Advertisement
Photo Details/zeeodisha/odisha1833519
photoDetails0hindi

Biggest Airport of Airport: ବିଶ୍ୱର ସବୁଠୁ ବଡ ବିମାନ ବନ୍ଦର, ଯେଉଁଠି ବସାଯାଇ ପାରିବ ଆଗ୍ରା ଭଳି ୬ ସହର

King Fahd Airport: ବିଶ୍ୱର କୋଣ ଅନୁକୋଣରେ ଅବସ୍ଥିତ ରହିଛି ଅନେକ ବିମାନ ବନ୍ଦର ଅଛି। ହେଲେ କ'ଣ ଆପଣ ବିଶ୍ୱର ସର୍ବବୃହତ୍ତ ବିମାନ ବନ୍ଦରରେ ବିଷୟରେ ଜାଣିଛନ୍ତି। ଏବେ ଆମେ ଆପଣଙ୍କୁ ବିଶ୍ୱର ସବୁଠୁ ବଡ଼ ବିମାନ ବନ୍ଦର ବିଷୟରେ କହିବାକୁ ଯାଉଛୁ। ଯାହାର କ୍ଷେତ୍ରଫଳ ଏତେ ବଡ ଯେ ଏହି ବିମାନ ବନ୍ଦର ପରିସରରେ ଆଗ୍ରା ପରି ପ୍ରାୟ ୬ ସହର ବସବାସ କରିପାରିବ।

1/5

ବିଶ୍ୱର ସର୍ବବୃହତ ବିମାନ ବନ୍ଦର ହେଉଛି କିଙ୍ଗ ଫହାଦ ଏୟାରପୋର୍ଟ। ଏହି ବିମାନ ବନ୍ଦର ସାଉଦି ଆରବ ଦମ୍ମମ୍ ଠାରେ ଅବସ୍ଥିତ। ବିଶ୍ୱର ଏହି ବିଶାଳ ବିମାନ ବନ୍ଦରର କ୍ଷେତ୍ରଫଳ ହେଉଛି ପ୍ରାୟ ୭୭୬ ବର୍ଗ କିଲୋମିଟର। ସେଥିମଧ୍ୟରୁ କେବଳ ୩୬.୮ ବର୍ଗ କିଲୋମିଟର ଜମି ବିମାନ ବନ୍ଦର ନିର୍ମାଣ ପାଇଁ ନିର୍ମାଣ କରାଯାଇଛି।

 

2/5

କିଙ୍ଗ ଫହାଦ ବିମାନ ବନ୍ଦରର ମୋଟ କ୍ଷେତ୍ରଫଳ ଏତେ ବଡ ଯେ ତାଜନଗରୀ ଆଗ୍ରା ପରି ଭଳି ୬ ସହର ଏହାର ପରିସରରେ ମଧ୍ୟରେ ସହଜ ବସା ଯାଇ ପାରିବ। ଆଗ୍ରା ସହରର କ୍ଷେତ୍ରଫଳ ହେଉଛି ପ୍ରାୟ ୧୨୧ ବର୍ଗ କିଲୋମିଟର।

 

3/5

କିଙ୍ଗ ଫହାଦ ବିମାନ ବନ୍ଦରର ନିର୍ମାଣ ୧୯୮୩ ମସିହାରେ ଆରମ୍ଭ ହୋଇଥିଲା। ଯାହା ୧୯୯୯ ମସିହା ନଭେମ୍ବର ୨୮ ତାରିଖରେ ଶେଷ ହୋଇଥିଲା। ଏହି ବିମାନ ବନ୍ଦର ୧୯୯୦ ଦଶକ ହୋଇଥିବା ଉପସାଗରୀୟ ଯୁଦ୍ଧ  ସମୟରେ ଆମେରିକୀୟ ବାୟୁସେନା ଘାଟି ଭାବରେ ବ୍ୟବହୃତ ହୋଇଥିଲା।

4/5

ସାଉଦ ଆରବ ଠାରେ ଅବସ୍ଥିତ କିଙ୍ଗ ଫହାଦ ବିମାନ ବନ୍ଦରର ୧୯୯୯ ମସିହା ନଭେମ୍ବର ୨୮ ତାରିଖରୁ ବ୍ୟବସାୟିକ ଉଡ଼ାଣ କାର୍ଯ୍ୟ ପରିଚାଳନା କରୁଛି। ଏହା ପରେ ଏହି ବିମାନ ବନ୍ଦର ୪୩ ଗନ୍ତବ୍ୟସ୍ଥଳକୁ ସଂଯୋଗ ଯୋଗାଇବା ପାଇଁ ବିସ୍ତାର ହୋଇଛି।

5/5

କିଙ୍ଗ ଫହାଦ ବିମାନ ବନ୍ଦରରେ ତିନୋଟି ଟର୍ମିନାଲ୍ କୋଠା ରହିଛି। ଯାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ହେଉଛି ତୃତୀୟ ବୃହତ୍ତମ ବିମାନବନ୍ଦର। ଯେଉଁଠାରେ ବାର୍ଷିକ ୧ କୋଟିରୁ ଅଧିକ ଲୋକ ଯାତ୍ରୀ ଯାତ୍ରା କରିଥାନ୍ତି।