Advertisement
Photo Details/zeeodisha/odisha2132425
photoDetails0hindi

Bill Gate: ମିଶନ ଶକ୍ତି ବଜାରରେ ବିଲ୍‌ ଗେଟ୍ସ : କିଣିଲେ କୋରାପୁଟ କଫି, କନ୍ଧମାଳ ହଳଦୀ ଓ ଏହି ସାମଗ୍ରୀ

ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟସ୍।ମିଶନ ଶକ୍ତି ବଜାରରେ ବିଲ୍‌ ଗେଟ୍ସ : କିଣିଲେ କୋରାପୁଟ କଫି, କନ୍ଧମାଳ ହଳଦୀ ଓ ସବାଇ ଘାସର ସାମଗ୍ରୀ।

1/7

ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିଛନ୍ତି ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ ଗେଟ୍ସ (Bill Gates)। ଏକ ଦିନିଆ ରାଜ୍ୟ ଗସ୍ତରେ ଥିବା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆଜି ଭୁବନେଶ୍ୱରର ମିଶନ ଶକ୍ତି ବଜାର ପରିଦର୍ଶନ କରିଛନ୍ତି। 

2/7

ନୂତନ ଭାବେ ଉଦ୍ଘାଟିତ SHG ବଜାର ଗସ୍ତ ସମୟରେ ସେ SHG ସଦସ୍ୟଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ କୋରାପୁଟ କଫି ଦୋକାନ ମଧ୍ୟ ପରିଦର୍ଶନ କରିଛନ୍ତି। 

3/7

ଏହି ଗସ୍ତ ସମୟରେ 5T ଏବଂ ନବିନ ଓଡିଶାର ଚେୟାରମ୍ୟାନ୍ କାର୍ତ୍ତିକ ପାଣ୍ଡିଆନ୍ ଏବଂ କମିଶନର-କମ-ସଚିବ ମିଶନ ଶକ୍ତି, ସୁଜତା ରାଉତ କାର୍ତ୍ତିକେୟାନ ମଧ୍ୟ ବିଲ୍ ଗେଟ୍ସଙ୍କ ସହ ଆଲୋଚନା କରିଥିଲେ।

4/7

ମିଶନ ଶକ୍ତି ବଜାର ବୁଲି କୋରାପୁଟ କଫି, କନ୍ଧମାଳ ହଳଦୀ, ସବାଇ ଘାସର ସାମଗ୍ରୀ , ଡୋକରା ସାମଗ୍ରୀ କିଣି ସାଥିରେ ନେବା ସହ ବିଲ୍ ଗ୍ରେଟ୍ସ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବଜାର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik)ଙ୍କ ଏପରି ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଛନ୍ତି।

5/7

ସେ ପ୍ରାୟ ୩୫ ମିନିଟ ବଜାର ବୁଲି ବିଲ୍ ଗେଟ୍ସ ମୁଗ ଡାଲି, ହଳଦୀ ଗୁଣ୍ଡ ଓ ମିଲ୍ଲେଟ ମୁଡୁକି କିଣି ନେଇଛନ୍ତି।  

6/7

ବିଲ୍ ଗେଟ୍ସ ମିଶନ ଶକ୍ତି ବଜାରର ସବୁ ଷ୍ଟଲକୁ ଗୋଟିଗୋଟି କରି ବୁଲି ଦେଖିବା ସହ ବିକ୍ରି ହେଉଥିବା ଉତ୍ପାଦ ବିଷୟରେ ପଚାରି ବୁଝିଥିଲେ। 

7/7

ଗେଟ୍ସ ଫାଉଣ୍ଡେସନ୍ ସହଯୋଗରେ ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରିଛନ୍ତି ବିଲ ଗେଟ୍ସ ।