Advertisement
Photo Details/zeeodisha/odisha1994028
photoDetails0hindi

Dia Mirza: ପୂର୍ବରୁ ଅଭିନେତ୍ରୀଙ୍କ ପାଇଁ ବେଶ କଷ୍ଟ ଦାୟକ ଥିଲା ସୁଟିଂ: ଦୀୟା

Dia Mirza: ଦୀୟା ମିର୍ଜାଙ୍କୁ କିଏ ବା ନ ଜାଣେ । ପୂର୍ବତନ ମିସ୍ ଏସିଆ ପେସୋଫିକ ଦୀୟା ମିର୍ଜା ଖୁବ କମ୍ ବଲିଉଡ଼ ସିନେମାରେ କାମ କରିଥିଲେ ମଧ୍ଯ ଆଜି ବି ସେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ତେବେ ନିକଟରେ ଅଭିନେତ୍ରୀଙ୍କ ଏକ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି ।

1/5

ନିକଟରେ ଦୁଇ ଦଶନ୍ଧି ତଳେ ସୁଟିଂ ସେଟ୍‌ ରେ ଅଭିନେତ୍ରୀ ସମ୍ମୁଖୀନ ହୋଇଥିବା ସମସ୍ୟା ସମ୍ପର୍କରେ ମୁହଁ ଖୋଲିଛନ୍ତି ଦୀୟା । ସୁଟିଂ ସେଟ୍‌ରେ ମହିଳା କଳାକାରଙ୍କ ପାଇଁ ଶୌଚାଳୟ ପରି ମୌଳିକ ସୁବିଧା ନଥିଲା ବୋଲି ଅଭିନେତ୍ରୀ କହିଛନ୍ତି।

2/5

ଏପରିକି ଶୌଚାଳୟ ଖୋଜୁଥିବା ଅଭିନେତ୍ରୀମାନଙ୍କୁ ଅଣପେସାଦାର ବୋଲି କୁହାଯାଉଥିଲା। ଫିଲ୍ମରେ କାମ କରିବା ମହିଳାମାନଙ୍କ ପାଇଁ ଖୁବ୍ ଅସୁରକ୍ଷିତ ଥିଲା ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାର କରି କହିଛନ୍ତି  ଦୀୟା ।

3/5

ଫିଲ୍ମ ସେଟ୍‌ରେ କାମ କରୁଥିବା ମହିଳା ଲିଙ୍ଗ ଭେଦର ଶିକାର ହେଉଥିଲେ । ଯାହା ସେତେବେଳେ ଅତି ସାଧାରଣ ଥିଲା ।  ମହିଳାମାନଙ୍କୁ ବିଭିନ୍ନ ସମସ୍ୟା ଦେଇ କାମ କରିବାକୁ ପଡୁଥିଲା । ଏମିତି ସେମାନଙ୍କୁ ଖୁବ ଛୋଟ ଭ୍ୟାନିଟି ଭ୍ୟାନ୍ ମିଳୁଥିଲା।

4/5

ବାହାରେ ସୁଟିଂ ସମୟରେ ଶୌଚାଳୟ ସୁବିଧା ନଥିବାରୁ ଅଭିନେତ୍ରୀମାନଙ୍କୁ ଗଛ ତଳ ଏମିତି କି ପଥର ପଛରେ ଶୌଚ ହେବାକୁ ପଡୁଥିଲା।  ଏମିତି କି ପୋଷାକ ବଦଳାଇବା ପାଇଁ ମଧ୍ୟ ବ୍ୟବସ୍ଥା ନଥିଲା।

5/5

ଅନ୍ୟପଟେ କୌଣସି ଅଭିନେତାଙ୍କର ପହଞ୍ଚିବାରେ ବିଳମ୍ବ ହେଲେ, ତାଙ୍କୁ କେହି ପଦେ ବି କିଛି କହୁ ନଥିବା ବେଳେ ଅଭିନେତ୍ରୀଙ୍କ ଟିକେ ବିଳମ୍ବ କଲେ ସେମାନଙ୍କୁ ଅଣପେସାଦାର ବୋଲି କୁହାଯାଉଥିଲା । ପୂର୍ବରୁ ଆଶା ପାରେଖ ଓ ଜୟା ବଚ୍ଚନ ମଧ୍ୟ ସୁଟିଂ ବେଳର ଏଭଳି ଲଜ୍ଜାଜନକ ପରିସ୍ଥିତି ସମ୍ପର୍କରେ ମୁହଁ ଖୋଲିଥିଲେ ।