Advertisement
Photo Details/zeeodisha/odisha2020946
photoDetails0hindi

Indian Railway: କୋଚ ଭିତରେ କେତେ ଡିଗ୍ରୀ ତାପମାତ୍ରାରେ ଚାଲିଥାଏ ଏସି?

Temperature of AC in Train: ରେଳ ଯାତ୍ରା କରିବା ସମୟରେ ପ୍ରାୟତଃ ଲୋକ ଅଭିଯୋଗ କରିଥାନ୍ତି ଯେ ଏସି କମ୍ କିମ୍ବା ଅଧିକ ତାପମାତ୍ରାରେ ଚାଲୁଛି। ଏଭଳି ପରିସ୍ଥିତିରେ ରେଳବାଇ ଦ୍ୱାରା ଏକ ସ୍ଥିର ତାପମାତ୍ରା ଏକକ କରାଯାଇଛି। ଯେଉଁ ଏକକ ମଧ୍ୟରେ ତାପମାତ୍ରା ରହିଯାଏ। 

1/5

ଟ୍ରେନ୍ ଏବଂ ଟ୍ରେନ ସମୟ ଉପରେ ନିର୍ଭର କରି ତାପମାତ୍ରା ବଦଳିଥାଏ। ଏହା ବ୍ୟତୀତ ଟ୍ରେନ ଏସି କୋଚ୍ (Train AC Coach) ମଧ୍ୟରେ ଚାଲୁଥିବା ଏସି ତାପମାତ୍ରା ମଧ୍ୟ କୋଚ୍ (Temperature of AC in Coach) ଉପରେ ନିର୍ଭର କରିଥାଏ। ଆପଣଙ୍କୁ କହିରଖୁଛୁ ଯେ ଏଲଏଚବି ଏସି କୋଚ୍ (LHB AC Coach) ଏବଂ ଅଣ-ଏଲଏଚବି (Non LHB AC Coach) ଆଧାରରେ ଏସି ତାପମାତ୍ରା ମଧ୍ୟ ନିର୍ଣ୍ଣୟ କରାଯାଏ।

2/5

ଏଲଏଚବି ଏସି କୋଚ୍ ମଧ୍ୟରେ ତାପମାତ୍ରା (LHB AC Coach Temperature) ସାଧାରଣତ ୨୩ ଡିଗ୍ରୀ ଠାରୁ ବଢାଯାଇ ୨୫ ଡିଗ୍ରୀ ପର୍ଯ୍ୟନ୍ତ ବଢା ଯାଇଥାଏ। ଯାହାଦ୍ୱାରା ଯାତ୍ରୀ ଅଧିକ ଅସୁବିଧାର ସାମ୍ନା କରିବେ ନାହିଁ।

3/5

ଏଥିପାଇଁ ଅଣ-ଏଲଏଚବି କୋଚ (Non LHB AC Coach Temperature) ମଧ୍ୟରେ ଇଲେକ୍ଟ୍ରୋନିକ୍ ଥର୍ମୋଷ୍ଟାଟ୍ (Electronic Thermostat) ୨୪ ଡିଗ୍ରୀ ଠାରୁ ୨୬ ଡିଗ୍ରୀ ସେଲସିୟସ୍ ସେଟିଂ ସହିତ ଅପଡ଼େଟ କରାଯାଇଥାଏ। ଏଭଳି ପରିସ୍ଥିତିରେ କୁହାଯାଇପାରେ ଯେ ଏସି କୋଚ୍ ତାପମାତ୍ରା ହାରାହାରି (AC Coach Average Temperature) ଭାବରେ ପ୍ରାୟ ୨୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହୋଇଥାଏ।

4/5

ଏସି କୋଚ ମଧ୍ୟରେ କୋଚ୍ ଆଧାରରେ ସ୍ଥାପିତ ହୋଇଥାଏ ଏସି। ଉଦାହରଣ ସ୍ୱରୂପ, ଆଇସିଏଫ୍ ପ୍ରଥମ ଶ୍ରେଣୀ ଏସି କୋଚ୍ (ICF First Class AC Coach) ମଧ୍ୟରେ ୬.୭ ଟନ୍ ଏସି ସ୍ଥାପିତ ହୋଇଥାଏ।

 

5/5

ଏହା ସହିତ ଦ୍ୱିତୀୟ ଶ୍ରେଣୀର ପ୍ରତ୍ୟେକ ଏସି କୋଚ (ICF Second Class AC Coach) ମଧ୍ୟରେ ୫.୨ ଟନ୍ ଓଜନ ବିଶିଷ୍ଟ ଏସି ସ୍ଥାପିତ ହୋଇଥାଏ। ସେହିପରି ତୃତୀୟ ଶ୍ରେଣୀର ପ୍ରତ୍ୟେକ ଏସି କୋଚ (ICF Third Class   AC Coach) ମଧ୍ୟରେ ୭ ଟନ୍ ଓଜନ ବିଶିଷ୍ଟ ଏସି ସ୍ଥାପିତ ହୋଇଥାଏ।