Advertisement
Photo Details/zeeodisha/odisha2007888
photoDetails0hindi

BJP OBC CM: ଦଳର ସେହି ଓବିସି ଚେହେରା; ଯାହାକୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛି ବିଜେପି

BJP OBC Chief Minister List: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ଦୌଡ଼ରେ ବାଜି ମାରି ନେଇଛନ୍ତି ବିଜେପି ବିଧାୟକ ଡକ୍ଟର ମୋହନ ଯାଦବ। ଯିଏ ରାଜ୍ୟର ଦକ୍ଷିଣ ଉଜ୍ୱୈନ ଆସନରୁ କ୍ରମାଗତ ଭାବେ ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସର୍ବପ୍ରଥମେ ପ୍ରଥମେ ୨୦୧୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଦକ୍ଷିଣ ଉଜ୍ୱୈନ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ। ପଛୁଆ ବର୍ଗରୁ ଆସୁଥିବା ଡକ୍ଟର ମୋହନ ଯାଦବ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି। ହେଲେ କ'ଣ ଆପଣ ଜାଣିଛନ୍ତି ମୋହନ ଯାଦବଙ୍କ ପୂର୍ବରୁ ବିଜେପି ସେହି ୬ ଜଣ ଦଳୀୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛି ଯେଉଁମାନେ ଦଳର ପ୍ରମୁଖ ପଛୁଆ ବର୍ଗର ଚେହେରା ଭାବେ ବେଶ ଜଣାଶୁଣା। ଯେଉଁମାନେ ନିଜ ରାଜ୍ୟର ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। 

 

1/5

୧.କଲ୍ୟାଣ ସିଂହ: ଉତ୍ତର ପ୍ରଦେଶ ରାଜନୀତିରେ ବାବୁଜୀ ନାମରେ ଜଣାଶୁଣା କଲ୍ୟାଣ ସିଂହ ହେଉଛନ୍ତି ପ୍ରଥମ ବିଜେପି ଓବିସି ନେତା ଯିଏ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଥିଲେ। ଅଯୋଧ୍ୟ ରାମ ମନ୍ଦିର ଆନ୍ଦୋଳନରୁ ନିଜର ରାଜନୈତିକ କ୍ୟାରିଅର ଆଗକୁ ବଢାଇଥିବା ବିଜେପି ନେତା କଲ୍ୟାଣ ସିଂହ ୨ ଥର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ରାମ ମନ୍ଦିର ଆନ୍ଦୋଳନ ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି। ପ୍ରଥମ ପାଳି କାର୍ଯ୍ୟକାଳ: ୨୪ ଜୁନ ୧୯୯୧-୬ ଡିସେମ୍ବର ୧୯୯୨ ଦ୍ୱିତୀୟ ପାଳି କାର୍ଯ୍ୟକାଳ: ୨୧ ସେପ୍ଟମ୍ବର ୧୯୯୭-୧୨ ନଭେମ୍ବର ୧୯୯୯ 

2/5

୨. ଉମା ଭାରତୀ: ଉଭୟ ଉତ୍ତର ପ୍ରଦେଶ ସହ ମଧ୍ୟ ପ୍ରଦେଶ ରାଜନୀତିରେ ଫାୟର ବ୍ରାଣ୍ଡ ବିଜେପି ନେତ୍ରୀ ଉମା ଭାରତୀଙ୍କ ପ୍ରଭାବ ରହିଛି। ସେ ହେଉଛନ୍ତି ଦ୍ୱିତୀୟ ବିଜେପି ଓବିସି ନେତା ଯିଏ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଥିଲେ। ଉମା ଭାରତୀ ମଧ୍ୟ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଭଳି ଅଯୋଧ୍ୟ ରାମ ମନ୍ଦିର ଆନ୍ଦୋଳନରୁ ନିଜର ରାଜନୈତିକ କ୍ୟାରିଅର ଆଗକୁ ବଢାଇଥିଲେ। ଉମା ଭାରତୀ କେବଳ ମାତ୍ର ଥରେ ପାଇଁ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ସେ ହେଉଛନ୍ତି ମଧ୍ୟ ପ୍ରଦେଶର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ।   କାର୍ଯ୍ୟକାଳ: ୮ ଡିସେମ୍ବର ୨୦୦୩-୨୩ ଅଗଷ୍ଟ ୨୦୦୪ 

3/5

୩.ବାବୁଲାଲ ଗୌର: ମଧ୍ୟ ପ୍ରଦେଶ ରାଜନୀତିରେ ବିଜେପି ନେତା ବାବୁଲାଲ ଗୌର ହେଉଛନ୍ତି ଜଣେ ଜଣାଶୁଣା ଚେହେରା।  ଏହି ଓବିସି ବିଜେପି ନେତା ଜଣଙ୍କ ବର୍ଷେରୁ ଅଧିକ ସମୟ ଧରି କେବଳ ଥରେ ପାଇଁ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।   କାର୍ଯ୍ୟକାଳ: ୨୩ ଅଗଷ୍ଟ ୨୦୦୪-୨୯ ନଭେମ୍ବର ୨୦୦୫ 

4/5

୪.ଶିବରାଜ ସିଂହ ଚୌହାନ: ସର୍ବାଧିକ ସମୟ ଧରି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ ବିଜେପି ନେତା ଶିବରାଜ ସିଂହ ଚୌହାନଙ୍କ ନାମରେ ରହିଛି। ମଧ୍ୟ ପ୍ରଦେଶ ରାଜନୀତିରେ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ କାର୍ଯ୍ୟକାଳ ସବୁଠାରୁ ଲମ୍ବା ରହିଥିଲା। ଲଗାତାର ଭାବରେ ୩ ଥର ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ କରିଛନ୍ତି ବିଜେପି ନେତା ଶିବରାଜ ସିଂହ ଚୌହାନ। ମୋଟ ୪ ଥର ପାଇଁ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଛନ୍ତି ବିଜେପି ନେତା ଶିବରାଜ ସିଂହ ଚୌହାନ। 

କାର୍ଯ୍ୟକାଳ

ପ୍ରଥମ ପାଳି କାର୍ଯ୍ୟକାଳ: ୨୯ ନଭେମ୍ବର ୨୦୦୫-୧୨ ଡିସେମ୍ବର ୨୦୦୮ ଦ୍ୱିତୀୟ ପାଳି କାର୍ଯ୍ୟକାଳ: ୧୨ ଡିସେମ୍ବର ୨୦୦୮-୧୩ ଡିସେମ୍ବର ୨୦୧୩ ତୃତୀୟ ପାଳି କାର୍ଯ୍ୟକାଳ: ୧୪ ଡିସେମ୍ବର ୨୦୧୩- ୧୭ ଡିସେମ୍ବର ୨୦୧୮ ଚତୁର୍ଥ ପାଳି କାର୍ଯ୍ୟକାଳ: ୨୩ ମାର୍ଚ୍ଚ ୨୦୨୦-୧୩ ଡିସେମ୍ବର ୨୦୨୩

5/5

୫.ରଘୁବର ଦାସ: ବର୍ତ୍ତମାନ ଓଡ଼ିଶା ରାଜ୍ୟପାଳ ଆସନରେ ବସିଥିବା ରଘୁବର ଦାସ ହେଉଛନ୍ତି ଝାଡ଼ଖଣ୍ଡ ରାଜନୀତିରେ ଜଣେ ଜଣାଶୁଣା ଚେହେରା। ଯିଏ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ପୂର୍ବରୁ କାର୍ଯ୍ୟ କରି ସାରିଛନ୍ତି। ରଘୁବର ଦାସ ହେଉଛନ୍ତି ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ। ଯିଏ ପ୍ରଥମ ପାଇଁ ଝାଡ଼଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ନିଜର ୫ ବର୍ଷର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଛନ୍ତି।  କାର୍ଯ୍ୟକାଳ: ୨୮ ଡିସେମ୍ବର ୨୦୧୪-୨୯ ଡିସେମ୍ବର ୨୦୧୯