Advertisement
photoDetails0hindi

Sara Ali khan: ଶର୍ମିଲା ଟାଗୋରଙ୍କ ପରି କ୍ରିକେଟରଙ୍କୁ ବିବାହ କରିବେ କି ସାରା ଅଲ୍ଲୀ ଖାନ! ଏହିଭଳି ଦେଲେ ସଂକେତ..

Sara Ali khan: ବହୁ ଆଗରୁ କ୍ରିକେଟ୍ ଓ ବଲିଉଡ଼ ମଧ୍ଯରେ ସ୍ବତନ୍ତ୍ର ସମ୍ପର୍କ ରହିଛି । ଅନେକ ସମୟରେ ବଲିଉଡ଼ର ବହୁ ଅଭିନେତ୍ରୀ ଏହି କ୍ରିକେଟରଙ୍କୁ ମନ ଦେଇ ବସନ୍ତି । ତେବେ ଏନେଇ ଅନେକ ଉଦାହରଣ ମଧ୍ଯ ରହିଛି । ଏଇ ଯେମିତି ବଲିଉଡ଼ ଅଭିନେତ୍ରୀ ଶର୍ମିଳା ଟାଗୋର ଓ କ୍ରିକେଟର ମନସୁର ଅଲ୍ଲୀ ଖାନ, ବିରାଟ କୋହଲି ଓ ଅନୁଷ୍କା, ଆଥିଆ ସେଟ୍ଟୀ ଓ କେ.ଏଲ ରାହୁଲଙ୍କ ଯୋଡ଼ି । ତେବେ ନିକଟରେ ସାରା ଅଲ୍ଲୀଙ୍କ ସହ କ୍ରିକେଟର ଶୁଭମନ ଗିଲଙ୍କ ନାମ ଯୋଡ଼ା ଯାଉଛି । ତେବେ ଏହି ଚର୍ଚ୍ଚାକୁ ନେଇ ନିକଟରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ।

1/6

ବହୁ ଦିନରୁ ଅଭିନେତ୍ରୀ ସାରା ଅଲ୍ଲୀ ଓ ଶୁଭମନ ଗିଲଙ୍କ ସମ୍ପର୍କକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି ।

2/6

କିଛି ଦିନ ତଳେ ସାରା ଓ ଶୁଭମନ ଗିଲଙ୍କୁ ଏକ ହୋଟେଲରୁ ସାଙ୍ଗ ହୋଇ ବାହାରୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଖାଲି ଏତିକି ନୁହେଁ, ଉଭୟଙ୍କୁ ବିମାନରେ ମଧ୍ଯ ଏକାଠି ଦେଖାଯାଇଥିବା ଚର୍ଚ୍ଚା ହୋଇଥିଲା ।

3/6

ନିକଟରେ ଜେଜେ ମା’ ଶର୍ମିଳା ଟାଗୋରଙ୍କ ଭଳି ସେ ମଧ୍ଯ ଜଣେ କ୍ରିକେଟରଙ୍କୁ ବିବାହ କରିବେ କି? ବୋଲି ସାରାଙ୍କୁ ପ୍ରଶ୍ନ ପଚରାଯାଇଥିଲା । 

4/6

ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସାରା କହିଥିଲେ ଯେ, “ମୋ ଜୀବନସାଥୀ ଜଣେ କ୍ରିକେଟର, ଅଭିନେତା, ଡ଼ାକ୍ତର କିମ୍ବା ବ୍ୟବସାୟୀ ହୋଇପାରନ୍ତି”

5/6

“ପେସା ଯାହା ହେଳେ ବି ଚଳିବ । କିନ୍ତୁ ତାଙ୍କ ସହ ମୋର ଚିନ୍ତାଧାରା ଓ ମାନସିକତା ମିଶିବା ଉଚିତ୍” ।

6/6

ଏହାପରେ ସାରାଙ୍କୁ ଭାରତୀୟ ଟିମରେ କେଉଁ କ୍ରିକେଟର ପସନ୍ଦ ବୋଲି ପଚରା ଯାଇଥିଲା । ଏହାର ଉତ୍ତରରେ ସାରା କହିଥିଲେ ଯେ, “ସତ କହିବି, ମୁଁ ଯାହା ସହ ଜୀବନ ବିତାଇବି ତାଙ୍କୁ ଆଜି ଯାଏଁ ଭେଟି ନାହିଁ । ମୋତେ ସେମିତି କେହି ପସନ୍ଦ ଆସି ନାହାନ୍ତି । ମୁଁ ତାଙ୍କୁ ଅପେକ୍ଷା କରିଛି”..