Advertisement
Photo Details/zeeodisha/odisha2374306
photoDetails0hindi

Naga Chaitanya Sobhita: ଛାଡ଼ପତ୍ରର ୩ ବର୍ଷ ପରେ ଶୋଭିତାଙ୍କ ହାତ ଧରିଲେ ନାଗା ଚୈତନ୍ୟ, ଜାଣନ୍ତୁ ୮.୮.୮ ର କ'ଣ ରହିଛି କନେକ୍ସନ...

ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ସୁପରଷ୍ଟାର ନାଗାର୍ଜୁନଙ୍କ ବଡ଼ ପୁଅ ତଥା ଅଭିନେତା ନାଗା ଚୈତନ୍ୟ। ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୁଲିପାଲା ଶେଷରେ ସେମାନଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ଆଜି ଅର୍ଥାତ୍ ଅଗଷ୍ଟ ୮ରେ ଏହି କପଲ୍ ପରିବାର ମଧ୍ୟରେ ସେମାନଙ୍କ ଏନଗେଜମେଣ୍ଟ ଶେଷ ହୋଇଛି।

1/8

ରିପୋର୍ଟ ଅନୁସାରେ ଦୁହେଁ ଗତ ୩ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ। ନାଗାଙ୍କ ବାପା ତଥା ଭେଟେରାନ୍ ଅଭିନେତା ନାଗାର୍ଜୁନ ଅକ୍କିନେନି ନାଗା-ଶୋଭିତାଙ୍କ ଏନଗେଜମେଣ୍ଟର ପ୍ରଥମ ଦୁଇଟି ଫୋଟ ସେୟାର କରିଛନ୍ତି।

2/8

ଏହି ଦମ୍ପତିଙ୍କ ଏନଗେଜମେଣ୍ଟ ଫଟୋ ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ମାଧ୍ୟମରେ ନାଗାର୍ଜୁନ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ସହ ଶୋଭିତାଙ୍କୁ ଅକ୍କିନେନୀ ପରିବାରକୁ ସ୍ୱାଗତ କରିଛନ୍ତି।

3/8

ନାଗା ଚୈତନ୍ୟ- ଶୋଭିତା ଧୁଲିପାଲାଙ୍କ ଫଟୋ ସେୟାର ବେଳେ ନାଗାର୍ଜୁନ ଆକ୍କିନେନି କ୍ୟାପସନରେ ଲେଖିଛନ୍ତି, 'ଆମ ପୁଅ ନାଗା ଚୈତନ୍ୟ ଶୋଭିତା ଧୁଲିପାଲାଙ୍କ ଏନଗେଜମେଣ୍ଟରେ ଆମେ ବହୁତ ଖୁସି। ଆଜି ସକାଳ 9:42 ରେ ଏହା ହୋଇଛି! ଶୋଭିତାଙ୍କୁ ଆମ ପରିବାରକୁ ସ୍ୱାଗତ କରି ଆମେ ଅତ୍ୟନ୍ତ ଖୁସି। ଏହି ଦମ୍ପତିଙ୍କୁ ଅଭିନନ୍ଦନ! ମୁଁ ତାଙ୍କୁ ସୁଖମୟ ଜୀବନ କାମନା କରୁଛି। 8.8.8 ଅନନ୍ତ ପ୍ରେମର ଆରମ୍ଭ’।

4/8

ଏହି ଦମ୍ପତି ପାରମ୍ପାରିକ ରୂପରେ ନଜର ଆସିଛନ୍ତି। ଚୈତନ୍ୟ ଏବଂ ଶୋଭିତାଙ୍କୁ ଆଲିଙ୍ଗନ କରୁଥିବାବେଳେ ନାଗାର୍ଜୁନ ଆକ୍କିନେନି ଖୁସି ନଜର ଆସିଛନ୍ତି।

5/8

ଦ୍ୱିତୀୟ ଫଟୋରେ ଶୋଭିତା ନାଗା ଚୈତନ୍ୟଙ୍କ କାନ୍ଧରେ ମୁଣ୍ଡ ରଖିଥିବାର ନଜର ଆସିଛନ୍ତି। ଫଟୋରେ ଉଭୟ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।

6/8

 ଫଟୋରେ ଶୋଭିତା ପିଚ ଏବଂ ଗୋଲାପୀ ରଙ୍ଗର ସାଢ଼ୀରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଧଳା କୁର୍ତ୍ତା ପାଇଜାମାରେ ଚୈତନ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି।

7/8

8.8.8 ଆଜିର ତାରିଖ ଯାହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଆଜି ହେଉଛି ୮ ତାରିଖ, ୮ ମାସ, ଏବଂ ୨୦୨୪ର ସମସ୍ତ ଅଙ୍କ ମିଶିଲେ ୮। ଯାହାକି ନାଗାର୍ଜୁନ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

8/8

ଆସନ୍ତୁ ଆପଣଙ୍କୁ କହିବା ଯେ ଶୋଭିତାଙ୍କ ସହ ଏହା ନାଗା ଚୈତନ୍ୟଙ୍କ ଦ୍ୱିତୀୟ ବିବାହ ହେବ। ଏହା ପୂର୍ବରୁ ନାଗା ଚୈତନ୍ୟ ଅଭିନେତ୍ରୀ ସାମନ୍ତା ରପୁଥ୍ ପ୍ରଭୁଙ୍କୁ ବିବାହ କରିଥିଲେ। ସେମାନେ ୨୦୧୭ରେ ବିବାହ କରିଥିଲେ, କିନ୍ତୁ ୨୦୨୧ ମସିହାରେ, ଉଭୟ ଅଲଗା ହେବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।