Advertisement
Photo Details/zeeodisha/odisha1905837
photoDetails0hindi

Israel Hamas News: ହମାସ ନା ମୋସାଦ କିଏ ଅଧିକ ଶକ୍ତିଶାଳୀ, ଜାଣନ୍ତୁ କିଛି ପଏଣ୍ଟରେ

Israel Hamas News: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ ଏବେ ସାରାବିଶ୍ୱକୁ ଚିନ୍ତାରେ ପକାଇଛି। ହଜାର ହଜାର ରକେଟ ମାଡରେ ରକ୍ତର ହୋଲି ଖେଳୁଛି ହମାସ ଆତଙ୍କୀ । ଏମିତି ଦୃଶ୍ୟକୁ ଦେଖିଲେ ଆକଳନ ଏହା ହିଁ ହେବ କି ଏକ ବଡ଼ ଯୁଦ୍ଧ ଦେଖିବାକୁ ଯାଉଛି ବିଶ୍ୱ। ଇସ୍ରାଏଲ ଓ ପାଲେଷ୍ଟାଇନ ବିବାଦରେ ମାସ ମାସ ଧରି ହିଂସା ଲାଗି ରହିବା ପରେ ଗାଜାରୁ ଇସ୍ରାଏଲ ଉପରେ ରକେଟ ବର୍ଷା କରିଥିଲା ହମାସ। ସେହିପରି ଇସ୍ରାଏଲ ମଧ୍ୟ ଗାଜା  ବାସୀଙ୍କୁ ଘର ଖାଲି କରି ଚାଲିଯିବାକୁ ଆହ୍ୱାନ ଦେଇଛି । 

 

1/7

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଯାଇଛି । ଘନ ଘନ ରକେଟ ମାଡରେ ଏବେ ସୁଦ୍ଧା ୪୮୦ ରୁ ଅଧିକ ମୃତାହତ ହେଲେଣି । 

 

2/7

ହମାସ ଆତଙ୍କୀ ଖୁବ ଭୟଙ୍କର । ଏହି ଯୁଦ୍ଧଂଦେହୀ ଡାକରା କୁ ନେଇ ନିଜକୁ ଦାୟୀ କରିଥିବା ବେଳେ ରକ୍ତର ହୋଲି ଖେଳୁଛି ହମାସ ଆତଙ୍କବାଦୀ । ଏହି ଗୋଷ୍ଠୀ ଗାଜା ଉପରେ କବଜା କରି ରହିଛି। 

 

3/7

ଇସ୍ରାଏଲର ସବୁଠୁ ଶକ୍ତିଶାଳୀ ଓ ଖତରନାକ ଗୁଇନ୍ଦା ଏଜେନ୍ସି ହେଉଛି ମୋସାଦ। ହେଲେ ଶେଷ ମୂହୁର୍ତ୍ତରେ ମୋସାଦକୁ ଏକଥାର ଟିକିଏ ବି ଅନ୍ଦାଜ ନଥିଲା ଯେ ହମାସ ଆତଙ୍କୀ ୫ହଜାର ରକେଟ୍ ମାଡ଼ କରିବାର ଯୋଜନା କରିଥିଲା। 

 

4/7

ହମାସ ପାଖରେ କୋର୍ନେଚ ଗାଇଡେଡ ଆଣ୍ଟି ଟ୍ୟାଙ୍କ ମିସାଇଲ ରହିଛି। ଏହାସହ ଅସଂଖ୍ୟ ରକେଟ୍ ମଧ୍ୟ ରହିଛି। ଯାହାଫଳରେ ଇସ୍ରାଏଲରେ ଧ୍ୱଂସଲୀଳା ଦେଖିବାକୁ ମିଳିଛି। ହମାସକୁ ଇରାନ ପାଖରୁ ମଧ୍ୟ ହତିଆର ପାଇଁ ସାହାଯ୍ୟ ମିଳିଥାଏ। ଏହାସହ କିଛି ମୁସଲିମ କଟ୍ଟୋର ପନ୍ତୀ ଦେଶ ମଧ୍ୟ ସପୋର୍ଟରେ ରହିଛି। 

 

5/7

କାଂସମ ଓ କୁନ୍ଦସ 101 ମିସାଇଲ ହମାସର ମୁଖ୍ୟ ଅସ୍ତ୍ର । ଆୟରନ ଡୋମ ଆଣ୍ଟି ମିସାଇଲ ସିଷ୍ଟମ ମଧ୍ୟ ହମାସ ପାଖେ ରହିଛି। 

 

6/7

ସେହିପରି ମୋସାଦ ଇସ୍ରାଏଲର ସବୁଠାରୁ ଶକ୍ତିଶାଳୀ ଗୁଇନ୍ଦା ସଂସ୍ଥା। ଆତଙ୍କୀଙ୍କ କିଲିଂ ମେସିନ୍ ମୋସାଦ ପୂରା ଦୁନିଆରେ ନିଜର ଟାର୍ଗେଟକୁ ଖୋଜି ମାରିପାରେ। 

 

7/7

ଇସ୍ରାଏଲ ନିଜେ ୧୧ ଗୁଣା ସୈନିକ ଥିବା ୧୩ ଟି ଦେଶକୁ ହରାଇ ସ୍ୱତନ୍ତ୍ର ଦେଶ ଭାବେ ନିଜକୁ ଗଠନ କରିଥିଲା। ହମାସ ର ଗଠନ ୧୯୪୯ ରେ ହୋଇଥିଲା। ସେବେଠାରୁ ନେଇ ଏବେ ଯାଏଁ ପୂରା ଦୁନିଆ ହମାସକୁ ଦେଖିଲେ ଥରହର ହୋଇଥାଏ।