Advertisement
Photo Details/zeeodisha/odisha1761771
photoDetails0hindi

Raghav and Parineeti Chopra: ସୂର୍ଣ୍ଣ ମନ୍ଦିର ଯାଇ କାହିଁକି ଟ୍ରୋଲ ହେଲେ ପରିଣୀତି ଓ ରାଘବ ଚଢା?

Raghav Chadha Parineeti : ଅକ୍ଟୋବର ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆପ ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚେପ୍ରା । ରାଜସ୍ଥାନରେ ବିବାହ ହେବା ନେଇ ସୂଚନା ମିଳିଛି । ତେବେ ନିକଟରେ ଏହି ଯୋଡ଼ି ଟ୍ରୋଲର୍ସଙ୍କ ଟ୍ରୋଲର ଶିକାର ହୋଇଛନ୍ତି ।

1/6

ନିକଟରେ ଅଭିନେତ୍ରୀ ପରିଣୀତି ଚେପ୍ରା ଓ ଭାବି ସ୍ବାମୀ ତଥା ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ସହ ଅମୃତସରର ସୂର୍ଣ୍ଣ ମନ୍ଦିର ଯାଇଥିଲେ ।

2/6

ପରିଣୀତି ଓ ରାଘବ ବିବାହ ପୂର୍ବରୁ ସୂର୍ଣ୍ଣ ମନ୍ଦିର ଯାଇ ପ୍ରାର୍ଥନା କରିଥିଲେ । ଯାହାର ଫଟୋ ଓ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

3/6

ପରିଣୀତି ଏକ ଧଳା ରଙ୍ଗର ସୁଟ୍ ପିନ୍ଧିଥିବା ବେଳେ ରାଘବ ଧଳା ରଙ୍ଗର କୁର୍ତ୍ତା ପାଇଜାମା ଓ ନେହେରୁ ଜ୍ୟାକେଟ୍ ରେ ନଜର ଆସିଥିଲେ ।

4/6

ତେବେ ଉଭୟଙ୍କ ଏହି ଫଟୋ ଓ ଭିଡ଼ିଓ ସାମ୍ନାକୁ ଆସିବା ପରେ ସେମାନଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି ।

5/6

କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ, ‘ମନ୍ଦିର ଭିତରେ ତ ଅନ୍ତତଃ ଦେଖେଇ ହେବା ଗୁଣ ଛାଡ଼ନ୍ତୁ’ ଆଉ କେହି ‘ସେମାନଙ୍କ ଲାଗି କାହିଁକି ନିୟମ କୋହଳ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି' ।

6/6

ଅନ୍ୟ ଜଣେ ଲେଖିଛନ୍ତି, ‘ଯେତେବେଳେ ଆମେ ଗଲୁ, ସେମାନେ କହିଲେ ମୁଣ୍ତକୁ ଓଢଣାରେ ଢାଙ୍କ । ମାତ୍ର ପରିଣୀତି ପାଇଁ ନିୟମ ଅଲଗା କାହିଁକି’ ।  ଅନ୍ୟ ଜଣେ ଲେଖିଛନ୍ତି ‘ଏତେ ସୁରକ୍ଷାର ସହ କିଏ ଭ୍ରମଣ କରିବାକୁ ଯାଆନ୍ତି’ ।