Advertisement
Photo Details/zeeodisha/odisha1673611
photoDetails0hindi

Gabriella Demetriade: ପୁଣି ଥରେ ଗୁଡ଼ ନ୍ୟୁଜ୍ ଦେଲେ ଅର୍ଜୁନ୍ ରାମପାଲଙ୍କ ପ୍ରେମିକା

Gabriella Demetriade: ପୁଣିଥରେ ମାଆ ହେବାକୁ (Second Pregnancy)ଯାଉଛନ୍ତି ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ (Arjun Rampal Gabriella Demetriades)ପ୍ରେମିକା (Girlfriend ) ଗାବ୍ରିଏଲା ଡେମେଟ୍ରିଏଡସ (Gabriella Demetriade)। ଏନେଇ  ଗାବ୍ରିଏଲା ଡେମେଟ୍ରିଏଡସ ନିଜ ଇନଷ୍ଟାରେ ଫ୍ୟାନ୍ସଙ୍କୁ ଏହି ଗୁଡ୍ ନ୍ୟୁଜ୍ ଦେଇଛନ୍ତି ।  ତେବେ,ଏହି ଖବର ଜଣାପଡିବା ପରେ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି। 

1/5

ସୂଚନା ମୁତାବକ, ୨୦୧୮ରେ ନିଜ ପ୍ରଥମ ପତ୍ନୀ ମେହେର ଜେସିୟାଙ୍କ ସହ ୨୦ବର୍ଷର ବିବାହ ଭାଙ୍ଗି ତାଙ୍କଠାରୁ ଅଲଗା ହୋଇ ଯାଇଥିଲେ ଅର୍ଜୁନ । ଏହା ପରେ ସେ ଗାବ୍ରିଏଲାଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ । 

 

2/5

ଜଣେ ବନ୍ଧୁଙ୍କ ଜରିଆରେ ସେ ଗାବ୍ରିଏଲାଙ୍କୁ ଭେଟିଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ପ୍ରେମ ହେବାର ବର୍ଷକ ମଧ୍ୟରେ ଗାବ୍ରିଏଲା ୨୦୧୯ରେ ଅର୍ଜୁନଙ୍କ ପିଲାର ମା’ ବନିଥିଲେ । ଦୁହେଁ ଏ ପର୍ଯ୍ୟନ୍ତ ବିବାହ କରି ନଥିବା ଜଣାପଡ଼ିଛି ।

3/5

ତେବେ ଗାବ୍ରିଏଲା ନିଜ ଇନଷ୍ଟା ଆକାଉଣ୍ଟରେ କିଛି ଫଟୋ ସେୟାର କରି ଗର୍ଭବତୀ ଥିବା ଘୋଷଣା କରିଛନ୍ତି। ତାଙ୍କ ଫଟୋ ସାମ୍ନାକୁ ଆସିବା ପରେ ଏବେ ଚାରିଆଡ଼ୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। 

4/5

ଗାବ୍ରିଏଲାଙ୍କ ସହ ଅର୍ଜୁନଙ୍କର ଗୋଟିଏ ପୁଅ ଥିବା ବେଳେ ପୂର୍ବ ପତ୍ନୀଙ୍କ ସହ ତାଙ୍କର ୨ଟି ଝିଅ ଅଛନ୍ତି। 

5/5

ତେବେ ଗାବ୍ରିଏଲା ଦ୍ବିତୀୟ ଥର ମା’ ହେବାକୁ ଯାଉଥିବା ବେଳେ ଦୁହେଁ ଏପର୍ଯ୍ୟନ୍ତ କାହିଁକି ବିବାହ କରିନାହାନ୍ତି, ତା’ର କାରଣ ସାମ୍ନାକୁ ଆସିନାହିଁ।