Advertisement
Photo Details/zeeodisha/odisha1760501
photoDetails0hindi

Varsha Priyadarshini: ଜାଣନ୍ତୁ ବର୍ଷାଙ୍କ ବିଷୟରେ ଏପରି କିଛି ଖାସ୍ କଥା...

Varsha Priyadarshini: ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini)। ଓଡିଆ ସିନେ ଜଗତର ଆଗଧାଢିର ଜଣେ ଆଗଧାଢିର ଅଭିନେତ୍ରୀ ହେଉଛନ୍ତି ସେ। 

1/5

ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର 'ଜୋର୍' ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । 

2/5

ଗୋଲ୍‌ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।

3/5

ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କ ଝିଅ । ୨୦୦୩ ମସିହାରେ ସେ 'ଏ ଯୁଗର କୃଷ୍ଣ ସୁଦାମା ' କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ବର୍ଷା ଶିଶୁ କଳାକାର ଭାବରେ 'ମା' ଏବଂ 'ଗୋଲାମଗିରି' ଭଳି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । 

 

4/5

ଏହାପରେ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଧାରାବାହିକ 'ପଣତକାନି'ରେ ମଧ୍ୟ ଅଭିନୟ କରିଥିଲେ । ଏହା ଥିଲା ବର୍ଷାଙ୍କର ପ୍ରଥମ ଦୂରଦର୍ଶନ ଧାରାବାହିକ । ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।

 

5/5

ବର୍ଷା ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ୮ ଫେବୃଆରୀ ,୨୦୧୪ରେ ବିବାହ କରିଥିଲେ ।  ବେଶ ଧୁମଧାମରେ ହୋଇଥିଲା ଉଭୟଙ୍କ ବିବାହ । ହେଲେ ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପାରିବାରିକ ବିବାଦ ।   ୨୦୨୧ , ନଭେମ୍ବର ୧୩ରେ ଫିଲ୍ମ 'ବିଜୟିନୀ'ରେ ନଜର ଆସିଥିଲେ ବର୍ଷା ।