Advertisement
Photo Details/zeeodisha/odisha1589351
photoDetails0hindi

India Vs Pakistan: ଭାରତ ଠାରୁ କେତେ ଅଲଗା ପାକିସ୍ତାନ ଟ୍ରେନ? ଜାଣନ୍ତୁ ସବୁ କିଛି

India vs Pakistan Railway Comparison: ସ୍ୱାୀଧିନ ହେବା ପର ଠାରୁ ରେଳବାଇ କ୍ଷେତ୍ରରେ ଭାରତ ପାକିସ୍ତାନ ଠାରୁ ବହୁ ଆଗରେ ରହିଛି। ଯଦି ରେଳ କ୍ଷେତ୍ରରେ କୌଣସି ପ୍ରକାର ତୁଳନା କରାଯାଏ ତାହେଲେ ପାକିସ୍ତାନ ଭାରତ ଠାରୁ ବହୁ ପଛରେ ପଡ଼ିଯାଇଛି। 

1/5

ଯଦି ଉଭୟ ଦେଶର ରେଳ ନେଟୱାର୍କ  କଥା କୁହାଯାଏ, ତାହଲେ ପାକିସ୍ତାନ, ଭାରତ ସହ ତୁଳନାଯୋଗ୍ୟ ନୁହେଁ। ଭାରତ ଭଲି ଏକ ବିଶାଳ ଦେଶରେ ରେଳ ନେଟୱାର୍କ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ, ପାକିସ୍ତାନ ଏହି କ୍ଷେତ୍ରରେ ବହୁ ପଛରେ ରହିଛି। ଭାରତ ପାରମ୍ପାରିକ ରେଳପଥ ଠାରୁ ଆଗକୁ ଯାଇ ବୁଲେଟ୍ ଟ୍ରେନ୍ ଆଡକୁ ଗତି କରୁଛି। ହେଲେ ଅନ୍ୟପଟେ ପାକିସ୍ତାନ ସେହି ପାରମ୍ପରିକ ପୁରୁଣା ଟ୍ରେନ୍ ଚଳାଇବାକୁ ବାଧ୍ୟ ହେଉଛି।

2/5

ଗତ ୧୮୬୧ ମସିହାରୁ ପାକିସ୍ତାନରେ ରେଳସେବା ଆରମ୍ଭ ହୋଇଥିଲା। ଯେତେବେଳେ ରେଳସେବା ଆରମ୍ଭ ହୋଇଥିଲା ସେତେବେଳେ ପାକିସ୍ତାନ ଅଖଣ୍ଡ ଭାରତ ବର୍ଷର ଏକ ଅଂଶ ଥିଲା। ହେଲେ ୧୯୪୭ ମସିହାରେ ଅଖଣ୍ଡ ଭାରତ ବର୍ଷ ସ୍ୱାଧୀନ ହେବା ସହ ବିଭାଜିତ ହୋଇଯାଇଥିଲା। ବିଭାଜନ ପର ଠାରୁ ଆଜି ପର୍ଯ୍ୟନ୍ତ ପାକିସ୍ତାନରେ ରେଳ ନେଟୱାର୍କ ୧୧ ହଜାର ୮୮୧ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ପାକିସ୍ତାନୀ ରେଳବାଇ ତଥ୍ୟା ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୭ କୋଟି ରେଳଯାତ୍ରା କରିଥାନ୍ତି।

3/5

ଯେଉଁଠାରେ ଭାରତ ଏହାର ରେଳ ଷ୍ଟେସନ ବିକଶିତ କରିବା ଏହାକୁ ବିଶ୍ୱ ସ୍ତରୀୟ କରିବାକୁ ପ୍ରୟାସ କରୁଛି। ଟ୍ରେନ ମଧ୍ୟରେ ୱାଇ-ଫାଇ ସୁବିଧା ପ୍ରଦାନ କରିବା ଏବଂ ହାଇ ସ୍ପୀଡ୍ ଟ୍ରେନ୍ ଚଳାଇବା ଦିଗରେ ପଦକ୍ଷେପ ନେଉଛି। ହେଲେ ଅନ୍ୟପଟେ ପାକିସ୍ତାନରେ ଇଣ୍ଟର ସିଟି ଏବଂ ମେଲ-ଏକ୍ସପ୍ରେସ ଭଳି ସାଧାରଣ ଟ୍ରେନ୍ ଚାଲୁ ରହିଛି। ପାକିସ୍ତାନୀ ରେଳବାଇ ଦେଶରେ ରେଳର ବିକାଶ ପାଇଁ ଅଧିକ କାମ କରିନଥିବା ଜଣାପଡିଛି।

 

4/5

ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ଅବସ୍ଥା ପାକିସ୍ତାନୀ ରେଳବାଇର ଅବସ୍ଥା ବିଗାଡି ଦେଇଛି। ନୂତନ ପ୍ରକଳ୍ପ ଆରମ୍ଭ କରିବା ଦୂରର କଥା, ବର୍ତ୍ତମାନ ପାକିସ୍ତାନୀ ରେଳବାଇ ଏହାର କର୍ମଚାରୀଙ୍କୁ ଦରମା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ୍ ଦେବାକୁ ମଧ୍ୟ ସକ୍ଷମ ନୁହେଁ। ପାଣ୍ଠିର ଅଭାବ ହେତୁ ରେଳବାଇର ମରାମତି ଭଳି ନିତିଦିନିଆ କାର୍ଯ୍ୟ ମଧ୍ୟ ସେଠାରେ ପ୍ରଭାବିତ ହୋଇଛି। 

5/5

ରେଳ ଭିତ୍ତିଭୂମି ବିକାଶ ମାମଲାରେ ଭାରତ ଠାରୁ ପାକିସ୍ତାନ ବହୁ ପଛରେ ରହିଛି। ସ୍ୱାଧୀନତା ପର ଠାରୁ ଭାରତ ରେଲ ନେଟୱାର୍କ ବିସ୍ତାର କରିବା ପାଇଁ ଅନେକ ପଦକ୍ଷେପ ନେଇଛି। ହେଲେ ପାକିସ୍ତାନୀ ରେଳବାଇ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବହୁ ପଛରେ ପଡ଼ିଯାଇଛି। ଯଦି ଟ୍ରେନ କଥା କୁହାଯାଏ ତାହେଲେ ଭାରତୀୟ ରେଳବାଇ ପକ୍ଷରୁ ପାସେଞ୍ଜର ଟ୍ରେନ, ଏକ୍ସପ୍ରେସ ଟ୍ରେନ, ବନ୍ଦେ ଭାରତ ଏକ୍ସପ୍ରେସ ଏବେ ମେଟ୍ରୋ ଭଳି ବିଭିନ୍ନ ଧରଣର ରେଳାସେବାରେ ନିୟୋଜିତ ହୋଇଛି। ହେଲେ ପାକିସ୍ତାନ ରେଳବାଇ ଏ ପର୍ଯ୍ୟନ୍ତ ଇଣ୍ଟର ସିଟି ଏବଂ ମେଲ-ଏକ୍ସପ୍ରେସ ଭଳି ସାଧାରଣ ଟ୍ରେନ୍ ସେବା ଚାଲୁ ରଖିଛି।