Advertisement
Photo Details/zeeodisha/odisha1522866
photoDetails0hindi

Malaika Arora: ୪୯ରେ ବି ହଟନେସରେ ଯୁବ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେବେ ମଲାଇକା

Malaika Arora: ବଲିଉଡର ଗ୍ଲାମରସ୍ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଲୁକକୁ ନେଇ ସବୁବେଳ ବିଟାଉନରେ ଚର୍ଚ୍ଚା ଚାଲିଥାଏ । ତଥାପି, ଅନେକ ଥର ମଲାଇକା ମଧ୍ୟ ତାଙ୍କ ଚେହେରା ଏବଂ ବ୍ୟକ୍ତିଗତ ଜୀବନ ଯୋଗୁଁ ଅନେକ ଥର ଟ୍ରୋଲ୍ ମଧ୍ୟ ହୋଇଥାନ୍ତି ।

1/5

ମଲାଇକା ଆରୋରା ବାନ୍ଦ୍ରାସ୍ଥିତ ଏକ ଯୋଗ ସେଣ୍ଟର ବାହାରେ ନଜର ଆସିଥିଲେ । ମଲାଇକା ଏକ କଳା ରଙ୍ଗର ଟାଇଟ୍ସ ଏବଂ ବ୍ରାଲେଟ୍ ପୋଷାକ (tights and a bralette) ପିନ୍ଧିଥିବାର ନଜର ଆସିଥିଲେ । ଅଭିନେତ୍ରୀଙ୍କ ପୋଷାକଟି ବେଶ ଟାଇଟ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ଖୁବ ସୁନ୍ଦର ଦେଖାଯାଉଥିଲେ। 

 

2/5

ଏହାସହ ମଲାଇକା ତାଙ୍କ ମୁଣ୍ଡରେ ଏକ ନୀଳ ରଙ୍ଗର କ୍ୟାପ୍ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । 

 

3/5

ବର୍ତ୍ତମାନ ମଲାଇକା ନିଜ ଚାର୍ଟ ଶୋ' ମୁଭିଙ୍ଗ ଇନ୍ ଓ୍ବିଥ୍  ମଲାଇକା ( Moving in with Malaika)କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ଏହି ଶୋ'ରେ ମଲାଇକା ଆରୋରା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ ଖୋଲାଖୋଲି ଭାବରେ ଶୋ'କୁ ଆସୁଥିବା ଅତିଥିଙ୍କ ସହ ଚର୍ଚ୍ଚା କରୁଛନ୍ତି ।

 

4/5

ଅର୍ଜୁନ କପୁରଙ୍କ ସହ ସମ୍ପର୍କ ହେଉ କିମ୍ବା ଅରବାଜ ଖାନଙ୍କ ସହ ଛାଡପତ୍ର ହେଉ,ମଲାଇକାଙ୍କ ଏହି ଶୋ ଏକ ପାରିବାରିକ ଟକ୍ ସୋରେ ପରିଣତ ହୋଇଗଲାଣୀ। ନିକଟରେ ଏହି ଶୋକୁ ମଲାଇକାଙ୍କ ଭଉଣୀ ଅମ୍ରିତା ଆରୋରା ଆସିଥିଲେ । ଏଭଳି ପରିସ୍ଥିତିରେ ସେ ତାଙ୍କ ଭଉଣୀ ଅମୃତା ଆରୋରାଙ୍କ ସହ ତାଙ୍କର ଦ୍ୱିତୀୟ ବିବାହ ବିଷୟରେ ଆଲୋଚନା କରିଥିଲେ।

5/5

ଦିର୍ଘ ବର୍ଷ ଧରି ମଲାଇକା ଏବଂ ଅର୍ଜୁନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ଦିର୍ଘ ଦିନ ଧରି ପରପ୍ପରକୁ ଡେଟ ମଧ୍ୟ କରୁଛନ୍ତି । ହେଲେ ଏହି ଲବବାର୍ଡ ୨୦୧୯ରେ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ।  ଏହା ପରେ ସେମାନଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଥିଲା । ତେବେ ଉଭୟ ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି।  ଦୀର୍ଘ ସମୟ ଧରି ଉଭୟଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଚାଲିଛି।