Advertisement
photoDetails0hindi

Sonali Bendre: ଏହି ବିବାହିତ ରାଜନେତାଙ୍କ ପ୍ରେମରେ ପଡ଼ିଥିଲେ ସୋନାଲି ବେନ୍ଦ୍ରେ, ଏହି କାରଣରୁ ଭାଙ୍ଗିଥିଲା ବିବାହ!

Sonali Bendre Love Story: ୯୦ ଦଶକର ସୁନ୍ଦର ନାୟିକା ସୋନାଲି ବେନ୍ଦ୍ରେ (Sonali Bendre) । ନିଜ ସୁନ୍ଦରତା ଓ ଅଭିନୟ ଯାଦୁରେ ସେ ଦର୍ଶକଙ୍କୁ ଦିୱାନ ବନାଇଥିଲେ । ଏହି ବଲିଉଡ଼ ଅଭିନେତ୍ରୀଙ୍କର ଖାଲି ଭାରତ ନୁହେଁ ଭାରତ ବାହାରେ ମଧ୍ଯ ଲୋକେ ଦିୱାନା ଥିଲେ । ଏକଦା ଏହି ଅଭିନେତ୍ରୀ ଜଣଙ୍କ ତାଙ୍କ ପ୍ରେମ ସମ୍ପର୍କ ଲାଗି ଲାଇମଲାଇଟରେ ରହିଥିଲେ ।

1/5

ବର୍ତ୍ତମାନ ଚଳଚ୍ଚିତ୍ରଠାରୁ ଦୂରରେ ଥିବା ସୋନାଲି ସୋସିଆଲ ମିଡିଆରେ କିନ୍ତୁ ବେଶ ଆକ୍ଟଭ ରହୁଛନ୍ତି । ଆଜି ବି ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଛନ୍ତି ଏହି ଚୁଲବୁଲି ନାୟିକା । ଆଜି ଆମେ ସୋନାଲିଙ୍କ ବେନ୍ଦ୍ରେଙ୍କ ଜୀବନର ଏମିତି ଏକ ଅଜଣା କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ଆର୍ଶ୍ଚଯ୍ୟ ହେବେ ।

2/5

୯୦ ଦଶକରେ ନିଜ ଅଭିନୟ ଓ ସୌନ୍ଦର୍ଯ୍ୟରେ ଦର୍ଶକଙ୍କୁ ମତୁଆଲା କରିଥିଲେ ସୋନାଲି । ତେବେ ସେହି ସମୟରେ ମହାରାଷ୍ଟ୍ରର ଜଣେ ରାଜନେତା ମଧ୍ୟ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ । ସେହି ରାଜନେତା ଜଣଙ୍କ ହେଉଛନ୍ତି ରାଜ ଠାକରେ। ସୋନାଲି ମଧ୍ଯ ଏହି ରାଜନେତାଙ୍କ ପ୍ରେମରେ ଉବୁଠୁବୁ ହେଉଥିଲେ ।

3/5

ପରସ୍ପରର ପ୍ରେମରେ ପାଗଳ ଥିବା ସୋନାଲି ଓ ରାଜ ଠାକରେ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଏହି ପ୍ରେମ କାହାଣୀ ସେତେବେଳେ ଅଧାରେ ରହିଲା ଯେତେବେଳେ ବାଲ ଠାକରେଙ୍କୁ ଏନେଇ ଆଭାସ ମିଳିଥିଲା ।

4/5

ରାଜ ଠାକରେ ପୂର୍ବରୁ ବିବାହିତ ଥିବାରୁ ଦ୍ବିତୀୟ ବିବାହ କଲେ ରାଜନୀତିରେ ତାଙ୍କ ଛବି ନଷ୍ଟ ହେବ ବୋଲି ବାଲ ଠାକରେ ତାଙ୍କୁ କହିଥିଲେ।

5/5

ବାଲ ଠାକରେଙ୍କ ଏହି ପଦେ କଥାରେ ରାଜ ଠାକରେ ଓ ସୋନାଲେ ବେନ୍ଦ୍ରେଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ପରେ ଅଭିନେତ୍ରୀ ଗୋଲଡ଼ିଙ୍କୁ ବିବାହ କରିଥିଲେ । ଏବେ ସେ ପରିବାର ସହ ବେଶ ଖୁସି ଅଛନ୍ତି ।