Advertisement
Photo Details/zeeodisha/odisha1766622
photoDetails0hindi

Pawan Kalyan: ତୃତୀୟ ଥର ପାଇଁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି କି ପବନ କଲ୍ୟାଣ?

Pawan Kalyan: ତେଲୁଗୁ ସୁପରଷ୍ଟାର ( Telugu superstar Pawan Kalyan) ତଥା ରାଜନେତା ପବନ କଲ୍ୟାଣଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁଇଟି କାରଣ ପାଇଁ ବର୍ତ୍ତମାନ ସେ ଲାଇମ୍ ଲାଇଟରେ ରହିଛନ୍ତି। ଇନଷ୍ଟାଗ୍ରାମରେ ଜୁଲାଇ ୪ରେ ଡେବ୍ୟୁ କରିଛନ୍ତି ପବନ । ଡେବ୍ୟୁ କରିବାର ଗୋଟିଏ ଦିନରେ ତାଙ୍କ ଇନଷ୍ଟାଗ୍ରାମରେ ୪.୫୦ ଲକ୍ଷରୁ ଅଧିକ ପ୍ରଶଂସକ ଅନୁସରଣ କରିଛନ୍ତି । ପ୍ରଶଂସକ ସଂଖ୍ୟା ଇନଷ୍ଟାଗ୍ରାମରେ ବୃଦ୍ଧି ପାଇବାରେ ଲାଗିଛି । ସବୁଠୁ ବଡ଼ କଥା ହେଉଛି,ପୱନ ଏପର୍ଯ୍ୟନ୍ତ କାହାକୁ ଅନୁସରଣ କରିନାହାଁନ୍ତି କିମ୍ବା କୌଣସି ପୋଷ୍ଟ ସେୟାର (Post Share) କରିନାହାଁନ୍ତି। ତଥାପି ପ୍ରଂଶସକଙ୍କ ସଂଖ୍ୟା ଦ୍ରୃତ ଗତିରେ ବଢିବାରେ ଲାଗିଛି ।

1/5

ତେଲୁଗୁ ସୁପରଷ୍ଟାର ତଥା ରାଜନେତା ପବନ କଲ୍ୟାଣ ସାଉଥ୍ ଇଣ୍ତଷ୍ଟ୍ରିକୁ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଉଛନ୍ତି। ପବନ କଲ୍ୟାଣଙ୍କ ତୃତୀୟ ବିବାହ ଋଷିଆର ମଡେଲ୍ (Anna Lezhnova )ଆନ୍ନା ଲେଜନୋଭାଙ୍କ ସହ ୨୦୧୩ରେ ହୋଇଥିଲା । ପବନ ବର୍ତ୍ତମାନ ନିଜ ପିଲାମାନଙ୍କ ସହ ବିଦେଶରେ ରହୁଥିବା ବେଳେ ଆନ୍ନା ଲେଜନୋଭା ଦୁବାଇରେ ଥିବା କୁହାଯାଉଛି। ତେବେ, ଏହି ଛାତପତ୍ର ଖବର କେତେ ସତ କେତେ ମିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। 

 

2/5

ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ,ପବନ କଲ୍ୟାଣ ୧୯୯୭ରେ ପ୍ରଥମେ ନନ୍ଦିନୀଙ୍କୁ ବିବାହ କରିଥିଲେ ।  ଏହା ପରେ,୨୦୦୮ରେ ସେ ନନ୍ଦିନୀଙ୍କୁ ଛାଡପତ୍ର ଦେଉଥିଲେ । ପରେ ସେ ୨୦୦୯ରେ ରେଣୁ ଦେଶାଇଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହ ବେଶି ଦିନ ତିଷ୍ଠି ପାରି ନଥିଲା । ୨୦୧୨ ମସିହାରେ ଉଭୟଙ୍କ ଛାଡପତ୍ର ହୋଇଥିଲା। 

 

3/5

ଏହାପରେ, ପବନ କଲ୍ୟାଣଙ୍କୁ ଋଷୀୟ ମଡେଲ୍ (Anna Lezhnova )ଆନ୍ନା ଲେଜନୋଭାଙ୍କ ପ୍ରେମରେ ପଡିଗଲେ । ପରେ  ୨୦୧୩ରେ ପବନ ଆନ୍ନା ଲେଜନୋଭାଙ୍କୁ ବିବାହ କରିଥିଲେ।  କିନ୍ତୁ ବର୍ତ୍ତମାନ ଚର୍ଚ୍ଚା ହେଉଛି କି (Anna Lezhnova )ଆନ୍ନା ଲେଜନୋଭାଙ୍କୁ ସେ ଛାଡପତ୍ର ଦେବାକୁ ଯାଉଛନ୍ତି। 

4/5

ପୱନଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଭୀମଲା ନାୟକ'ରେ ଦେଖିବାକୁ ମିଳିଥିଲା। ୨୦୨୨ ମସିହାରେ ମୁକ୍ତିଲାଭ (Release) କରିଥିବା ଏହି ଫିଲ୍ମ ବକ୍ସ ଅଫିସ (Box Office)ରେ ୧୫୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ବର୍ତ୍ତମାନ ପୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବ୍ରୋ' (Film Bro)କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରଟି ତାଙ୍କ ପାଇଁ ବହୁତ ସ୍ବତନ୍ତ୍ର, କାରଣ 'ବ୍ରୋ'ରେ ପବନ ତାଙ୍କ ଭଣଜା ସାଇ ଧର୍ମ ତେଜଙ୍କ ସହ ନଜର ଆସିବେ । ଯାହା ଜୁଲାଇ ୨୮ ରେ  ରିଲିଜ୍ ହେବେ।

5/5

ପବନ ଉଭୟ  ଫିଲ୍ମ ଓ ରାଜନୈତିକ କ୍ଷେତ୍ରରୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ତେବେ, ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୧୩ କୋଟି ହେବ ବୋଲି କୁହାଯାଉଛି।