Advertisement
photoDetails0hindi

Ruturaj Gaikwad Wedding: ଏହି ମହିଳା କ୍ରିକେଟରଙ୍କୁ ଜୀବନସାଥୀ କଲେ ଚେନ୍ନାଇର ଷ୍ଟାର ଓପନର ରୁତୁରାଜ ଗାଏକୱାଡ଼

Ruturaj Gaikwad Wedding: ବିବାହ ବନ୍ଧନରେ ବାନ୍ଧି ହେଲେ ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ଓପନର ରୁତୁରାଜ ଗାଏକୱାଡ଼ । ଏହି ୨୬ ବର୍ଷୀୟ କ୍ରିକେଟରଙ୍କ ବିବାହ ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

1/5

ଯୁବ କ୍ରିକେଟର ରୁତୁରାଜ ଗାଏକୱାଡ଼ ନିଜ ଗର୍ଲଫ୍ରେଣ୍ତ ଉତ୍କର୍ଷା ପୱାରଙ୍କୁ ବିବାହ କରିଛନ୍ତି । ମହାରାଷ୍ଟ୍ରର ମହାବାଲେଶ୍ବରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା ।

2/5

ରୁତୁରାଜଙ୍କ ପତ୍ନୀ ଉତ୍କର୍ଷା ମଧ୍ଯ ଜଣ କ୍ରିକେଟର ଅଟନ୍ତି । ସେ ମଧ୍ୟମ ଗତି ବୋଲର ହୋଇଥିବା ବେଳେ ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି ।

3/5

ଦୀର୍ଘ ଦିନ ଧରି ପରସ୍ପରକୁ ଡ଼େଟ୍ କରିବା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଉଭୟ ଖେଳାଳି ମୁମ୍ବାଇ ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି । 

4/5

ଏହି ନବ ଦମ୍ପତ୍ତିଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।  

5/5

ଜୁନ୍ ୭ ତାରିଖରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପଅନସିପ୍ ପାଇଁ ରୁତୁରାଜଙ୍କୁ ଭାରତୀୟ ରିଜର୍ଭ ଦଳରେ ସିଲେକ୍ଟ କରାଯାଇଥିଲା । କିନ୍ତୁ ବିବାହ ପାଇଁ ସେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡି଼ଥିଲେ । ସେପଟେ ନଭେମ୍ବର ମାସରେ ଉତ୍କର୍ଷା ମହାରାଷ୍ଟ୍ର ପାଇଁ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ ।