Advertisement
photoDetails0hindi

Rose Day 2023: ଜାଣନ୍ତୁ କେଉଁ ରଙ୍ଗର ଗୋଲାପ କାହା ପାଇଁ ?

Rose Day 2023: ଭାଲେଣ୍ଟାଇନ୍‌ ସପ୍ତାହ ରୋଜ୍‌ ଡେ’ରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ୍‌ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ଏହାକୁ ପାଳନ କରିଥା’ନ୍ତି। ଗୋଲାପ ମାଧ୍ୟମରେ ଆଜିର ଯୁବପିଢ଼ି ନିଜ ନିଜର ପାର୍ଟନରଙ୍କୁ ପ୍ରପୋଜ କରିଥା’ନ୍ତି। କାରଣ ପ୍ରେମର ପ୍ରତୀକ ହେଉଛି ଗୋଲାପ।

1/5

ଲାଲ ରଙ୍ଗ ପ୍ରେମର ପ୍ରତୀକ। ମନର ଭାବନାକୁ ଜଣାଇବା ପାଇଁ ନିଜ ସାଥିଙ୍କୁ ଲାଲ ରଙ୍ଗର ଗୋଲାପ ଦିଆଯାଏ। ଖାସ୍ କରି ପ୍ରତି ପ୍ରେମୀ ଯୁଗଳ ଏହି ରୋଜ୍ ଡେ ଦିନ ନିଜର ସାଥୀଙ୍କୁ ଦେଇଥାନ୍ତି ।

 

2/5

ନିଜର ଖୁସି ସହ ନିଜ ସାଥି ପ୍ରତି ଥିବା ଭଲ ପାଇବା, କୃତଜ୍ଞ ଭାବନା ଓ ତାଙ୍କ ମହତ୍ତ୍ୱ ପାଇଁ ଗୋଲାପୀ ରଙ୍ଗର ଗୋଲାପ ଦିଆଯାଇଥାଏ।

 

3/5

ହଳଦିଆ ରଙ୍ଗର ଗୋଲାପ ବନ୍ଧୁତ୍ୱର ପ୍ରତୀକ। ନିଜ ବନ୍ଧୁ ପ୍ରତି ଥିବା ଗଭୀର ଭଲ ପାଇବା, ଆନ୍ତରିକତା, ଚିର ଦିନ ପାଇଁ ପରସ୍ପର ମଧ୍ୟରେ ବନ୍ଧୁତ୍ୱ ରହିବା ପାଇଁ ଏହି ରଙ୍ଗର ଗୋଲାପ ଦିଆଯାଇଥାଏ।

 

4/5

ଧଳା ରଙ୍ଗ ଶାନ୍ତିର ପ୍ରତୀକ ବୋଲି ସଭିଁଙ୍କୁ ଜଣା। ସେହିପରି ଧଳା ରଙ୍ଗର ଗୋଲାପକୁ ମଧ୍ୟ ଶାନ୍ତି ଓ ଏକତାର ପ୍ରତୀକ ବୋଲି କୁହାଯାଏ।ତେଣୁ ନିଜ ସାଥିଙ୍କ ସହ ସର୍ବଦା ଶାନ୍ତି ଓ ଏକତା ଭାବନା ରହିବା ପାଇଁ ଧଳା ରଙ୍ଗର ଗୋଲାପ ଦିଅନ୍ତୁ।

5/5

କଳା ରଙ୍ଗର ଗୋଲାପ ଫୁଲକୁ ଘୃଣା, ମୃତ୍ୟୁ ଓ ପୁନଃଜନ୍ମର ପ୍ରତୀକ ବୋଲି ବିବେଚନା କରାଯାଏ ।