Advertisement
photoDetails0hindi

Indian Railway: ଏଣିକି AC Coach ଯୋଗ ଯାତ୍ରା କରିପାରିବେ Waiting ତାଲିକାରେ ରହିଥିବା ଯାତ୍ରୀ; ଜାଣନ୍ତୁ କିପରି?

Indian Railways Auto Ticket Upgradation: କ'ଣ ଆପଣ ଜାଣିଛନ୍ତି ସ୍ଲିପର କ୍ସାସ ଟିକେଟ ବୁକ୍ କରି ଆପଣ ଏସି କୋଚ ଯୋଗ ଯାତ୍ରା କରିପାରିବେ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। ହେଲେ ଏହା ସତ୍ୟ। ଏବେ ଆମେ ଆପଣଙ୍କୁ କହିବୁ ରେଳବାଇ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସେହି ଯୋଜନା ବିଷୟରେ କହୁଛୁ। ଯାହା ଅଧିନରେ ଆପଣ ସ୍ଲିପର କ୍ସାସ ଟିକେଟ ବୁକ୍ କରି ତୃତୀୟ ଶ୍ରେଣୀ ଏସି କୋଚ ଯୋଗ ଯାତ୍ରା କରିପାରିବେ। 

1/5

ରେଳବାଇ ଅଟୋ ଅପଗ୍ରେଡ୍ ସ୍କିମ୍ (Indian Railway Auto Upgradation Scheme): ରେଳବାଇ ପକ୍ଷରୁ "ଅଟୋ ଅପଗ୍ରେଡେସନ୍ ସ୍କିମ୍" (Auto Upgradation Scheme) ଭାବରେ ଏକ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ରେଳବାଇ କେବଳ ନିଜର ଲାଭ ପାଇଁ ଏପରି ଯୋଜନା ପ୍ରସ୍ତୁତ କରିଛି। ରେଳବାଇ କୌଣସି ଟ୍ରେନ ମଧ୍ୟରେ କୌଣସି ସିଟ୍ ଯେପରି ଖାଲି ନହୁଏ ତାହାକୁ ଦୃଷ୍ଟିରେ ରଖି ଏପରି ସୁବିଧା ଆରମ୍ଭ କରିଛି।

 

2/5

ସିଟ୍ ଖାଲି ରହୁଥିବାରୁ କ୍ଷତି ସହୁଥିଲା ରେଳବାଇ: ବିଭିନ୍ନ ଟ୍ରେନ କ୍ଷେତ୍ରରେ ଏହା ପ୍ରାୟତଃ ହୋଇଥାଏ ଯେ ଯେତେବେଳେ ପ୍ରଥମ ଶ୍ରେଣୀ ଏବଂ ଦ୍ୱିତୀୟ ଶ୍ରେଣୀ ଏସି କୋଚ ମଧ୍ୟରେ ସିଟ୍ ଖାଲି ରହିଥାଏ। ଏହି ବର୍ଥ ମହଙ୍ଗା ହୋଇଥାଏ। ଏଠାରେ ରହୁଥିବା ସିଟ୍ ଖାଲି ରହୁଥିବାରୁ ରେଳବାଇକୁ ବହୁ କ୍ଷତି ସହୁଥିଲା।

3/5

ଟ୍ରେନ ଟିକେଟ୍ ହେଉଛି ଅପଗ୍ରେଡ୍: ସିଟ୍ ଖାଲି ରହିବା କାରଣରୁ ହେଉଥିବା କ୍ଷତିକୁ ଭରଣା କରିବା ପାଇଁ ରେଳବାଇ ଅନେକ ବିଚାର ବିମର୍ଶ କରିବା ପରେ ଅଟୋ ଅପଗ୍ରେଡ୍ ସ୍କିମ୍ (Auto Upgradation Scheme) ଆରମ୍ଭ କରିଥିଲା। ଏହି ଯୋଜନା ଅଧିନରେ ଯଦି ଅପର କ୍ଲାସ କୋଚ (Indian Railway Upper Class Coach) ମଧ୍ୟରେ କୌଣସି ବର୍ଥ (Upper Class Coach Berth) ଖାଲି ରହେ, ତାହେଲେ ସେହି ଶ୍ରେଣୀ ତଳେ ରହୁଥିବା ଯାତ୍ରୀଙ୍କ ଟିକେଟ୍ ଅପଗ୍ରେଡ୍ (Train Ticekt Auto Upgradation) ହେବ।

 

4/5

ବୁକିଂ ସମୟରେ ପଚରାଯାଇଥାଏ ପ୍ରଶ୍ନ: ଟିକେଟ୍ ବୁକିଂ ସମୟରେ ରେଳବାଇ ଯାତ୍ରୀଙ୍କୁ ପଚାରିଥାଏ ଯେ କ'ଣ ସେ ତାଙ୍କର ଟିକେଟ୍ ଅଟୋ ଅପଗ୍ରେଡ୍ କରିବାକୁ ଚାହୁଁଛନ୍ତି? ଯଦି ଯାତ୍ରୀ ହଁ ବିକଳ୍ପ (Yes Option) ଚୟନ କରନ୍ତି ତାହେଲେ ତାଙ୍କ ଟିକେଟ୍ ଅପଗ୍ରେଡ୍ ହେବ। ଯଦି ଯାତ୍ରୀ ନାଁ ବିକଳ୍ପ (No Option) ଚୟନ କରନ୍ତି ତାହେଲେ ତାଙ୍କ ଟିକେଟ୍ ଅପଗ୍ରେଡ୍ ହେବ ନାହିଁ। ଏହା ବ୍ୟତୀତ ଯଦି ଆପଣ କୌଣସି ବିକଳ୍ପ ଚୟନ କରନ୍ତି ନାହିଁ ତାହେଲେ ଏହାକୁ ହଁ ଭାବରେ ବିବେଚନା କରାଯାଏ।

 

5/5

କିପରି କାମ କରିଥାଏ ଏହି ବ୍ୟବସ୍ଥା: ଧରାଯାଉ କୌଣସି ଟ୍ରେନ୍ ର ପ୍ରଥମ ଶ୍ରେଣୀ ଏସି କୋଚ (First Class AC Coach) ମଧ୍ୟରେ ୬ ସିଟ୍ ଖାଲି ଅଛି ଏବଂ ଦ୍ୱିତୀୟ ଶ୍ରେଣୀ ଏସି କୋଚ (Secodn Class AC Coach) ମଧ୍ୟରେ ୩ ସିଟ୍ ଖାଲି ରହିଛି। ତାହେଲେ ଦ୍ୱିତୀୟ ଶ୍ରେଣୀ ଏସି କୋଚ ମଧ୍ୟରୁ କିଛି ଯାତ୍ରୀଙ୍କ ଟିକେଟ୍ ନବୀକରଣ କରାଯାଇ ତାଙ୍କୁ ପ୍ରଥମ ଶ୍ରେଣୀକୁ ପଠାଇ ଦିଆଯିବ। ସେହିପରି ତୃତୀୟ ତୃତୀୟ ଶ୍ରେଣୀ ଏସି କୋଚ ମଧ୍ୟରେ କିଛି ଯାତ୍ରୀଙ୍କ ଟିକେଟ୍ ନବୀକରଣ କରାଯାଇ ତାଙ୍କୁ ଦ୍ୱିତୀୟ ଶ୍ରେଣୀକୁ ପଠାଇ ଦିଆଯିବ। ଏହା ପରେ ତୃତୀୟ ଶ୍ରେଣୀ ଏସି କୋଚ (Third Class AC Coach) ମଧ୍ୟରେ କିଛି ସିଟ୍ ଖାଲି ହୋଇଯିବ। ଯାହା ଦ୍ୱାରା ସିଟ୍ ପାଇବାକୁ ଅପେକ୍ଷା କରି ରହିଥିବା ଯାତ୍ରୀ ତୃତୀୟ ଶ୍ରେଣୀ ଏସି କୋଚ ଯୋଗେ ଯାତ୍ରା କରିପାରିବେ।