୨୦୧୮ ମସିହାରେ ଶିବାନୀ ଅଭିନେତା ଅନୁଭବ ମହାନ୍ତିଙ୍କ ସ‌ହ ଓଡ଼ିଆ ଚଳଚ୍ଚିତ୍ର 'ପ୍ରେମ୍ କୁମାର'ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ ।

5/5

୨୦୨୦ ମସିହାରେ ସେ ଅଭିନେତା ଅରିନ୍ଦମ ରାୟଙ୍କର ନାୟିକା ଭାବରେ 'ବାବୁ ଭାଇଜାନ୍' ଫିଲ୍ମରେ ଅଭିନୟ କରିଥିଲେ । ଏହାପରେ ସେ ବାବୁଶାନ୍ ମହାନ୍ତିଙ୍କ ସହ 'ବିଦ୍ୟାରାଣ' ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଥିଲେ ।