Advertisement
photoDetails0hindi

International Women's day 2023: ମହିଳାଙ୍କ ପାଇଁ ବେଶ ଲାଭଦାୟୀ ଏହି ସବୁ କ୍ରେଡ଼ିଟ୍ କାର୍ଡ଼, ମିଳିଥାଏ ଜବରଦସ୍ତ ଡ଼ିସକାଉଣ୍ଟ

International women's day 2023: ଆଜିର ସମୟରେ କ୍ରେଡ଼ିଟ୍ କାର୍ଡ଼ ଲୋକଙ୍କ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ପାଲଟିଛି । ମହିଳାମାନେ ମଧ୍ଯ ଏହି କାର୍ଡ଼କୁ ବହୁଳ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ସାଧାରଣତଃ ମହିଳାମାନେ କେବଳ ସପିଂ, ରେଷ୍ଟୁରାଣ୍ଟ ବିଲ, ବୁଲାବୁଲି ଇତ୍ୟାଦି ଲାଗି କ୍ରେିଡ଼ିଟ୍ କାର୍ଡ଼ର ବ୍ୟବହାର କରିଥାଆନ୍ତି । 

1/5

ଷ୍ଟାଣ୍ତାର୍ଡ଼ ଚାର୍ଚାର୍ଡ଼ ଇଜ ମାଇଟ୍ରିପ କ୍ରେଡ଼ିଟ୍ କାର୍ଡ଼(Standard Chartered Ease MyTrip Credit Card)ରେ ଆପଣଙ୍କୁ ହୋଟେଲ ଓ ଫ୍ଲାଇଟ୍ ବୁକିଂ ଉପରେ ବଡ଼ ଡ଼ିସକାଉଣ୍ଟ ପାଇବେ । ଏହି ଡ଼ିସକାଉଣ୍ଟ ୨୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ। ଏହା ବ୍ୟତୀତ ଟିକେଟ ବୁକିଂରେ ଆପଣ ୧୦X ପର୍ଯ୍ୟନ୍ତ ପୁରସ୍କାର ପାଇପାରିବେ। ଏହି କାର୍ଡ଼ର ବାର୍ଷିକ ଶୁଳ୍କ ମାତ୍ର ୩୫୦ଟଙ୍କା ଅଟେ ।

2/5

ଆମେରିକାନ ଏକ୍ସପ୍ରେସ ସ୍ମାର୍ଟ୍ ଅର୍ଣ୍ଣ କ୍ରେଡ଼ିଟ କାର୍ଡ଼(American Express Smart Earn Credit Card) ଗ୍ରାହକଙ୍କୁ ୧୦୦୦ ଟଙ୍କା ଖର୍ଚ୍ଚରେ ଗ୍ରାହକଙ୍କୁ ୫୦୦ ଟଙ୍କା କ୍ୟାସବ୍ୟାକ ମିଳିଥାଏ । ଏହା ବ୍ୟତୀତ ଆପଣଙ୍କୁ ପେଟିଏମ ୱାଲେଟ୍, ବୁକ ମାଇ ଶୋ, Myntra, ପିଭିଆର ଇତ୍ୟାଦିରେ ପଏଣ୍ଟ ମିଳିଥାଏ । ଏହି କାର୍ଡ଼ର ବାର୍ଷିକ ଶୁଳ୍କ ୪୯୫ ଟଙ୍କା ଅଟେ ।

3/5

ଆକ୍ସିସ୍ ବ୍ୟାଙ୍କ ଫ୍ଲିପକାର୍ଟ୍ ଆକ୍ସିସ୍ ବ୍ୟାଙ୍କ କ୍ରେିଡ଼ିଟ୍ କାର୍ଡ଼(Flipkart Axis Bank Credit Card)ରେ ଏହା ନିଜ ଗ୍ରାହକଙ୍କୁ ୧୦୦୦ଟଙ୍କାର ୱେଲକମ୍ ଗିଫ୍ଟ ସୁବିଧା ଦେଇଥାଏ । ଏହି କାର୍ଡ଼ ମାଧ୍ଯମରେ ଫ୍ଲିପକାର୍ଟ, Myntra ପରି ସପିଂ ୱେବସାଇଟରେ ଆପଣ ୪% ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ପାଇପାରିବେ। ଏହି କାର୍ଡ଼ର ବାର୍ଷିକ ଶୁଳ୍କ ୫୦୦ ଟଙ୍କା ଅଟେ ।

4/5

ଏସବିଆଇ କାର୍ଡ଼( SBI CARD)ରେ ଅନଲାଇନ କାରବାରରେ ଏସବିଆ କାର୍ଡ଼ ୫% କ୍ୟାସବ୍ୟାକ ପ୍ରଦାନ କରେ। ଏହି କ୍ୟାସବ୍ୟାକ ଉଭୟ ଅନଲାଇନ ଓ ଅଫଲାଇନ କାରବାରରେ ଉପଲବ୍ଧ । ଏହି କାର୍ଡ଼ର ବାର୍ଷିକ ଶୁଳ୍କ ୯୯୯ ଟଙ୍କା ଅଟେ ।

5/5

ଆକ୍ସିସ ମୋ ଜୋନ କ୍ରେଡ଼ିଟ କାର୍ଡ଼(Axis My Zone Credit Card)ରେ ଗ୍ରାହକଙ୍କୁ ପେଟିଏମ୍ ମାଧ୍ଯମରେ ଫିଲ୍ମ ଟିକେଟ ବୁକିଂ କଲେ ଅନ୍ୟ ଫିଲ୍ମ ଟିକେଟ ବୁକିଂ ଉପରେ ୧୦୦% ରିହାତି ମିଳିଥାଏ । ଏହା ବ୍ୟତୀତ AJIOରୁ ସଂପି କଲେ ଆପଣଙ୍କୁ ବହୁ ମାତ୍ରାରେ ଡ଼ିସକାଉଣ୍ଟ ମିଳିଥାଏ । ଏହି କାର୍ଡ଼ର ବାର୍ଷିକ ଶୁଳ୍କ ୫୦୦ ଟଙ୍କା ଅଟେ ।