Advertisement
photoDetails0hindi

Weird Marriage: ଏମିତି ଏକ ଦେଶ ଯେଉଁଠାରେ ମୃତ ଶରୀର ସହ କରାଯାଇଥାଏ ବିବାହ, ଦେଖନ୍ତୁ ଫଟୋ

Weird Marriage: ଆପଣ ମାନେ କେବେ ମୃତ ଲୋକମାନଙ୍କର ବିବାହ ହେଉଥିବା କଥା ଶୁଣିଛନ୍ତି କି? କଥାଟା କନାକୁ ଅଜବ ଲାଗୁଥିଲେ ମଧ୍ୟ ସତ । ଚାଇନାରେ ହଜାର ହଜାର ବର୍ଷ ଧରି ଏପରି ଏକ ପରମ୍ପରା ଅଛି ଯେଉଁଥିରେ ଜୀବନ୍ତ ଲୋକଙ୍କ ପରି ମୃତ ଲୋକମାନଙ୍କର ମଧ୍ଯ ସଂପୂର୍ଣ୍ଣ ରୀତିନୀତି ଅନୁଯାୟୀ ବିବାହ ହୋଇଥାଏ । ଯାହାକୁ ‘ଭୂତ ବିବାହ’ ବୋଲି କୁହାଯାଇଥାଏ ।

1/5

2/5

ବିବାହ ସହ ଜଡ଼ିତ ଭିନ୍ନ ଭିନ୍ନ ପରମ୍ପରା ବିଭିନ୍ନ ଦେଶରେ ଦେଖିବାକୁ ମିଳିଥାଏ । ବାହାଘର ସମୟରେ ଏମିତି କିଛି ପରମ୍ପରା ବା ରୀତିନୀତି ରହିଥାଏ ଯାହା ଆମକୁ ବହୁତ ପସନ୍ଦ ଆସିଥାଏ । ସେହିପରେ ଅନେକ ସ୍ଥାନରେ କେତେକ ଅଜବ ଗଜବ ପରମ୍ପରା ମଧ୍ଯ ଦେଖା ଦେଇଥାଏ ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥାଆନ୍ତି । ଏଇ ଯେମିତି ଚାଇନାରେ ହଜାର ହଜାର ବର୍ଷ ଧରି ରହିଆସିଥିବା ଭୂତ ବିବାହ ।

3/5

ସମସ୍ତେ ଜାଣିଛନ୍ତି କି, ବାହାଘର ସାଧାରଣତଃ ଜୀବିତ ଲୋକମାନଙ୍କର ହୋଇଥାଏ । କିନ୍ତୁ ଚାଇନାରେ ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ମୃତକ ମାନଙ୍କର ସମାନ ରୀତିନୀତି ଅନୁଯାୟୀ ବାହାଘର କରାଯାଇଥାଏ ।

4/5

ଚୀନରେ ଏହି ଭୂତ ବିବାହ ପରମ୍ପରା ବହୁ ପୁରୁଣା ଅଟେ । ଖବର ଅନୁଯାୟୀ, ଏହି ପରମ୍ପରା ପ୍ରାୟ ୩୦୦୦ ବର୍ଷ ଧରି ଚାଲିଆସୁଛି, ଯେଉଁଥିରେ ଦୁଇ ଜଣ ଅବିବାହିତ ମୃତ ଲୋକଙ୍କ ମଧ୍ଯରେ ବିହାଘର ହୋଇଥାଏ ।

5/5

ଏହି ବିବାହରେ ମୃତ ବରର କବରରେ ମୃତ କନ୍ୟାର ଅସ୍ଥିକୁ ରଖାଯାଇଥାଏ । ଯାହା ଫଳରେ ଉଭୟ ଏକାଠି ରହିଥାଆନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଜୀବିତ ଲୋକଙ୍କ ବିବାହ ପରି ଏହି ମୃତଦେହ ବା ଭୂତ ମାନଙ୍କ ବିବାହ ମଧ୍ଯ ବେଶ ଧୁମଧାମରେ କରାଯାଇଥାଏ ।