Advertisement
Photo Details/zeeodisha/odisha1797898
photoDetails0hindi

PM Kisan Samman Nidhi Yojana 2023: ଆଜି ଏହି ସମୟରେ ଚାଷୀଙ୍କୁ ମିଳିବ ଖୁସି ଖବର, ଆକାଉଣ୍ଟକୁ ଯିବ ଏତିକି ହଜାର ଟଙ୍କା

PM Kisan Samman Nidhi Yojana 2023: ଯଦି ଆପଣ ପିଏମ କିଷାନ ସମ୍ମାନ ନିଧିର (PM Kissan Samman Nidhi) ହିତାଧିକାରୀ, ତେବେ ଆପଣଙ୍କ ପାଇଁ ରହିଛି ବହୁତ ଗୁରୁତ୍ୱପୂର୍ଣ୍ଣ ଖବର। ଆଜି ହିତାଧିକାରୀଙ୍କ ଆକାଉଣ୍ଟକୁ ମୋଦି(PM Modi) ସରକାର ପଠାଇବେ ଟଙ୍କା ।

1/8

ରାଜସ୍ଥାନର ସିକରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି  (PM Kisan Samman Nidhi Yojana 2023)  ପ୍ରଧାନମନ୍ତ୍ରୀ ପିଏମ କିଷାନ ସମ୍ମାନ ଯୋଜନାର ରାଶି ଉନ୍ମୋଚନ କରିବେ । ଦିନ ୧୧ଟା ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ  ପିଏମ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ହଜାର କୋଟି ଟଙ୍କା ୮.୫ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ। ପ୍ରତ୍ୟକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଇବେ ପିଏମ ।

2/8

ଏହି କାର୍ଯ୍ୟକ୍ରମରେ ମୋଦି କିଛି ହିତାଧିକାରୀଙ୍କ ସହ ଭିଡିଓ କନଫରେସିଂ ଜରିଆରେ କଥା ହେବେ ପିଏମ୍ ମୋଦି ।

 

3/8

ଏବଂ କିଛି ନୂଆ ଯୋଜନା ଚାଷୀଙ୍କ ପାଇଁ ଆଜି ଆରମ୍ଭ କରି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହା ଦ୍ବାରା କୃଷକ ମାନେ ବେଶ ଉପକୃତ ହେବେ। 

 

4/8

ଏହି ଯୋଜନାରେ ଦେଶର କୃଷକମାନେ ବାର୍ଷିକ ୬,୦୦୦ ଟଙ୍କା ସହାୟତା ପାଆନ୍ତି, ଯାହାକି ୨ ହଜାର ଟଙ୍କା ଲେଖାଏଁ ୩ଟି କିସ୍ତିରେ ଦିଆଯାଏ । 

 

5/8

୧୩ତମ କିସ୍ତି ୮ କୋଟି ୨ ଲକ୍ଷ କୃଷକଙ୍କୁ ମିଳିଥିଲା । ୨୦୨୩ ଫେବ୍ରୁଆରି ୨୭ରେ ବେଲଗାଭିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୬,୮୦୦ କୋଟି ଟଙ୍କା ପଠାଇ ଥିଲେ ।

6/8

ପିଏମ କିଷାନ ସମ୍ମାନ ନିଧି ଯୋଜନା କୁ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଲାଗୁ କରିଛନ୍ତି । 

 

7/8

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ହେଉଛି ଏକ କେନ୍ଦ୍ରୀୟ ଯୋଜନା ଯାହା ଫେବୃଆରୀ ୨୦୧୯ ରେ ଚାଷୀଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଆରମ୍ଭ କରାଯାଇଥିଲା। କେନ୍ଦ୍ର ସରକାର କୃଷକଙ୍କ ଆର୍ଥିକ ସହାୟତା ପାଇଁ ବାର୍ଷିକ ଛଅ ହଜାର ଟଙ୍କା ଦିଅନ୍ତି। ଏହି ରାଶି ତିନୋଟି କିସ୍ତିରେ ଦିଆଯାଇଛି ।

8/8

କେବଳ କୃଷକମାନଙ୍କ ପାଇଁ ନୁହେଁ , ଆଜି ପ୍ରଧାନମନ୍ତ୍ରୀ ରାଜସ୍ଥାନବାସୀଙ୍କୁ ଆଉ ଏକ ଭେଟି ଦେବେ ।  ପ୍ରଧାନମନ୍ତ୍ରୀ ମୋଦୀ ଚିତ୍ତରଗଡ, ଦୋଲାପୁର, ସିରୋହି, ସିକର ଏବଂ ଶ୍ରୀଗଙ୍ଗନଗରରେ ପାଞ୍ଚଟି ନୂତନ ମେଡିକାଲ କଲେଜର ଉଦଘାଟନ କରିବେ। ଏହା ବ୍ୟତୀତ ସେ ଉଦୟପୁର, ବନସ୍ୱାରା, ପ୍ରତାପଗଡ ଏବଂ ଡୁଙ୍ଗରପୁର ଜିଲ୍ଲାରେ ୬ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ। ଯାହା ଏହି ଜିଲ୍ଲାରେ ବାସ କରୁଥିବା ଆଦିବାସୀଙ୍କୁ ଉପକୃତ କରିବ।