Advertisement
Photo Details/zeeodisha/odisha1769554
photoDetails0hindi

Rudraksha: ଭୋଳାବାବାଙ୍କ ଅତିପ୍ରିୟ କେମିତି ହେଲା ଋଦ୍ରାକ୍ଷ, ଜାଣନ୍ତୁ ରହସ୍ୟ

Rudraksha: ଆରମ୍ଭ ହୋଇ ଯାଇଛି ପବିତ୍ର ଶ୍ରାବଣ ମାସ (Sawan )। ଏହି ମାସରେ ସାଧାରଣତଃ ଭଗବାନ ଶିବଙ୍କୁ (lord shiva)ପୂଜା ବା ଆରାଧାନ କରାଯାଏ। ଭଗବାନ ଶିବଙ୍କ ଅତିପ୍ରିୟ ହେଉଛି ଋଦ୍ରାକ୍ଷ(Rudraksha)। ଋଦ୍ରାକ୍ଷ ମାଳ ମହାଦେବ ପିନ୍ଧିଥିବା ଆପଣ ନିଶ୍ଚତ ଦେଖିଥିବେ । ତେବେ,ଏହା ପଛରେ ଏକ ବଡ଼ କାହାଣୀ ରହିଛି। ଋଦ୍ରାକ୍ଷ (Rudraksha) ଉତ୍ପତ୍ତି କିପରି ହେଲା ସେନେଇ ଆଜି ଆମେ ଆଲୋଚନା କରିବା । 

1/5

ପୌରାଣିକ କିମ୍ବଦନ୍ତୀ ଅନୁସାରେ, ତ୍ରିପୁରାସର ନାମକ ଏକ ଅସୁର ଥିଲା। ତା ନିକଟରେ ବହୁତ ଶକ୍ତି ଥିଲା। ସେଥିପାଇଁ ସେ ଦେବତାମାନଙ୍କୁ ବହୁତ ହଇରାଣ କରୁଥିଲା। 

 

2/5

ଏହି ସମୟରେ, ଦେବଲୋକର ଅନେକ ଦେବତା ତ୍ରିପୁରାସୁରର ନାମକ ଅସୁର ଅତ୍ୟାଚାରରେ ଭୟଭିତ ହୋଇ ମହାଦେବଙ୍କ ଶରଣ ପଶିଥିଲେ। ଏବଂ ମହାଦେବ ବ୍ରହ୍ମା, ବିଷ୍ଣୁ ଏବଂ ଅନ୍ୟ ଦେବତାଙ୍କ ଗୁହାରୀ ଶୁଣିଥିଲେ।

3/5

ପରେ କିଛି ସମୟ ଧ୍ୟାନରେ ବସିଥିଲେ। ଧ୍ୟାନରୁ ଉଠିବା ପରେ,ତାଙ୍କ ଆଖିରୁ ଲୁହ ବାହାରିଥିଲା । ଏହି ଲୁହ ଯେଉଁ ସ୍ଥାନରେ ପୃଥିବି ପୃଷ୍ଠରେ ପଡିଥିଲା । ସେଠାରେ ଋଦ୍ରାକ୍ଷ ଗଛ ଉଠିଥିଲା ବୋଲି ବିଶ୍ବାସ କରାଯାଏ ।

4/5

ପରେ ଶିବ ତ୍ରିପୁରାସୁରର ନାମକ ଅସୁରକୁ ବଧ କରିଥିଲେ । ରୁଦ୍ରକ୍ଷାର ଅର୍ଥ ହେଉଛି ଶିବଙ୍କର ତୃତୀୟ ଆଖି । 

5/5

ସେହିପରି ଆଉ ଏକ ପୌରାଣିକ ମତ କୁହେ ଯେ, ମାତା ପାର୍ବତୀ ବା ସତୀ ନିଜ ପିତାଙ୍କ ହୋମଯଜ୍ଞ କୁଣ୍ତକୁ ଡେଇଁ ପଡିଥିଲେ । ପରେ ମହାଦେବ ସତୀଙ୍କ ଅର୍ଧଦଗ୍ଧ ଶରୀରୁ ଧରି ସାରା ତ୍ରିଲୋକର ବୁଲିଥିଲେ। ଏବଂ କୁହାଯାଏ ଯେ, ସେହି ସମୟରେ ଶିବଙ୍କ ଲୁହ ଯେଉଁ ସବୁ ସ୍ଥାନରେ ପଡିଛି । ସେଠାରେ ଋଦ୍ରାକ୍ଷ ଗଛ ଉଠିଛି ।