Advertisement
photoDetails0hindi

Amitabh Bachchan: ସୁସ୍ଥ ହେଲେ ବିଗ୍‌ବି, ପୁଣି ଆରମ୍ଭ ହେବ‘Project K’ର ସୁଟିଂ

Amitabh Bachchan: ବଲିଉଡ ଅଭିନେତା ଅମିତାଭ ବଚ୍ଚନ (Amitabh Bachchan)। ଖୁବ୍‌ଶୀଘ୍ର ସୁଟିଂ ସେଟ୍‌କୁ ଫେରିବେ ବିଗ୍‌ବି । ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ଥିବାନେଇ ନିଜେ ଅମିତାଭ ସୂଚନା ଦେବାସହ ଖୁବ୍‌ଶୀଘ୍ର ସୁଟିଂ ସେଟ୍‌ରେ ପହଞ୍ଚିବେ ବୋଲି କହିଛନ୍ତି । ଅଫିସିଆଲ ବ୍ଳଗ୍‌ରେ(blog) ଆମିତାଭ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ଅପଡେଟ୍‌ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି ।

1/5

ଗତ ମାର୍ଚ୍ଚ ୬ ତାରିଖରେ ସୁଟି ସମୟରେ ଆହତ ହୋଇଥିଲେ ବିଗ୍‌ବି । ଫିଲ୍ମ ‘ପ୍ରୋଜେକ୍ଟ କେ’(project k)ର ଆକ୍ସନ ସୁଟିଂ ବେଳେ ତାଙ୍କର ମାଂସପେଶୀ ଉପରେ ଆଘାତ ଲାଗିଥିଲା । ଯନ୍ତ୍ରଣା ହେବା ପରେ ହାଇଦ୍ରାବାଦର AIG ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ଅମିତାଭ। ପରେ ଘରକୁ ଫେରିଥିଲେ ।

2/5

ଡାକ୍ତରଙ୍କ ପରାମର୍ଶ କ୍ରମେ ସିଟି ସ୍କାନ ପରେ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଅନେକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ କରି ଅନେକ ଦର୍ଶକଙ୍କ ମନ ଜିଣିଛନ୍ତି । ଅମିତାଭ ଆହତ ହୋଇଥିବା ନେଇ ସେ ନିଜେ ପ୍ରଥମେ ସୂଚନା ଦେଇଥିଲେ । ଡାକ୍ତର ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ । ଫଳରେ ଫିଲ୍ମର ସୁଟିଂ କାମ ବନ୍ଦ ରହିଥିଲା ।

3/5

ହେଲେ ଏବେ ଅମିତାଭ ସୁସ୍ଥ ହୋଇଥିବାରୁ ଖୁବ୍‌ଶୀଘ୍ର ‘ପ୍ରୋଜେକ୍ଟ କେ’ ସୁଟିଂ ଆରମ୍ଭ ହେବାକୁ ଯାଉଛି । ଫିଲ୍ମ ‘ପ୍ରୋଜେକ୍ଟ କେ’ ଆସନ୍ତାବର୍ଷ ମୁକ୍ତିଲାଭ କରିବ ବୋଲି ଆଶା ରଖାଯାଇଛି । ‘ପ୍ରୋଜେକ୍ଟ କେ’ରେ ପ୍ରଭାସ, ଦୀପିକା ପାଦୁକୋନ ଏବଂ ଦିଶା ପଟାନି ନଜର ଅସିବେ ।

4/5

ଗତବର୍ଷ ଦୀପାବଳି ପୂର୍ବରୁ ଅମିତାଭ ବଚ୍ଚନ, କୋନ୍ ବନେଗା କରୋଡପତି ସୋ ର ସୁଟିଂ ଚାଲିଥିବା ବେଳେ ଏକ ଅଘଟଣ ଘଟିଥିଲା ।ତାଙ୍କ ଗୋଡର ଶିରା କାଟି ଯାଇଥିଲା । ସେ ନିଜେ ଏକ ବ୍ଲଗ୍ ମାଧ୍ୟମରେ କହିଥିଲେ ଯେ, ଗୋଡର ଶିରା କାଟିବା ପରେ ବହୁ ରକ୍ତସ୍ରାବ ହୋଇଥିଲା । 

5/5

ଯେଉଁଥି ପାଇଁ ତାଙ୍କୁ ଡାକ୍ତରଖାନା ଯିବାକୁ ପଡିଥିଲା । ଯେଉଁଠାରେ ଡାକ୍ତରମାନେ ତାଙ୍କ ଗୋଡ ସିଲେଇ କରିଥିଲେ। ଏକ ତିଖଣ୍ ଧାତୁ ଖଣ୍ଡ ତାଙ୍କ ଯୋଗୁଁ ତାଙ୍କ ବାମ ଗୋଡର ଶିରରେ ଆଘାତ ଲାଗିଥିଲା। ଫଳରେ ତାଙ୍କ ଶିରା କାଟିଯାଇଥିଲା।