Advertisement
Photo Details/zeeodisha/odisha1827126
photoDetails0hindi

Himachal Disaster: ହିମାଚଳ ଓ ଉତ୍ତରାଖଣ୍ଡରେ ହୃଦୟ ବିଦାରକ ଦୃଶ୍ୟ, ଘର ଦ୍ୱାର ଭାଙ୍ଗି ଚୂନା, ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ

ଯେତେବେଳେ ପ୍ରକୃତି ଦାଉ ସାଧେ ସେବେ ତୁଚ୍ଛ ମଣିଷ ବା କଣ ତା ଆଗରେ କରିପାରିବ। ପ୍ରକୃତିର ତାଣ୍ଡବ ଆଗରେ କେହି ତିଷ୍ଠିବା ଅସମ୍ଭବ। ହିମାଚଳପ୍ରଦେଶରେ(Himachal Pradesh) ଗତ ୪୮ ଘଣ୍ଟା ଧରି ଲଗାତାର ବର୍ଷା ଜାରି ରହିଛି । ବର୍ଷା କାରଣରୁ ଏବେ ସାରା ରାଜ୍ୟରେ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି ।

1/7

ହିମାଚଳ ଓ ଉତ୍ତରାଖଣ୍ଡରେ ହୃଦୟ ବିଦାରକ ଦୃଶ୍ୟ, ଘର ଦ୍ୱାର ଭାଙ୍ଗି ଚୂନା, ଏପର୍ଯ୍ୟନ୍ତ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି।

2/7

ହିମାଚଳ ପ୍ରଦେଶ(Himachal Pradesh) ଏବଂ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ସ୍ଥିତି ଏବେ ସଙ୍ଗିନ୍ ପରିସ୍ଥିତି ସୃଷ୍ଟି କରିଛି।

3/7

ପାହାଡ଼, ପର୍ବତମାଳା, ସୌନ୍ଦର୍ଯ୍ୟରେ ଭରପୁର ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପକୃତିର କୋପ ଯୋଗୁ ଏବେ ଧ୍ୱସ୍ତ ହେବାରେ ଲାଗିଛି.

4/7

ଏମିତି ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କ ଆତ୍ମା କାନ୍ଦି ଉଠିବ।

5/7

ହିମାଚଳର ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଆପଣ ଦିନେ ବୁଲି ଯାଇଥିଲେ ଆଜି ତା’ର ଅବସ୍ଥା ସଙ୍ଗୀନ।

6/7

କେଉଁଠି ଖେଳନା ପରି ଗାଡ଼ି-ମଟର ଭାସି ଯାଉଛି ତ ଆଉ କେଉଁଠି ଜନଗହଳୀ ସ୍ଥାନରେ ଧସି ଯାଉଛି ପାହାଡ଼।

7/7

ଏପରି ଅନେକ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଠି ଦେଖିବାକୁ ମିଳୁଛି ଯେ ଘର ଭିତରେ ପରିବାର ସହ ଲୋକେ ଥିବା ବେଳେ ଘର ଗୁଡ଼ିକ ଧସେଇ ହୋଇ ମାଟିରେ ମିଶି ଯାଉଛି।