Advertisement
photoDetails0hindi

Bollywood Actresses: ନିଜଠୁ କମ ବୟସର ବ୍ୟକ୍ତିଙ୍କୁ ଜୀବନ ସାଥୀ କରିଛନ୍ତି ବଲିଉଡର ଏହି ଅଭିନେତ୍ରୀ

Bollywood Actresses And Their Younger Partners: ବିଟାଉନର ଦାମୀ ଅଭିନେତ୍ରୀ ହେଉଛନ୍ତି ଐଶ୍ବର୍ଯ୍ୟା ରାୟ ଓ ପ୍ରିୟଙ୍କା ଚୋପ୍ରା । ତେବେ ଏହି ଅଭିନେତ୍ରୀ ନିଜଠୁ କମ ବୟସରେ ଅଭିନେତାଙ୍କୁ ବିବାହ କରିଛନ୍ତି । ଯେଉଁଥିପାଇଁ ତାଙ୍କୁ ଅନେକ ସମୟରେ ଟ୍ରୋଲ ହେବାକୁ ପଡେ ।

 

1/6

ପ୍ରିୟଙ୍କା ଚୋପ୍ରା  ୨୦୧୮,ଡିସେମ୍ବର ୧ରେ ଆମେରିକୀୟ ଗାୟକ ନିକ ଜୋନାସଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ୧୦ ବର୍ଷ ବୟସର ତାରତମ୍ୟ ରହିଛି । ପ୍ରିୟଙ୍କାଙ୍କ ଠାରୁ ନିକ ଜୋନସ ୧୦ ବର୍ଷ ବୟସରେ ସାନ ହେବେ । ନିକ ଜୋନସଙ୍କୁ ୨୮ ବର୍ଷ ବୟସ ହୋଇଥିବା ବେଳେ ପ୍ରିୟଙ୍କାଙ୍କୁ ୩୮ ବର୍ଷ ବୟସ । ଉଭୟ ଗତବର୍ଷ ପିତାମାତା ହୋଇଛନ୍ତି । ତାଙ୍କ ଝିଅ ନାଁ ମାଲତୀ ।

2/6

ସେହିପରି ବଲିଉଡର ମୋଷ୍ଟ ପାଓ୍ବାରଫୁଲ ଦମ୍ପତି ହେଉଛନ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ । ଉଭୟ ଫିଲ୍ମ ‘ଗୁରୁ’ ରୁ ପରପ୍ପରର ନିକଟତର ହେବାକୁ ଲାଗିଲେ ।ଏହାପରେ ଐଶ୍ବର୍ଯ୍ୟାଙ୍କୁ ମନ ଦେଇ ବସିଥିଲେ ଅଭିଷେକ । ପରେ ନୀଳ ନୟନାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଅଭିଷେକ ।  ୨୦୦୭ ମସିହାରେ ୨୦ ଏପ୍ରିଲରେ ଉଭୟଙ୍କ ବିବାହ ହୋଇଥିଲା। ଐଶ୍ବର୍ଯ୍ଯାଙ୍କ ଠାରୁ ଅଭିଷେକ ବୟସରେ ୫ ବର୍ଷ ସାନ । ତେବେ,ଏହି ଦମ୍ପତିଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ଯାହାର ନାଁ ଆରାଧ୍ୟା । 

 

3/6

କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ , ଭିକିଙ୍କୁ ୩୩ ବର୍ଷ ହୋଇଥିବା ବେଳେ କ୍ୟାଟ୍ରିନାଙ୍କୁ ୩୮ ବର୍ଷ । ଉଭୟଙ୍କ ମଧ୍ୟର ୫ରୁ ୬ ବର୍ଷ ବୟସର ଫରକ ରହିଛି । କହିବାକୁ ଗଲେ ଭିକିଙ୍କ ଠାରୁ ପାଞ୍ଚ ବର୍ଷ ବୟସରେ ବଡ ହେଉଛନ୍ତି କ୍ୟାଟ୍ରିନା । ଉଭୟ ଦିର୍ଘ ଦିନ ଧରି ପରପ୍ପରକୁ ଡେଟ କରୁଥିଲେ। ପରେ କ୍ୟାଟଙ୍କୁ ୨୦୨୧ ମସିହାରେ ବିବାହ କରିଥିଲେ ଭିକି । 

4/6

5/6

ଅଲି ଏବଂ ରିଚା ଉଭୟଙ୍କ ଗତ ବର୍ଷ ବିବାହ ହୋଇଛି ।  ରିଚା ଅଲିଙ୍କ ଠାରୁ ୧୦ ମାସ ବଡ । ଉଭୟ ଦୀର୍ଘ ସମୟ ଧରି ଲାଇଭ ଇନ୍ ରିଲେସନସିପରେ ଥିଲେ । ଏବଂ (film Fukrey) ଫୁକ୍ରେ ଚଳଚ୍ଚିତ୍ରର ସେଟ୍ ଉପରେ ନିକଟତର ହୋଇଥିଲେ । ପରେ ଦୁହେଁ ଦୁହିଙ୍କୁ ଭଲ ପାଇ ବସିଲେ ।

6/6

ସୋହା ଅଲ୍ଲୀ ଖାନ୍ ଓ କୁନାଲ ଖେମୁ । ଉଭୟଙ୍କ ବିବାହ ୨୦୧୫ ରେ ହୋଇଥିଲା।  ସୋହା କୁନାଲଙ୍କ ଠାରୁ ବୟସରେ ୫ ବର୍ଷ ବଡ ହେବେ । ବିବାହ ପୂର୍ବରୁ ଉଭୟ ଦୀର୍ଘ ସମୟ ଧରି ଲିଭ-ଇନ୍ ରିଲେସନସିପରେ ରହୁଥିଲେ । ବର୍ତ୍ତମାନ ଦୁହିଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି ।