Advertisement
Photo Details/zeeodisha/odisha1791762
photoDetails0hindi

Elina Samantray Birthday: ସଫଳତାର ଶିର୍ଷରେ ଏଲିନା, ଜାଣନ୍ତୁ ଅଭିନେତ୍ରୀଙ୍କ ବିଷୟରେ ଏହି ୮ଟି କିଛି ଖାସ୍ କଥା

Elina Samantray Birthday: ଓଲିଉଡ (Ollywood) ଅଭିନେତ୍ରୀ ଏଲିନା ସାମନ୍ତରାୟ(Elina Samantray) । ରିୟଲିଟି ଶୋ'ରୁ କ୍ୟାରିୟର ଆରମ୍ଭ କରିଥିବା ଏଲିନା ଆଜି ଓଡିଆ ସିନେମା ଜଗତର ଜଣେ ଆଗ ଧାଢିର ନାୟିକା। ଆଜି ଏଲିନାଙ୍କ ଜନ୍ମଦିନ । ୧୯୯୬, ଜୁଲାଇ ୨୩ରେ ଭଦ୍ରକ ଆଗରପଡାରେ ଏଲିନାଙ୍କ ଜନ୍ମ। ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା ।

1/8

'ଇସ୍କ ତୁ ହି ତୁ'ରେ ଦର୍ଶକଙ୍କ ମନ ଜିତିଥିଲେ ଏଲିନା । ଏହାପରେ ତାଙ୍କୁ ସେହି ବର୍ଷ ଆଉ ଏକ ଫିଲ୍ମ ଅଫର ମିଳିଥିଲା । ଏହାପରେ ଏଲିନା 'କେହି ନୁହେଁ କାହାର' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏଲିନାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହାର ନିର୍ଦ୍ଦେଶନା ଥିଲେ ।

 

2/8

ଏହାପରେ  ଏଲିନା 'ଜଗା ହାତରେ ପଘା' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ସେ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ‌ହ ଅଭିନୟ କରିଥିଲେ । ଏହି ଫିଲ୍ମରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ ।

 

3/8

୨୦୧୬ରେ ଏଲିନା ଅଭିନେତା ବାବୁଶାନ୍‌ଙ୍କ ସ‌ହ 'ଲଭ୍ ଷ୍ଟେସନ 'ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି । ଏହି ମୁଭିରେ ମିହିର ଦାସ, ପପୁ ପମ ପମ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ଜୀବନ ପଣ୍ଡା ଆଦି କଳାକାରମାନେ ଅଭିନୟ କରିଥିଲେ ।

 

4/8

୨୦୧୬ରେ ଏଲିନା ପୁଣିଥରେ ବାବୁଶାନ୍‌ଙ୍କ ସ‌ହ 'ଝିଅଟା ବିଗିଡ଼ିଗଲା' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିନି ପଟ୍ଟନାୟକ । 

 

5/8

୨୦୧୭ର ଏଲିନାଙ୍କ ଅଭିନୀତ ଫିଲ୍ମ 'ଅଭୟ' ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିରେ ଅନୁଭବଙ୍କ ସହ ପୁଣି ଥରେ ସ୍କ୍ରିନ ସେୟାର କରିଥିଲେ ଏଲିନା ।  

 

6/8

୨୦୧୭ରେ ରାକ୍ଷୀ ପୂର୍ଣ୍ଣିମା ସମୟରେ ଏଲିନାଙ୍କ ଅଭିନୀତ 'ମୁଁ ଖାଣ୍ଟି ଓଡ଼ିଆ ଝିଅ' ମୁକ୍ତିଲାଭ କରିଥିଲେ । ଜଣେ ଗାଉଁଲି ଝିଅର ଭୂମିକାରେ ଅଭିନୟ କରିଥିଲେ ଏଲିନା । ଏହି କଥାଚିତ୍ରଟିରେ ଦୁଇଜଣ ନାୟକ ଥିଲେ । ନ‌ବାଗତ ନାୟକ ରଣବୀର ଏବଂ ସିଦ୍ଧାନ୍ତ ମହାପାତ୍ର ଏଲିନାଙ୍କର ନାୟକ ଭୂମିକାରେ ଅଭିନୟ କରିଥିଲେ ।୨୦୧୭ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'କାବୁଲା ବାରବୁଲା'ରେ ଏଲିନା ତୃତୀୟ ଥର ଅନୁଭବଙ୍କ ସ‌ହ ଅଭିନୟ କରିଥିଲେ ।  ଭାରତ ବାହାରେ ଏହି ଫିଲ୍ମଟିର ଅଧିକାଂଶ  ସୁଟିଂ କରାଯାଇଥିଲା ।

7/8

୨୦୧୮ ମସିହାରେ ଏଲିନା ପ୍ରଥମ ଥର ପାଇଁ ନାୟକ ଜ୍ୟୋତି ରଞ୍ଜନ ନାୟକଙ୍କ ସ‌ହ 'ହାପି ଲକି' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ୨୦୧୮ରେ ଏଲିନା ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସ‌ହ ପ୍ରଥମ ଥର '୪ ଇଡିଅଟସ୍' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏବଂ ସେହି ବର୍ଷ ରଥଯାତ୍ର ସମୟରେ ପୁଣିଥରେ ଏଲିନା,ସବ୍ୟସାଚୀ ମିଶ୍ରଙ୍କ ସ‌ହ 'ଟୋକାଟା ଫସିଗଲା' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରମେଶ ରାଉତ ।

8/8

ନିକଟରେ ଏଲିନାଙ୍କ ଅଭିନୀତ ଫିଲ୍ମ 'ପ୍ରିୟେ ତୁମେ ମୋ ସିଏ' ଫିଲ୍ମ ରିଲିଜ୍ ହୋଇଥିଲା। ଫିଲ୍ମଟିରେ ଏଲିନାଙ୍କ ନାୟକ ସାଜିଥିଲେ  ଅମ୍ଲାନ। କିନ୍ତୁ ଫିଲ୍ମଟି ରିଲିଜ୍ ହେବା ପରେ,ବିବାଦରେ ଫସି ଯାଇଥିଲା। ସିନେମାରେ ଜାତିଗତ ଆକ୍ଷେପ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।