Advertisement
photoDetails0hindi

Mithali Raj: ଜାଣନ୍ତୁ କାହିଁକି ସିଙ୍ଗଲ ଅଛନ୍ତି ମିଥାଲି ରାଜ, ବିବାହକୁ ନେଇ କ’ଣ ଭାବନ୍ତି ଏହି ସଫଳ ମହିଳା କ୍ରିକେଟର

ମିଥାଲି ରାଜଙ୍କୁ କିଏ ବା ନ ଜାଣେ । ୧୯୯୯ ମସିହାରେ ଭାରତୀୟ ମହିଳା ଦଳରେ ଡ଼େବ୍ୟୁ କରିଥିବା ମିଥାଲି ଗତବର୍ଷ କ୍ରିକେଟରୁ ଅବସର ନେଇଥିଲେ । ପୂର୍ବତନ କ୍ୟାପଟେନ ମିଥାଲି ରାଜଙ୍କୁ ବର୍ତମାନ ୪୦ ବର୍ଷ ହୋଇଥିବା ବେଳେ ସେ ଏଯାଏଁ ବିବାହ କରିନାହାନ୍ତି । ଏନେଇ ମିଥାଲି ଏକ ସାକ୍ଷାତକାରରେ ଏହାର କାରଣ କହିଥିଲେ । ତାଙ୍କର ବିବାହ ନ କରିବା ପଛର କାରଣ ସମ

1/4

ଭାରତୀୟ ମହିଳା କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମିଥାଲି ରାଜ ୧୯୮୨ ମସିହା ଡ଼ିସେମ୍ବର ମାସ ୩ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୯୯ ମସିହାରେ ସେ ଭାରତୀୟ ମହିଳା ଦଳରେ ପାଦ ଥାପିଥିବା ଏହି ଖେଳାଳୀ ୨୦୨୨ ମସିହାରେ ଅନ୍ତଜାର୍ତୀୟ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ ।

2/4

ମିଥାଲିଙ୍କ ବିବାହକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ରହିଥିବା ବେଳେ ସେ ଏକ ସାକ୍ଷାତକାରରେ ନିଜ ବିବାହକୁ ନେଇ ମତ ଦେଇଥିଲେ । ମିତାଲି ଏହି ଇଣ୍ଟରଭିୟ୍ୟୁରେ କହିଥିଲେ ଯେ, ବିବାହ କରିବା ନେଇ ତାଙ୍କ ମନରେ ଅନେକ ଥର ବିଚାର ଆସିଛି କିନ୍ତୁ ବିବାହିତ ଲୋକଙ୍କୁ ଦେଖିବା ପରେ ସେ ବିବାହ ନକରି ସିଙ୍ଗଲ ରହିବା ନେଇ ସ୍ଥିର କରିଥିଲେ ।

3/4

ସେ ସାକ୍ଷାତକାର ମିଥାଲି ରାଜ ଏହାମଧ୍ଯ କହିଥିଲେ ଯେ, ସେ ପୂର୍ବରୁ ରିଲେସନସିପରେ ଥିଲେ କିନ୍ତୁ ଏବେ ସେ ସିଙ୍ଗଲ ଅଛନ୍ତି । ଆଉ ସିଙ୍ଗଲ ଥାଇ ସେ ଖୁସି ଥିବା ମଧ୍ଯ କହିଥିଲେ ।

4/4

ମିଥାଲି ଭାରତୀୟ ମହିଳା କ୍ରିକେଟ ଟିମର ସବୁଠୁ ଅଧିକା ୱାନ ଡ଼େ(ODI) ମ୍ୟାଚ ଖେଳିଥିବା ଖେଳାଳୀ ଅଟନ୍ତି । ସେ ୨୩୨ଟି ମ୍ୟାଚରେ ୫୦ଟି ଅର୍ଦ୍ଧଶତକ ସହ ୭୮୦୫ ରନ ସଂଗ୍ରହ କରିଥିଲେ । ଏହାସହ ସେ ୭ଟି ଶତକ ମଧ୍ଯ ତାଙ୍କ ନାମରେ କରିଛନ୍ତି। ମିଥାଲି ୧୨ଟି ଟେଷ୍ଟ ମ୍ୟାଚ ଓ ୮୯ଟି ଟି-20 ମ୍ୟାଚରେ ଭାରତର ପ୍ରତିନିଧିତ୍ବ କରିଥିଲେ ।