Advertisement
Photo Details/zeeodisha/odisha1592032
photoDetails0hindi

Cat vs Rat: ଏହି କାରଣରୁ ପରସ୍ପରର ଶତ୍ରୁ ପାଲଟିଥିଲେ ବିଲେଇ ଓ ମୂଷା!

Cat vs Rat: କେବେ ଓ କେଉଁ କାରଣରୁ ବିଲେଇ ଓ ମୂଷା ମଧ୍ଯରେ ଆରମ୍ଭ ହୋଇଥିଲା ଶତ୍ରୁତା । ତେବେ ଆଜି ଆସନ୍ତୁ ଜାଣିବା ବିଲେଇ ଓ ମୂଷା ମଧ୍ଯରେ କେଉଁ କାରଣରୁ ଆରମ୍ଭ ହୋଇଥିଲା ଏହି ପାରମ୍ପରିକ ଶତ୍ରୁତା ।

1/5

ବାସ୍ତବରେ, ବିଲେଇ ଓ ମୂଷାଙ୍କ ଶତ୍ରୁତା ପଛରେ ଚୀନର କାହାଣୀ କୁହାଯାଏ । ତେବେ ଏହି କାହାଣୀ ଭାରତର ନହୋଇ ଥିଲେ ମଧ୍ଯ ପ୍ରାୟତଃ ସବୁ ଦେଶରେ ଏହି ଦୁହେଁଙ୍କ ଶତ୍ରୁତା ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା କଣ ଏହି କାହାଣୀ ।

2/5

ହଜାର ବର୍ଷ ପୂର୍ବେ, ଚାଇନାର ଜଣେ ସମ୍ରାଟ ୧୨ ବର୍ଷର ରାଶିଚକ୍ର ତିଆରି କରିବା ଲାଗି ପଶୁମାନଙ୍କ ମଧ୍ୟର ଏକ ଦୌଡ଼ର ଆୟୋଜନ କରିଥିଲେ । ଏହି ସମୟରେ ପ୍ରତିଯୋଗିତା ଜିତୁଥିବା ପଶୁମାନଙ୍କ ନାମରେ ୧୨ ବର୍ଷର ଏକ ରାଶିଚକ୍ର ତିଆରି କରାଯାଉଥିଲା । ପ୍ରତ୍ୟେକ ପ୍ରଶୁଙ୍କ ନାମରେ ଗୋଟିଏ ବର୍ଷ ରଖାଯାଉଥିଲା । ଚାଇନର ସମ୍ରାଟ ସମସ୍ତ ପଶୁ ମାନଙ୍କୁ ଏହି ଦୌଡ଼ରେ ନିମନ୍ତ୍ରଣ କରିଥିଲେ ।  

3/5

ଏହି ଦୌଡ଼ରେ ବିଲେଇ ଓ ମୂଷା ମଧ୍ଯ ଏଥିରେ ଭାଗ ନେବାକୁ ପଡୁଥିଲା । କିନ୍ତୁ ଉଭୟ ସକାଳୁ ଉଠିପାରନ୍ତି ନାହିଁ । ତେବେ ଦୌଡ଼ରୁ ବାଦ ନପଡ଼ିବା ଲାଗି ସେମାନେ ତାଙ୍କ ସାଙ୍ଗ ଷଣ୍ଢକୁ ଉଭୟଙ୍କୁ ସଠିକ୍ ସମୟରେ ଉଠାଇବା ପାଇଁ କହିଥିଲେ । ଯୋଜନା ମୁତାବିକ, ଷଣ୍ଢ ସକାଳ ସମୟରେ ଉଭୟକୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁହେଁଙ୍କ ମଧ୍ଯରୁ କେହି ଜଣେ ମଧ୍ୟ ଉଠିନଥିଲେ । ପରେ ଷଣ୍ଢ ଉଭୟଙ୍କୁ ତା ପିଠିରେ ବସେଇ ନେଇଥିଲା ।

4/5

କୁହାଯାଏ ଯେ, ରାସ୍ତାରେ ମୂଷା ବିଲେଇକୁ ଧକ୍କା ଦେଇ ନଦୀରେ ପକାଇ ଦେଇଥିଲା । ପରେ ସେ ଷଣ୍ଢକୁ ପଛରେ ଛାଡ଼ି ପ୍ରତିଯୋଗିତା ଜିତିଯାଇଥିଲା । ସେହି କରାଣରୁ ୧୨ ବର୍ଷର ଚାଇନିଜ ରାଶିଚକ୍ର ମୂଷାଠାରୁ ଆରମ୍ଭ ହୋଇଥାଏ ପରେ ଏଥିରେ ଷଣ୍ତ, ବାଘ, ଠେକୁଆ, ଅଜଗର ଇତ୍ୟାଦି ପଶୁଙ୍କ ନାମ ଆସେ ।

5/5

ତେବେ ପ୍ରତିଯୋଗିତାରେ ହାରିବା ପରେ ବିଲେଇ ବହୁତ ନିରାଶ ହୋଇପଡ଼ିଥିଲା । ସାମାନ୍ୟ ସର୍ତକତା ଅବଲମ୍ବନ କରିଥିଲେ ବିଲେଇ ନାମ ରାଶିଚକ୍ର ପ୍ରଥମରେ ରହିଥାଆନ୍ତି । ସେବେଠାରୁ ହିଁ ବିଲେଇ ଆଉ ମୂଷା ମଧ୍ଯରେ ଶତ୍ରୁତା ଆରମ୍ଭ ହୋଇଥିଲା । ଏହି କାରଣରୁ ବିଲେଇ ସବର୍ଦା ମୂଷାର ପିଛା କରିବା ସହ ତାକୁ ନିଜର ପରମ ଶତ୍ରୁ ବୋଲି ଭାବିଥାଏ  ।