Advertisement
photoDetails0hindi

IPL ରେ ପ୍ରଥମେ ପାଞ୍ଚ ୱିକେଟ୍ ନେଇଥିବା ବୋଲର କିଏ? ପ୍ରଥମ ସିଜିନ୍ ପରେ ହୋଇ ଯାଇଛନ୍ତି 'ନିଖୋଜ'

IPL 2023 ର ଚମତ୍କାର ସିଜିନ୍ ଜାରି ରହିଛି । ଅନେକ ବ୍ୟାଟ୍ସମ୍ୟାନ୍ ମଧ୍ୟ ଉତ୍କୃଷ୍ଟ ବ୍ୟାଟିଂ କରୁଥିବାବେଳେ ଅନେକ ବୋଲର ମଧ୍ୟ ଚମତ୍କାର ବୋଲିଂ କରୁଥିବାର ନଜର ଆସୁଛନ୍ତି । ଏପର୍ଯ୍ୟନ୍ତ ଏହି ସିଜନରେ କେବଳ ଜଣେ ବୋଲର ୫ ୱିକେଟ୍ ନେଇଛନ୍ତି । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ତରଫରୁ ଖେଳି ମାର୍କ ଉଡ୍ ଏହି କୀର୍ତ୍ତିମାନ କରିଥିଲେ । କିନ୍ତୁ ଆପଣ ଜାଣନ୍ତି କି କେଉଁ ବୋଲର ଆଇପିଏଲରେ ପ୍ରଥମ ଥର ୫ ୱିକେଟ୍ ନେଇଥିଲେ? ଯଦି ନୁହେଁ, ତେବେ ଆସନ୍ତୁ ଆପଣଙ୍କୁ କହୁଛୁ...

1/5

ଆଇପିଏଲରେ ୫ ୱିକେଟ୍ ନେଇଥିବା ସୋହେଲ ତନଭୀର ହେଉଛନ୍ତି ପ୍ରଥମ ବୋଲର । ଆଇପିଏଲର ପ୍ରଥମ ସିଜନରେ ସୋହିଲ ତନଭୀର ଏହି କୀର୍ତ୍ତିମାନ କରିଥିଲେ । ରାଜସ୍ଥାନ ରୟାଲ୍ସ ଦଳ ପାଇଁ ଖେଳି ସେ ଏହି ମହାନ ରେକର୍ଡ ସୃଷ୍ଟି କରିଥିଲେ ।

2/5

୮ ମଇ ୨୦୦୮ ରେ, ରାଜସ୍ଥାନ ରୟାଲ୍ସର ଦଳ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ମୁହାଁମୁହିଁ ହୋଇଥିଲା ​। ସେହି ମ୍ୟାଚ୍‌ରେ ସୋହେଲ ତନଭୀର ମୋଟ ୫ ଖେଳାଳିଙ୍କୁ ପାଭିଲିୟନ ପଠାଇଥିଲେ । ତାଙ୍କର ପ୍ରଥମ ଶିକାର ପାର୍ଥିବ ପଟେଲ ହୋଇଥିଲେ । ଏହା ପରେ ସେ ଷ୍ଟିଫେନ୍ ଫ୍ଲେମିଂ, ବିଦ୍ୟୁତ ସିବକ୍ରିଷ୍ଣନ୍, ଆଲବି ମର୍କେଲ, ମୁଥୟା ମୁରଲୀଥାରନ୍ ଓ ମଖାୟା ନଟିନିଙ୍କୁ ଆଉଟ୍ କରିଥିଲେ ।

 

3/5

ସୋହେଲ ତନଭୀର ୨୦୦୮ ବର୍ଷ ପରେ ଆଇପିଏଲ୍ ଆଉ ଖେଳିପାରିନଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ତିକ୍ତତା ଯୋଗୁଁ ପାକିସ୍ତାନୀ କ୍ରିକେଟରଙ୍କୁ ଆଇପିଏଲରେ ଖେଳିବାକୁ ଦିଆଯାଇନଥିଲା ଓ ସେମାନଙ୍କୁ ଆଇପିଏଲ ପାଇଁ ବ୍ୟାନ କରାଯାଇଥିଲା । ଏହି ପାକିସ୍ତାନୀମାନଙ୍କ ମଧ୍ୟରୁ ସୋହେଲ ତନଭୀର ମଧ୍ୟ ଥିଲେ । ଏହା ପରେ ସେ ଆଇପିଏଲରେ ଖେଳି ନଥିଲେ ।

4/5

ସୋହେଲ ତନଭୀର ନିକଟରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ଟ୍ୱିଟ୍ କରିବାବେଳେ ଲେଖିଛନ୍ତି ଯେ ମୁଁ ଅନ୍ତର୍ଜାତୀୟ କ୍ରିକେଟ୍ ର ସମସ୍ତ ଫର୍ମାଟରୁ ଅବସର ନେଉଛି । ମୁଁ ଘରୋଇ ଓ ଫ୍ରାଞ୍ଚାଇଜ୍ ପାଇଁ ଖେଳିବି । ମୋତେ ଏହି ଅଦ୍ଭୁତ ସୁଯୋଗ ଦେଇଥିବାରୁ PCB କୁ ଅନେକ ଧନ୍ୟବାଦ ।

5/5

ସୋହେଲ ଏବେ ମଧ୍ୟ ପାକିସ୍ତାନରେ ରୁହନ୍ତି । ସେ ଭିନ୍ନ ଭିନ୍ନ ଲିଗରେ ଅଂଶଗ୍ରହଣ କରନ୍ତି । ନିକଟରେ ସେ ଦୁବାଇରେ ଆୟୋଜିତ ଲିଜାଣ୍ଡ ଲିଗ୍ କ୍ରିକେଟରେ ଖେଳିଥିଲେ । ସେ ଏହି ଲିଗରେ ଏସିଆ ଲାୟନ୍ସ ଦଳର ଅଂଶ ଥିଲେ । ସେ ପୂରା ଲିଗରେ ଶ୍ରେଷ୍ଠ ବୋଲିଂ କରିଥିଲେ । ଏସିଆ ଲାୟନ୍ସ ଚଳିତ ବର୍ଷ ୨୦୨୩ ଟାଇଟଲ୍ ଜିତିଥିଲା ​​।