Advertisement
photoDetails0hindi

Nitin Gadkari: ନିଜ ୟୁଟ୍ୟୁବ ଚ୍ୟାନଲରୁ ମାସିକ ଏତିକି ଟଙ୍କା ରୋଜଗାର କରନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

Nitin Gadkari: ବର୍ତ୍ତମାନର ଡିଜିଟାଲ ଯୁଗରେ ଛୋଟଠାରୁ ବଡ଼ ସମସ୍ତଙ୍କୁ ଘାରିଛି ସୋସିଆଲ ମିଡ଼ିଆ ନିଶା । ତେବେ ଏଇ କିଛି ବର୍ଷ ହେବ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର କ୍ରେଜ ଦେଖିବାକୁ ମିଳୁଛି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରେଟି ମାନେ ମଧ୍ଯ ୟୁଟ୍ୟୁବ ଓ ଇନଣ୍ଟାଗ୍ରାମରେ ଭିଡ଼ିଓ କରି ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳିଛି । ତେବେ ଆଜି ଆମେ ଏମିତି ଜଣେ ରାଜନେତାଙ୍କ ବିଷୟରେ କହିବୁ ଯିଏ ୟୁଟ୍ୟୁବ ଚ୍ୟାନଲରୁ ଟଙ୍କା ରୋଜଗାର କରିଥାଆଆନ୍ତି ।

1/5

ବହୁ କମ୍ ଲୋକଙ୍କୁ ଏହା ଜଣାଥିବ ଯେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଛନ୍ତି। 

2/5

ମନ୍ତ୍ରୀ ନୀତିନ ଗଡ଼କରୀ ଖାଲି ୟୁଟ୍ୟୁବ ଚ୍ୟାନଲ ଚଳାନ୍ତି ତାହା ନୁହେଁ ବରଂ ସେ ଏହି ଚ୍ୟାନେଲ ମାଧ୍ଯମରେ ମାସିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ଯ କରିଥାଆନ୍ତି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । 

3/5

ଇଣ୍ତିଆନ ଇକୋନେମୀ କନକ୍ଲେବ-୨୦୨୩ କାର୍ଯ୍ୟକ୍ରମରେ ପହଁଞ୍ଚି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ସେ ୨୦୧୫ ମସିହାରେ ଏହି ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ । ଏଥିରେ ସେ ନିଜର ସମସ୍ତ ଭାଷଣ, ସାମ୍ବାଦିକ ସମ୍ମିଳନୀ ଓ ଗଣମାଧ୍ୟମକୁ ଦେଉଥିବା ପ୍ରତିକ୍ରିୟାର ଭିଡ଼ିଓକୁ ଅପଲୋଡ଼ କରିଥାଆନ୍ତି । 

4/5

ତାଙ୍କର ଏହି ଚ୍ୟାନେଲରେ ୫.୨୭ ଲକ୍ଷ ସବ୍ରସ୍କାଇବର ରହିଥିବାବେଳେ ସେ ଏଥିରୁ ମାସିକ ୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । 

5/5

କରୋନା ମହାମାରୀ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଚ୍ୟାନେଲକୁ ଲୋକେ ଦେଖିବା ସହ ବହୁ ମାତ୍ରାରେ ସବ୍ରସ୍କାଇବ କରିଥିଲେ ।