Advertisement
Photo Details/zeeodisha/odisha1774655
photoDetails0hindi

Jawan: ‘ଜୱାନ’ ଟିଜର ରିଲିଜ ପରେ ଦୀପିକାଙ୍କୁ ନେଇ ଚର୍ଚ୍ଚା, ଏହି ଭୂମିକାରେ ଆସିପାରନ୍ତି ନଜର

Jawan Teaser: ଜୁଲାଇ ୧୦ ତାରିଖ ଅର୍ଥାତ୍ ସୋମବାର ଦିନ ରିଲିଜ ହୋଇଛି ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ । ତାମିଲ ନିର୍ଦ୍ଦେଶକ ଏଟଲୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ଟିଜରକୁ ଲୋକେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏଥିରେ ଶାହରୁଖ ଖାନଙ୍କ ବିଭିନ୍ନ ଷ୍ଟାଇଲିସ୍ ଗେଟଅପ୍ ରେ ଦେଖିବାକୁ ମିଳୁଛି । ଫିଲ୍ମରେ ଶାହାରୁଖଙ୍କ ଡବଲ୍ ରୋଲକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

1/5

ଶାହରୁଖଙ୍କ ବ୍ୟତୀତ ଏଥିରେ ନୟନନ୍ତରା, ବିଜୟ ସେତୁପତି, ସାନ୍ନ୍ୟା ମଲହୋତ୍ରା ମଧ୍ଯ ଅଭିନୟ କରିଛନ୍ତି । ମାତ୍ର ୨ ମିନିଟ୍ ୧୨ ସେକେଣ୍ତର ଏହି ଟିଜରରେ କିଙ୍ଗ ଖାନଙ୍କ ଜବରଦସ୍ତ ଆକ୍ସନ୍ ଦେଖିବାକୁ ମିଳିଛି ।

2/5

ଫିଲ୍ମର ଏହି ଟିଜରରେ ଦୀପିକା ପାଦୁକୋନ ଏକ ଖାସ୍ ଲୁକରେ ନଜର ଆସିଛନ୍ତି ।

3/5

ଦକ୍ଷିଣ ଭାରତୀୟ ଲୁକରେ ନଜର ଆସିଥିବା ଦୀପିକା ବର୍ଷାରେ ଭିଜୁଥିବା ବେଳେ ଜଣ ବ୍ୟକ୍ତିଙ୍କୁ ଟେକି ଭୂମିରେ କଚାଡ଼ି ଦେଉଥିବା ଦେଖିବାକୁ ମିଳିଛି ।  

4/5

ଏହି ଫିଲ୍ମରେ ଅଭିନେତ୍ରୀ ଦୀପିକା ପାଦୁକୋନ ଶାହରୁଖଙ୍କ ମାଆ ଭୂମିକାରେ ନଜର ଆସିପାରନ୍ତି ବୋଲି ଅନୁମାନ କରାଯାଉଛି ।

5/5

ଭିଡ଼ିଓ ଶେଷରେ ଏହା ଦ୍ବନ୍ଦ୍ୱ ସୃଷ୍ଚି ହେଉଛି ଯେ, ଶାହରୁଖ ପ୍ରକୃତରେ ଭିଲେନ୍ ନା ହିରୋ । କେତେବେଳେ ସେ ଏନଏସଜି କମାଣ୍ଡୋଙ୍କ ସହ ଲଢୁଥିବା ନଜର ଆସୁଛନ୍ତି ତ ଆଉ କେତେବେଳେ ତାଙ୍କୁ ଲଣ୍ଡିତ ମସ୍ତକରେ ଦେଖିବାକୁ ମିଳୁଛି ।