Advertisement
photoDetails0hindi

Rice Remedies: ଘରେ ଥିବା ଚାଉଳର ଏମିତି କରନ୍ତୁ ବ୍ୟବହାର, କେବେ ବି ହେବନି ଟଙ୍କାର ଅଭାବ

Rice Remedies News In Odia: ସନାତନ ଧର୍ମରେ ଚାଉଳକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ । ସବୁ ମାଙ୍ଗଳିକ କାର୍ଯ୍ୟରେ ଚାଉଳର ଉପଯୋଗ କରାଯାଇଥାଏ। କୁହାଯାଏ ଯେମିତି ଗଙ୍ଗା ଜଳ ସବୁ ପୂଜାରେ ଅଧୁରା ଠିକ୍ ସେମିତି ଚାଉଳ ବିନା ମଧ୍ୟ ଶୁଭ କାର୍ଯ୍ୟ ଅଧୁରା। ହେଲେ ଆପଣ ଜାଣନ୍ତି ଚାଉଳ କେବଳ ପୂଜା ନୁହେଁ ବରଂ ଜ୍ୟୋତିଷ ଉପାୟ ପାଇଁ ମଧ୍ୟ ଚାଉଳକୁ ବ୍ୟବହାର କରାଯାଏ। ଯାହାର ବ୍ୟବହାରରେ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିପାରେ। ଜ୍ୟୋତିଷ ଶାସ୍ତ୍ରରେ ଚାଉଳକୁ ଚନ୍ଦ୍ରମା ସ୍ୱରୁପ ବିବେଚନା କରାଯାଏ। କେବଳ ଏତିକି ନୁହେଁ ଚନ୍ଦ୍ର ଗ୍ରହ ସହ ଜଡ଼ିତ ଅନେକ ସମସ୍ୟା ପାଇଁ ମଧ୍ୟ ଚାଉଳର ବ୍ୟବହାର କରାଯାଏ। 

1/5

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଧନ ଲାଭ ପାଇଁ ଏକ ନାଲି ରଙ୍ଗର ରେଶମ କପଡ଼ାରେ ୨୧ ଟି ଚାଉଳ ଦାନା ରଖି ଏହାକୁ ଗୁଡେଇ ପର୍ସରେ ରଖନ୍ତୁ। କୁହାଯାଏ ଯେ ଏହା କରିବା ଦ୍ୱାରା ଅଚାନକ ଧନପ୍ରାପ୍ତି ହୋଇଥାଏ । 

2/5

ଯଦି କୌଣସି ବ୍ୟକ୍ତିଙ୍କ ଟଙ୍କାର ଅଭାବ ଦେଖା ଦେଉଥାଏ ତେବେ ରାଶି ସହ ଚାଉଳ ଓ କ୍ଷୀର ମିଶାଇ ମାତା ଲକ୍ଷ୍ମୀଙ୍କ ନାମରେ ଯଜ୍ଞ କରନ୍ତୁ । ଏହାଦ୍ୱାରା ଦାରିଦ୍ରତା ଦୂର ହୋଇଥାଏ। 

3/5

ଶାସ୍ତ୍ର ଅନୁସାରେ ପିତୃଦୋଷରୁ ମୁକ୍ତି ପାଇବାକୁ ଅମାବାସ୍ୟାରେ ଚାଉଳ କ୍ଷୀରିରେ ରୁଟିକୁ ଟୁକୁଡା କରି ପକାଇ କାଉଙ୍କୁ ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଉପରେ ଥିବା ପିତୃଦୋଷ ମୁକ୍ତ ହୋଇଯିବ।  

 

4/5

ଯଦି କୌଣସି ବ୍ୟକ୍ତିଙ୍କୁ ବହୁତ ଦିନ ହେଲା ଚାକିରୀ ମିଳୁନି ତେବେ ସେ ୭ ଦିନ ଧରି ମିଠା ଚାଉଳ କାଉଙ୍କୁ ଖାଇବାକୁ ଦିଅନ୍ତୁ ଏହାଦ୍ୱାରା ଚାକିରୀ ସୁଯୋଗ ଅତି ସହଜରେ ସୃଷ୍ଟି ହୋଇପାରିବ। 

5/5

ସେହିପରି ଘରକୁ ନକରାତ୍ମକ ଦୃଷ୍ଟିରୁ ଦୂରେଇବାକୁ ହେଲେ ଚାଉଳର ବ୍ୟବହାର ଏକ ଭଲ ଉପାୟ। ଚାଉଳକୁ ହଳଦୀରେ ଭିଜାଇ ଘର ସାମ୍ନାରେ ରଖନ୍ତୁ ଯାହା ଫଳରେ ଘର ଉପରେ ଥିବା ନକରାତ୍ମକ ପ୍ରଭାବ କମିଥାଏ। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। ଯଦି କୌଣସି ଟିପ୍ସକୁ ଆପଣେଇବା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)