Advertisement
Photo Details/zeeodisha/odisha1509435
photoDetails0hindi

Odia Film Bhai Teaser: ଟ୍ରାକକୁ ଫେରୁଛି ଓଡ଼ିଆ ଫିଲ୍ମ, ଲୋମ ଟାଙ୍କୁରାଇ ଦେଲା ଏକ ମିନିଟର ଟିଜର

Odia Film Bhai Release Date: ଖୁବଶୀଘ୍ର ଦର୍ଶକ ଦେଖିବେ ଏକ ଭିନ୍ନ ସ୍ୱାଦର ଫିଲ୍ମ। ଦମନ ଓ ପ୍ରତୀକ୍ଷା ପରି ଓଡ଼ିଆ ଫିଲ୍ମ ଭାଇ ମଧ୍ୟ ହିଟ ହେବା ନେଇ ଚର୍ଚ୍ଚା ହେଉଛି । ଏହାର କାରଣ ହେଉଛି ରିଲିଜ ହୋଇଥିବା ଟିଜର । ଗତକାଲି ରିଲିଜ ହୋଇଥିବା ଏକ ମିନିଟ ୧୧ ସେକେଣ୍ଡର ଟିଜର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ତେବେ ୨୦୨୩ ରେ ରିଲିଜ ହେବାକୁ ଯାଉଛି ଫିଲ୍ମ।

1/5

ଡିସେମ୍ବର ୩୦ ରେ ରିଲିଜ ହୋଇଛି ଓଡ଼ିଆ ଫିଲ୍ମ ଭାଇର ଟିଜର । ଏହି ଗୋଟେ ମିନିଟ ୧୧ ସେକେଣ୍ଡର ଟିଜରକୁ ନେଇ ଏବେ ବେଶ ଚର୍ଚ୍ଚା ଲାଗିରହିଛି। ସ୍କ୍ରିନ ପ୍ଲେ ଓ ଅଭିନୟକୁ ଦେଖିଲେ ଲାଗିବ ସତେ ଯେମିତି ବଲିଉଡ ଫିଲ୍ମ । ତେବେ କାହାଣୀ ବି ବହୁତ ରୋମାଞ୍ଚକର ହୋଇଥିବା କୁହାଯାଉଛି । ଏଥିରେ ଓଲିଉଡ ଷ୍ଟାର ଅମ୍ଳାନଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି। 

2/5

ଏହି ଟିଜରରେ ଆଲବମରୁ କ୍ୟାରିୟର ଆରମ୍ଭ କରିଥିବା ଦିବ୍ୟା ଓ ଅନନ୍ୟାଙ୍କ ଜବରଦସ୍ତ ଆକ୍ଟିଂ ମଧ୍ୟ ଦେଖିବାକୁ ମିଳିଛି। 

3/5

ଏହି ଫିଲ୍ମର Story Screenplay ଓ Direction  ପୃଥୀବି ରାଜ୍ ପଟ୍ଟନାୟକ ଦେଇଥିବା ବେଳେ ଫଟୋଗ୍ରାଫି କରିଛନ୍ତି Rudrakanta Singh । ସେହିପରି କାହାଣୀ ଲେଖିଛନ୍ତି ଲେଖକ ରବିନାରାୟଣ ଦାସ । ଏହି ଟିଜରକୁ ଆମର ମ୍ୟୁଜିକ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛି। 

4/5

ଏହି ଫିଲ୍ମରେ ଜବରଦସ୍ତ କାହାଣୀ ସହ ଅଭିନୟ ମଧ୍ୟ ଦେଖିବାକୁ ମିଳିବ । ସେହିପରି କୌଣସି ଏକ ସଂଘର୍ଷକୁ ନେଇ କାହାଣୀ ହୋଇଥିବା ବେଳେ ଫାଇଟିଂ ସିନ ମଧ୍ୟ ଜବରଦସ୍ତ ରହିଛି।

5/5

ଅନ୍ୟପଟେ ଫିଲ୍ମଟି ବିଶେଷ କରି ଜାମ୍ମୁ କାଶ୍ମୀର ଓ ଲଦାଖ ରେ ସୁଟିଂ କରାଯାଇଥିବା ଚର୍ଚ୍ଚା ହେଉଛି।