ଏଥର ଭାରତରେ ଓଡ଼ିଶାରେ ହକି ବିଶ୍ୱକପ ୨୦୨୩ ର ଆୟୋଜିତ ହେଉଛି । ବୁଧବାର ଦିନ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଏହାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲିଉଡ ଅଭିନେତା ରଣଭୀର ସିଂ ଏବଂ ଅଭିନେତ୍ରୀ ଦିଶା ପାଟାନି ଜବରଦସ୍ତ ଡ୍ୟାନ୍ସ କରିଥିଲେ । ଏହି ଦୁଇଜଣଙ୍କୁ ଦେଖି ଷ୍ଟାଡିୟମରେ ବସିଥିବା ହଜାର ହଜାର ଦର୍ଶକ ଉତ୍ସାହିତ ଦେଖାଯାଉଥିଲେ । ଉଦଘାଟନୀ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ସେ ହକି ପ୍ରଶଂସକଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ ।
ହକି ବିଶ୍ୱକପ ୨୦୨୩ ର ଉଦଘାଟନୀ ସମାରୋହରେ ଅଭିନେତ୍ରୀ ଦିଶା ପାଟାନୀଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା । ସେ ତାଙ୍କ ନୃତ୍ୟ ପ୍ରଦର୍ଶନ ସହିତ ପ୍ରଶଂସକଙ୍କ ହୃଦୟ ଜିତିଥିଲେ । ଦିଶାଙ୍କ ନୃତ୍ୟ ବହୁତ ଲୋକପ୍ରିୟ ହେଲା । ତାଙ୍କୁ ବ୍ଲାକ ଡ୍ରେସରେ ନାଚୁଥିବାର ଦେଖିବାକୁ ମିଳିଥିଲା । ଏହା ସହ ସବ୍ୟସାଚୀ ଓ ଅର୍ଚ୍ଚିତା ମଧ୍ୟ ଜବରଦସ୍ତ ଡ୍ୟାନ୍ସ କରିଥିଲେ ।
ଉଦଘାଟନୀ ସମାରୋହରେ ଦିଶା ଓ ରଣଭୀର ସିଂଙ୍କ ଡ୍ୟାନ୍ସ ସହିତ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ମଧ୍ୟ ଗୀତ ଗାଇଥିଲ । ସେ ହକି ବିଶ୍ୱକପ ୨୦୨୩ ର ସଂଗୀତ ଗୀତ ରଚନା ମଧ୍ୟ କରିଛନ୍ତି ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦର୍ଶକଙ୍କୁ ସମ୍ବୋଧିତ କରିଥିଲେ । ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେମାନଙ୍କ ସହ ଅନ୍ତର୍ଜାତୀୟ ହକି ଫେଡେରେଶନର ସଦସ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ହକି ବିଶ୍ୱକପ ୨୦୨୩ ର ଉଦଘାଟନୀ ସମାରୋହରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ । ସମସ୍ତଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାର ଓ ହକି ଫେଡେରେସନ୍ ବିସ୍ତୃତ ବ୍ୟବସ୍ଥା କରିଥିଲା ।
ट्रेन्डिंग फोटोज़