Advertisement
Photo Details/zeeodisha/odisha1566230
photoDetails0hindi

Valentine Week: ପାର୍ଟନରଙ୍କୁ ପ୍ରପୋଜ୍ କରିବା ପାଇଁ ହେବାକୁ ପଡିଥିଲା ନାକେଦମ୍, ନଜର ପକାନ୍ତୁ ବଲିଉଡ଼ର କିଛି ସଫଳ ଯୋଡିଙ୍କ ପ୍ରେମ କାହାଣୀ ଉପରେ

Valentine Week: ଆରମ୍ଭ ହୋଇଛି ପ୍ରେମ ସପ୍ତାହ । ତେବେ ବଲିଉଡର କିଛି ପ୍ରେମ ବିବାହ କରିଥିବା କିଛି ସଫଳ ଯୋଡିଙ୍କ ପ୍ରେମ କାହାଣୀ କିପରି ଥିଲା। ଏବଂ ସେମାନେ କେଉଁଠାରେ ତାଙ୍କ ପାର୍ଟନରଙ୍କୁ ପ୍ରପୋଜ୍ କରିଥିଲେ ଆସନ୍ତୁ ଜାଣିବ ।

1/7

କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ୍ । ଏ ଲବବାର୍ଡଙ୍କ ବିବାହକୁ  ବର୍ଷେରୁ ଅଧିକ ସମୟ ହୋଇଗଲାଣୀ । ତଥାପି ଉଭୟଙ୍କ ପ୍ରେମ ଉଭୟଙ୍କ ପ୍ରତି ଗୋଲାପ ପରି ସେପରି ସତେଜ୍ ରହିଛି । ଏହି ଦୁଇ ଜଣ କରଣ ଜୋହରଙ୍କ ଏକ ପାର୍ଟିରେ ପ୍ରଥମ ସାକ୍ଷାତ ହୋଇଥିଲା। ସେଠାରେ ଉଭୟ ଉଭୟଙ୍କୁ ମନ ଦେଇ ବସିଥିଲେ। ଏବଂ ଲୁଚି ଲୁଚି ଡେଟ ମଧ୍ୟ କରୁଥିଲେ। ପରେ ଭିକି କ୍ୟାଟଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଆଉ ଭିକିଙ୍କ ଏହି ପ୍ରସ୍ତାବକୁ ଏଡାଇ ପାରି ନଥିଲେ କ୍ୟାଟ୍ । ପରେ ଦୁହିଁଙ୍କ ୨୦୨୧ ମସିହା ଡିସେମ୍ବର ୯ରେ ବିବାହ କରିଥିଲେ। 

2/7

3/7

ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନା । ଏହି ପାଓ୍ବାରଫୁଲ କପଲଙ୍କ କ୍ରେଜ୍ ଏବେବି ବଲିଉଡରେ ରହିଛି। ଅକ୍ଷୟ କୁମାରଙ୍କୁ ବିବାହ କରିବା ପୂର୍ବରୁ ଟ୍ବିଙ୍କଲ ଖାନ୍ନ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ବିଭିନ୍ନ  ପ୍ରକାର ରୋଗ ଏକ ତାଲିକା ପ୍ରସ୍ତୁତ କରି ଖିଲାଡି କୁମାରଙ୍କୁ ଦେଇଥିଲେ। ଏସବୁ ପରେ ଖିଲାଡି କୁମାର ଟ୍ବିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। 

 

4/7

ସେହିପରି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ ।  ଆଲିଆଙ୍କୁ  ତାଙ୍କ ବୟଫ୍ରେଣ୍ତ ରଣବୀର(Maasai Mara, Kenya.)କେନିଆର ମାସିମେରା ରିସର୍ଟରେ ପ୍ରପୋଜ୍ କରିଥିଲେ। ଆଉ ରଣବୀରଙ୍କ ଏ ପ୍ରସ୍ତାବରେ ରାଜି ରାଜି ହୋଇ ଯାଇଥଲେ ଆଲିଆ । ଏକ ଚାର୍ଟ ଶୋରେ ଏ କଥା ନିଜେ ସ୍ବୀକାର କରିଛନ୍ତି ଆଲିଆ । ସେ କହିଛନ୍ତି ଯେ, ରଣବୀର ତାଙ୍କୁ ପ୍ରପୋଜ୍ କରିବାକୁ ଅନେକ ବାହାନା ଖୋଜୁଥିଲେ । ହେଲେ ସବୁଥିର ତାଙ୍କ ପ୍ଲାନ ବିଫଳ ହୋଇଯାଉଥିଲା । କିନ୍ତୁ ଦିର୍ଘ ଦିନ ପରେ ସେ ତାଙ୍କୁ କେନିଆକୁ ନେଇ ନିଜ ମନର କଥା କହିଥିଲେ। 

 

5/7

ସେହିପରି ଆଉ ଏକ ସୁପର ପାଓ୍ବରଫୁଲ କପୁଲ୍ ହେଉଛନ୍ତି ରିତେଶ ଦେଶମୁଖ୍  ଓ ଜେନେଲିଆ ।  ଦୁହେଁ ଏକାଠି ମିଶି ଅନେକ ଫିଲ୍ମରେ କାମ କରିଛନ୍ତି । ପ୍ରଥମ ଦେଖାରେ ଜେନେଲିଆଙ୍କୁ ମନ ଦେଇଥିଲେ ରିତେଶ । କିନ୍ତୁ ଜେନେଲିଆ ତାଙ୍କୁ ଭଲପାଉନ ଥିଲେ। ପରେ କିନ୍ତୁ ସେ ମାନି ଯାଇଥିଲେ। ୯ ବର୍ଷ ଡେଟିଂ ପରେ ଦୁହେଁ ବିବାହ କରିଥିଲେ ଏବଂ ଉଭୟଙ୍କର ୨ଟି ସନ୍ତାନ ଅଛନ୍ତି । 

6/7

ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ପ୍ରେମ କାହାଣୀ ମଧ୍ୟ ବେଶ ନିଆରା । ଶାହରୁଖ ଖାନଙ୍କର ପ୍ରଥମ ପ୍ରେମ ଥିଲେ ଗୌରୀ । ପ୍ରେମ ନିବେଦନ କରିବା ତ ଦୂରର କଥା ସେ ଗୌରୀଙ୍କୁ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲେ। 

7/7

ମିଡିଆ ରିପୋର୍ଟ ଅନୁଯାୟୀ ସୈଫ ଅଲ୍ଲୀ ଖାନ କରୀନା କପୁରଙ୍କୁ ଦୁଇଥର ବିବାହ ପ୍ରସ୍ତାବ ଦେଇଥିଲେ। ଠିକ୍ ସେହି ସ୍ଥାନରେ ଯେଉଁଠାରେ ସୈଫ ଅଲିଙ୍କ ପିତା ମନସୁର ଅଲ୍ଲୀ ଖାନ ପ୍ୟାରିସ ଯାତ୍ରା ସମୟରେ ତାଙ୍କ ମା ଶର୍ମିଲା ଟାଗୋରଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସେହି ସମୟରେ ଶର୍ମିଲା ଟାଗୋର ପ୍ୟାରିସରେ ଏକ ସୁଟିଂ କରୁଥିଲେ।