Advertisement
Photo Details/zeeodisha/odisha1777121
photoDetails0hindi

Green Tea: ଖାଲି ପେଟରେ ଗ୍ରୀନ୍ ଟି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି? ଏଠାରେ ଜାଣନ୍ତୁ ସତ୍ୟତା

Green Tea Side Effects: ଗ୍ରୀନ ଟି ପିଇବା ଦ୍ୱାରା କେବଳ ଲାଭ ହୁଏ। ତାହା ନୁହେଁ ଗ୍ରୀନ ଟି ପାନ କରିବା ଅନେକ ସମୟରେ ମହଙ୍ଗା ପଡ଼ିଯାଏ।

1/5

ହେଲେ କ'ଣ ଆପଣ ଜାଣିଛନ୍ତି ଖାଲି ପେଟରେ ଗ୍ରୀନ୍ ଟି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନା ନୁହେଁ? ଖାଲି ପେଟରେ ଗ୍ରୀନ ଟି ପିଇବା ଠାରୁ ଦୂରେଇ ରହିବା ଆବଶ୍ୟକ। କାରଣ ଏହା ଦ୍ୱାରା ପେଟ ବିଗଡ଼ିପାରେ। ଏହି ପାନୀୟରେ ରହିଥିବା ଟେନିନ୍ ନାମକ ପଲିଫେନୋଲ୍ ପେଟ ଏସିଡ୍ ମାତ୍ରା ବଢାଇଥାଏ। ଯାହା ପେଟ ଯନ୍ତ୍ରଣା, ବାନ୍ତି, ଏବଂ କୋଷ୍ଠକାଠିନ୍ୟ ସୃଷ୍ଟି କରିଥାଏ। 

2/5

ଆପଣ ଖାଇବା ପରେ ଗ୍ରୀନ୍ ଟି ପାନ କରିପାରିବେ। ଗ୍ରୀନ୍ ଟି ଭଳି ପାନୀୟରେ ଅଧିକ ପରିମାଣରେ କ୍ୟାଟେଚିନ୍ ରହିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ସହିତ ଏକ ରୋଗ ସହ ଲଢେଇ କରୁଥିବା ଉପାଦାନ ଫ୍ଲାଭୋନାଏଡ୍ ରହିଥାଏ। ଏହି କାରଣରୁ ଗ୍ରୀନ୍ ଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ବୋଲି ବିବେଚନ କରାଯାଏ।

3/5

ଯେତେବେଳେ ଆପଣ ଖାଲି ପେଟରେ ଗ୍ରୀନ୍ ଟି ପିଅନ୍ତି। ଏହା ଯକୃତକୁ କ୍ଷତି ପହଞ୍ଚାଇପାରେ କାରଣ। ଏହି କ୍ୟାଟେଚିନ୍ମାନେ ଯକୃତକୁ ସିଧାସଳଖ ପ୍ରଭାବିତ କରିତାଏ। ଆପଣ ଯେତେ ଅଧିକ ସମୟ ଚା ପିଇବେ ସେତେ ଅଧିକ କ୍ୟାଟେଚିନ୍ ମାତ୍ରା ବଢିବା ସହ ଯକୃତ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ।

4/5

ଗ୍ରୀନ୍ ଟି  ଯଦିଓ ଏକ ସୁସ୍ଥ ପାନୀୟ। ହେଲେ ଏଥିରେ କଫିନ୍ ଥାଏ। ଏହି ପାନୀୟରେ ରହିଥିବା କଫିନ୍ ପ୍ରତ୍ୟେକ ୩୫-୪୫ ମିଲିଗ୍ରାମ ମଧ୍ୟମ ସୀମା ମଧ୍ୟରେ ରହିଥାଏ। ଅବଶ୍ୟ ଏହା ବ୍ଲାକ ଟି ଠାରୁ ଯଥେଷ୍ଟ କମ୍। ହେଲେ ହ୍ୱାଇଟ ଟି ଭଳି ଅନ୍ୟ ପ୍ରକାରର ଚା ତୁଳନାରେ ଏହାର ମାତ୍ରା ଅଧିକ ରହିଥାଏ।

5/5

ସେଥିପାଇଁ ଗ୍ରୀନ୍ ଟି ମଧ୍ୟ ଏକ ପ୍ରକାର ଉତ୍ତେଜକ ପାନୀୟ। ଯାହା ମୃଦୁ ରୂପରେ ରହିଥାଏ। କେଶ, ଚର୍ମ, ହାଡ ଏବଂ ଅନ୍ୟାନ୍ୟ ଅଙ୍ଗ ପାଇଁ ଏହା ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ବହୁତ ଲାଭଦାୟକ ହୋଇଥାଏ। ଯେତେବେଳେ ଆପଣ କିଛି ଖାଇଥିବେ ସେତେବେଳେ ଗ୍ରୀନ ଟି ପିଇପାରିବେ। ହେଲେ କେବେ ଖାଲି ପେଟରେ ଗ୍ରୀନ ଟି ପିଇବା ଠିକ ନୁହେଁ।