Advertisement
photoDetails0hindi

Budget 2023: ଜାଣନ୍ତୁ ନିର୍ମଳା ପିନ୍ଧିଥିବା ଶାଢୀର ଉଦ୍ଦେଶ୍ୟ

Nirmala Sitharaman Dress for Budget Day: ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୫ ବର୍ଷ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ ଦିନ କେଉଁ ରଙ୍ଗର ଶାଢୀ ପିନ୍ଧିଛନ୍ତି । ଏବଂ ଏହି ଶାଢୀ ପଛରେ କେଉଁ ଗୁଢ ରହସ୍ୟ ରହିଛି । ତାହା ଆପଣଙ୍କୁ ଆଜି ଆମେ ଜଣାଇବୁ ।

1/5

ସାଧାରଣ ବଜେଟ୍ ୨୦୨୩ ମସିହାରେ,ଅର୍ଥାତ ଆଜି, ସେ ଏକ କଳା ଓ ଲାଲ୍ ରଙ୍ଗର ଶାଢୀ ପିନ୍ଧି ସଂସଦରେ ପହଞ୍ଚି ଥିଲେ । ଲାଲ ରଙ୍ଗ ଯାହାକୁ ମନ୍ଦିର ଶାଢୀ ବୋଲି କୁହାଯାଏ (temple saree) । ଲାଲ ରଙ୍ଗ ହେଉଛି ସାହାସ ଓ ବିଜୟର ପ୍ରତୀକ । ଏବେ  ନିର୍ମଳାଙ୍କ ଏହି ଫଟୋଟି ବେଶ ଭାଇରାଲ ହେଉଛି । 

 

2/5

ସେହିପରି ୨୦୨୨ , ସାଧାରଣ ବଜେଟ ସମୟରେ ନିର୍ମଳା ଏକ ବାଦାମୀ ରଙ୍ଗର ଶାଢୀ ପିନ୍ଧିକି ସଂସଦରେ ପହଞ୍ଚି ଥିଲେ। ବାଦାମୀ ରଙ୍ଗକୁ ସୁରକ୍ଷାର ପ୍ରତୀକ ବୋଲି ବିବେଚନା କରାଯାଏ ।

 

3/5

୨୦୨୧ ସାଧାରଣମବଜେଟ୍ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଲାଲ୍ ରଙ୍ଗର ଶାଢୀ ପିନ୍ଧିକି ସଂସଦକୁ ବଜେଟ ଉପସ୍ଥାପନ ପାଇଁ ଆସିଥିଲେ । ଯାହା ଶକ୍ତି ଏବଂ ନିଷ୍ଠାର ପ୍ରତୀକ ବୋଲି କୁହାଯାଏ ।

 

4/5

୨୦୨୦, ସାଧାରଣ ବଜେଟ ସମୟରେ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିଲେ । ଯାହା ଉତ୍ସାହ ଏବଂ ଶକ୍ତିର ପ୍ରତୀକ ଅଟେ। ଏହା ଏକମାତ୍ର ଘଟଣା ଥିଲା ଯେତେବେଳେ ନିର୍ମଳା ସୀତାରମଣଙ୍କୁ ହଳଦିଆ ରଙ୍ଗର ଶାଢୀରେ ଦେଖିବାକୁ ମିଳିଥିଲା । ଅନ୍ୟ ସବୁ ସମୟରେ ସେ ନାଲି ରଙ୍ଗର ଶାଢୀ ପିନ୍ଧିଥିବାର ନଜର ଆସନ୍ତି ।

 

5/5

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯ରେ ପ୍ରଥମ ଥର ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ। ଯେତେବେଳେ ସେ ଏକ ଡାର୍କ ପିଙ୍କ କର୍ଲର ଶାଢୀ ପିନ୍ଧିଥିଲେ । ଯାହା ଗମ୍ଭୀରତା ଏବଂ ସ୍ଥିରତାର ପ୍ରତୀକ ବୋଲି କୁହାଯାଏ ।