Advertisement
Photo Details/zeeodisha/odisha2085260
photoDetails0hindi

Odisha Bachao Samabesh: ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗ ଦେଇ ବିଜେପି-ବିଜେଡ଼ି ବିରୋଧରେ ବର୍ଷିଲେ ମଲ୍ଲିକାର୍ଜୁନ ଖାର୍ଗେ

AICC President Mallikarjun Kharge: ଜାନୁଆରୀ ୨୯ ତାରିଖ ସୋମବାର ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗ ଦେଇଛନ୍ତି  କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ। ଏହି ସମାବେଶରେ ଯୋଗ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ସରକାର ଅମଳର କଥା କହିବା ସହ ରାଜ୍ୟକୁ ମୋଦି-ନବୀନ ସରକାର କ'ଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। 

1/9

ରାଜ୍ୟରେ ଚାଲିଥିବା ଶାସନ ଏବଂ ନାମ ନନେଇ ଭିକେ ପାଣ୍ଡିଆନଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି। ରାଜ୍ୟରେ କଣ ଲୋକଙ୍କ ଅଭାବ ରହିଛି? କାହିଁକି ରାଜ୍ୟ ବାହାର ଲୋକଙ୍କ ଉପରେ ସରକାର ନିର୍ଭରଶୀଳ ସେ ନେଇ ପ୍ରଶ୍ନ କରିଥିଲେ। ରାଜ୍ୟରେ ରହିଥିବା ଦାରିଦ୍ର, ବେକାରୀ ଏବଂ ଦାଦନ ସମସ୍ୟା ମଧ୍ୟ ଉଠାଇଥିଲେ। କଂଗ୍ରେସ ସବୁବେଳେ ଗରିବ ଲୋକଙ୍କ ସାଥିରେ ରହିଛି ବୋଲି କହିଥିଲେ। 

 

2/9

୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ତଥା କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ। ଜାନୁଆରୀ ୨୮ ତାରିଖ ସୋମବାର ରାଜଧାନୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା  ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗ ଦେବା ରାଜ୍ୟର କୋଣ ଅନୁକୋଣରୁ ଆସିଥିଲେ କଂଗ୍ରେସ ନେତା କର୍ମୀ। ଏହି କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ବୋଧିତ କରିବା ବେଳେ ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ।

3/9

 

ଓଡ଼ିଶା ବଞ୍ଚାଅ ସମାବେଶକୁ ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସ ସରକାରଙ୍କ ଅମଳର କଥା କହିବା ସହ ରାଜ୍ୟକୁ ମୋଦି-ନବୀନ ସରକାର କଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହା ସହିତ ରାଜ୍ୟରେ ଚାଲିଥିବା ଶାସନ ଏବଂ ନାମ ନନେଇ ଭିକେ ପାଣ୍ଡିଆନଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି। ଓଡ଼ିଶାରେ କ'ଣ ଲୋକଙ୍କ ଅଭାବ ରହିଛି? କାହିଁକି ରାଜ୍ୟ ବାହାର ଲୋକଙ୍କ ଉପରେ ବିଜେଡ଼ି ସରକାର ନିର୍ଭରଶୀଳ ବୋଲି ପ୍ରଶ୍ନ କରିଥିଲେ।  

4/9

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମଧ୍ୟରେ ରହିଥିବା ପାର୍ଥକ୍ୟ ବିଷୟରେ କହିଥିଲେ। କେବଳ ସେତିକି ନୁହେଁ ରାଜ୍ୟରେ ରହିଥିବା ଦାରିଦ୍ର, ବେକାରୀ ଏବଂ ଦାଦନ ସମସ୍ୟା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। କଂଗ୍ରେସ ସବୁବେଳେ ଗରିବ ଲୋକଙ୍କ ସାଥିରେ ରହିଥିବା କହିଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ। 

 

5/9

 

ଓଡ଼ିଶା ବଞ୍ଚାଅ ସମାବେଶରେ ବହୁ ପୁରୁଖା ନେତା ଏକାଠି ହୋଇଥଲେ। ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସମାବେଶରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ ଅଜୟ କୁମାର ମଧ୍ୟ ତାଙ୍କ ଅଭିଭାଷଣ ରଖିଥିଲେ। ଓଡ଼ିଶା ବଞ୍ଚାଅ ସମାବେଶ ଆୟୋଜନ କରି ୨୦୨୪ ନିର୍ବାଚନ ଲାଗି ଦଳୀୟ ପ୍ରଚାର ଆରମ୍ଭ କରିଛନ୍ତି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ। 

6/9

ଚଳିତ ବର୍ଷ ଅନୁଷ୍ଠିତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଭଙ୍ଗା ଘର ସଜାଡିବାରେ ଲାଗିଛି କଂଗ୍ରେସ। ଏହି କ୍ରମରେ ଦଳ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଏବଂ ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ ହଟାଇଥିଲା ନିଲମ୍ବନ ଆଦେଶ। ସେହିପରି ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଉପରୁ ମଧ୍ୟ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି। ଦଳୀୟ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଯିବା ସମ୍ପର୍କରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଜଣାଇଛନ୍ତି। ରାଜ୍ୟ କଂଗ୍ରେସ ପ୍ରଭାରୀ ଦାୟୀତ୍ୱ ଗ୍ରହଣ କରିବା ପରେ ଅଜୟ କୁମାରଙ୍କୁ ଭେଟିଥିଲେ ଉଭୟେ ଚିରଞ୍ଜୀବୀ ବିଶ୍ୱାଳ ଏବଂ ମହମ୍ମଦ ମୋକିମ୍। ଦଳ ବିରୋଧି କାର୍ଯ୍ୟ କରିବା ଅଭିଯୋଗରେ ଚିରଞ୍ଜୀବୀ ବିଶ୍ୱାଳ, କୃଷ୍ଣଚନ୍ଦ୍ର ଶଗରିଆ, ମହମ୍ମଦ ମୋକିମ୍ ଦଳରୁ ନିଲମ୍ବିତ ହୋଇଥିଲେ।  

7/9

ସେମାନଙ୍କ ପୂର୍ବରୁ ୯ ଥର ସାଂସଦ ଥିବା  ଆଦିବାସୀ ନେତା ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ହେମାବତୀ ଗମାଙ୍ଗ ଏବଂ ପୁତ୍ର ଶିଶିର ଗଜମାଙ୍ଗ ମଧ୍ୟ କଂଗ୍ରେସ ଦଳକୁ ବାହୁଡ଼ିଥିଲେ। ବରଗଡ଼଼ ଲୋକସଭା ଆସନର ପୂ୍ର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ ଦଳକୁ ଫେରିଥିଲେ। ସେମାନେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ଼ ଅଜୟ କୁମାରଙ୍କ ଉପସ୍ଥିତିରେ ଦଳକୁ ଫେରିଥିଲେ।

8/9

ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ଏକ ପ୍ରକାର ଆରମ୍ଭ କରିଦେଇଛି କଂଗ୍ରେସ। ଏହି କ୍ରମରେ ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରାଜଧାନୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ୧୦ ହଜାରରୁ ଅଧିକ ନେତା କର୍ମୀ ଯୋଗ ଦେଉଥିବାର କହିଥିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର। ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଗୁରୁମନ୍ତ୍ର ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ। 

9/9

ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗ ଦେବା ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏକ ନିର୍ବାଚନ କମିଟି ଗଠନ କରିଥିଲେ। ଯେଉଁଥିରେ ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ନିର୍ବାଚନ କମିଟି ଅଧ୍ୟକ୍ଷ ରହିଥିବା ବେଳେ ୨୩ ଜଣ ଅନ୍ୟ ସଦସ୍ୟଙ୍କୁ ମଧ୍ୟ ସ୍ଥାନ ମିଳିଛି। ସେମାନେ ହେଉଛନ୍ତି ପୂର୍ବତନ ସାଂସଦ ସୁଶୀଳା ତିରିଆ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେବାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ, ରାଜ୍ୟ ମହିଳା କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା, ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପଟ୍ଟନାୟକ ଏବଂ ଅଜୟନ୍ତୀ ପ୍ରଧାନ।