Advertisement
Photo Details/zeeodisha/odisha1503657
photoDetails0hindi

Tora Mora Khatti: ପ୍ରଥମ ଥର ସ୍କ୍ରିନ ସେୟାର କରିବେ ଶୈଳେନ୍ଦ୍ର-ଶିତଲ, ଭିଲେନ ସାଜିଛନ୍ତି ସିଦ୍ଧାନ୍ତ

Sailendra Samantray And Sheetal Patra: ଜାନୁଆରୀ ୬ରେ ପରଦାରେ ରିଲିଜ ହେବ ତୋର ମୋର କଟ୍ଟି। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଶୈଳେନ୍ଦ୍ର ସାମନ୍ତରାୟ, ଶିତଲ ପାତ୍ର, ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ନଜର ଆସିବେ। ସେହିପରି ସ୍କ୍ରିନ ପ୍ଲେ କରିଛନ୍ତି ରମେଶ ରାଉତ । ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ । 

1/5

ଗତକାଲି ଅପକମିଂ ଫିଲ୍ମ ତୋର ମୋର କଟ୍ଟି ର (Toro Moro Khatti) ଏକ ଟ୍ରେଲର ରିଲିଜ ହୋଇଛି। ଗୋଟେ ମିନିଟ ୫୮ ସେକେଣ୍ଡ ସମୟର ରିଲିଜ ହୋଇଥିବା ଏହି ଟ୍ରେଲରରେ ସୋସିଆଲ ମିଡିଆ ସେନସେସନ ଶୈଳେନ୍ଦ୍ରଙ୍କ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଛି। 

2/5

ଏହି ଫିଲ୍ମରେ ଅଭିନେତ୍ରୀ ଶିତଲ (Sheetal Patra) ଓ ଶୈଳେନ୍ଦ୍ର ଉଭୟଙ୍କ କେମେଷ୍ଟ୍ରୀ ଖୁବ ଭଲ ଭାବେ ଦେଖାଯାଇଛି। ଶିତଲ ଓ ଶୈଳେନ୍ଦ୍ର ପ୍ରଥମ ଥର ପାଇଁ ରୁପେଲି ପରଦାରେ ସ୍କ୍ରିନ ସେୟାର କରିଛନ୍ତି। 

3/5

ସେପଟେ ଶିତଲ ଓ ଶୈଳେନ୍ଦ୍ରଙ୍କୁ (Sailendra Samantray) ବାଦ୍ ଦେଲେ ଏଥିରେ ଭିଲେନ ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର। ଟ୍ରେଲରରେ ସିଦ୍ଧାନ୍ତଙ୍କ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଛି। 

4/5

ପ୍ରେମକାହାଣୀ ସହ ଏଥିରେ ଫାଇଟିଂ ଓ ଜବରଦସ୍ତ ଗୀତ ସାଙ୍ଗକୁ ଡ୍ୟାନ୍ସ କୁ ମଧ୍ୟ ସ୍ଥାନ ଦିଆଯାଇଛି। 

5/5

ପ୍ରଡକ୍ସନ ହାଉସ Jhilik Motion Pictures ହୋଇଥିବା ବେଳେ ପ୍ରଡ୍ୟୁସର ଅଭିନେତ୍ରୀ ଝିଲ୍ଲିକ (Jhilik Bhattacharjee) ଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି  ରମେଶ ରାଉତ। ଏହା ସହ ଫିଲ୍ମଟି ୬ ଜାନୁଆରୀରେ ରିଲିଜ ହେବାକୁ ଯାଉଛି।