Advertisement
photoDetails0hindi

Bollywood: ଅକ୍ଷୟ କୁମାରଙ୍କ ପରି ଏହି ସବିୁ ବଲିଉଡ଼ ସେଲିବ୍ରେଟି ନୁହଁନ୍ତି ଭାରତର ନାଗରିକ

Bollywood: ବଲିଉଡ଼ରେ ଏଭଳି କିଛି ସେଲିବ୍ରେଟି ଅଛନ୍ତି ଯିଏ କହିବାକୁ ଗଲେ ଭାରତୀୟ ହୋଇଥିଲେ ମଧ୍ଯ ସେମାନେ ଭାରତର ନାଗରିକ ନୁହଁନ୍ତି । ଆସନ୍ତୁ ଦେଖିବା ସେହି ସେଲିବ୍ରେଟଙ୍କ ତାଲିକା ।

1/5

ହେଲେନ(Helen)- ଅଭିନେତ୍ରୀ ହେଲେନଙ୍କ ଘର ବର୍ମାରେ ଯାହା ଆଜି ମିଆଁମାର ନାମରେ ପରିଚିତ । ୧୯୩୮ ମସିହାରେ ଜନ୍ମ ଗ୍ରହଣ କରିଥିବା ଏହି ଅଭିନେତ୍ରୀଙ୍କ ପିତା ଜଣେ ଆଙ୍ଗ୍ଲୋ ଇଣ୍ତିଆନ୍ ଓ ମାତା ବର୍ମାର ଥି୍ଲେ । ସୁନ୍ଦରତା ଓ ଜବରଦସ୍ତ ଡାନ୍ସ ପାଇଁ ଜଣାଶୁଣା ଥିବା ଅଭିନେତ୍ରୀ ହେଲେନ ପ୍ରଥମ ବିଦେଶୀ ଅଭିନେତ୍ରୀ ଅଟନ୍ତି ଯିଏ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ ।

2/5

ଆଲିଆ ଭଟ୍ଟ(Alia bhatt )- ବଲିଉଡ଼ର ଆଗ ଧାଡ଼ିର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ କିଏ ବା ନ ଜାଣେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆଲିଆ ଭାରତର ନାଗରିକ ନୁହଁନ୍ତି । ଅସଲରେ ଆଲିଆଙ୍କ ମାଆ ସୋନିଆ ରଜଦାନ ଜଣେ ବିଟ୍ରିଶ ନାଗରିକ ହୋଇଥିବା ବେଳେ ତାଙ୍କ ପିତା ମହେଶ ଭଟ୍ଟ ଭାରତୀୟ ନାଗରିକ ଅଟନ୍ତି । ତାଙ୍କ ମାଆ ବ୍ରିଟେନର ହୋଇଥିବାରୁ ଆଲିଆ ଓ ତାଙ୍କ ମାଆଙ୍କୁ ସମାନ ଦେଶର ନାଗରିକ ବୋଲି କୁହାଯାଏ । ଆଲିଆଙ୍କ ପାଖରେ ବିଟ୍ରିଶ ପାସପୋର୍ଟ ମଧ୍ଯ ରହିଛି ।

3/5

କ୍ୟାଟରିନା କୈଫ(katrina kaif)-  ବଲିଉଡ଼ର ଟପ ଲିଷ୍ଟ ଅଭିନେତ୍ରୀ ବା ଅଭିନେତା ଭିକି କୌଶଲଙ୍କ ପତ୍ନୀ କ୍ୟାଟରିନା କୈଫ ମଧ୍ଯ ଭାରତୀୟ ନାଗରିକ ନୁହଁନ୍ତି । ହଂକଂରେ ଜନ୍ମ ଗ୍ରହଣ କରିଥିବା କ୍ୟାଟରିନା ଜଣେ ବ୍ରିଟେଶ ନାଗରିକ ଅଟନ୍ତି । ରୋଜଗାର ଭିସାରେ କ୍ୟାଟରିନା ଭାରତରେ ରହୁଛନ୍ତି ।

4/5

ସନ୍ନି ଲିଓନି(Sunny Leone)-  କରଣଜିତ୍ କୌର ଭାବେ ନାମିତ ସନ୍ନି ଲିଓନିଙ୍କ ପିତାମାତା କାନାଡ଼ୀୟ ଓ ଆମେରିକୀୟ ନାଗରିକ ଥିଲେ । ବଲିଉଡ଼ରେ ଅନେକ ଫିଲ୍ମରେ କାମ କରିଥିବା ସନ୍ନିଙ୍କ ପାଖରେ ଏବେ ବି କାନାଡ଼ାର ନାଗରିକତ୍ବ ରହିଛି ।

5/5

ଜ୍ୟାକଲିନ ଫର୍ଣ୍ଣାଣ୍ତିଜ(Jacqueline Fernandez)- ବଲିଉଡ଼ରେ ପାଦ ଦେବା ପୂର୍ବରୁ ଜ୍ୟାକଲିନ ଶ୍ରୀଲଙ୍କାର ସୁପରଷ୍ଟାର ଥିଲେ । ଶ୍ରୀଲଙ୍କାରେ ଜନ୍ମିତ ଏହି ଅଭିନେତ୍ରୀ ମଡ଼େଲ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୯ ମସିହାରେ ସେ ବଲିଉଡ଼ରେ ପାଦ ଥାପି ଥିବାବେଳେ ସେ ଏବେ ବି ଶ୍ରୀଲଙ୍କାର ନାଗରିକ ଅଟନ୍ତି ।