Advertisement
Photo Details/zeeodisha/odisha1918996
photoDetails0hindi

Most Awaited Celebs Wedding: ୨୦୨୪ରେ ହାତକୁ ଦୁଇ ହାତ ହେବେ ଏହି ସବୁ ଷ୍ଟାର କପଲ୍ !ପଢ଼ନ୍ତୁ ପୁରା ଷ୍ଟୋରୀ

Most Awaited Celebs Wedding: ଅନେକ ପ୍ରସିଦ୍ଧ ସେଲିବ୍ରିଟି ଦମ୍ପତି ଅଛନ୍ତି ଯେଉଁମାନେ ଖୁବ୍ ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି। ଏହି ଦମ୍ପତ୍ତିମାନଙ୍କ ବିବାହ ଦେଖିବା ପାଇଁ ତାଙ୍କ ଫ୍ୟାନମାନେ ମଧ୍ୟ ଖୁବ୍ ଉତ୍ସାହିତ ହୋଇ ଅଛନ୍ତି।

1/5

ମଲାଇକା-ଅର୍ଜୁନଙ୍କ ବିବାହ-

ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ବିବାହର ଖବର ବାରମ୍ବାର ସାମ୍ନାକୁ ଆସୁଛି। ସେମାନଙ୍କ ସମ୍ପର୍କ ବର୍ତ୍ତମାନ କିଛି ସମୟ ଧରି ଚାଲିଆସୁଛି ଏବଂ ଖବର ମିଳିଛି ଯେ ଏହି ଯୋଡ଼ି ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯୋଜନା କରୁଛନ୍ତି । ତେଣୁ ଏହି ଯୋଡ଼ି ୨୦୨୪ରେ ବିବାହ କରିବା ନେଇ ଚର୍ଚ୍ଚା ହେଉଛି।

2/5

ରକୁଲ-ଜ୍ୟାକିଙ୍କ ବିବାହ-

ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିଛନ୍ତି। ଦୁହିଁକୁ ଏକାଠି ଅନେକ ଇଭେଣ୍ଟରେ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସେମାନଙ୍କର ପ୍ରଶଂସକମାନେ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି।

3/5

ବିଦ୍ୟୁତ ଜାମୱାଲ ଏବଂ ନନ୍ଦିତା ମହତାନି-

ଏହି ଦମ୍ପତି ଦୀର୍ଘ ଦିନ ରିଲେସନସିପରେ ଅଛନ୍ତି ବର୍ତ୍ତମାନ ସେମାନଙ୍କ ବିବାହକୁ ଅପେକ୍ଷା ।ରିପୋର୍ଟ ଅନୁସାରେ ଏହି କପଲ୍ ଆସନ୍ତା ବର୍ଷ ଲଣ୍ଡନରେ ଡେଷ୍ଟିନେସନ ବିବାହ କରିବାକୁ ଯାଉଛନ୍ତି।

4/5

ଇରା ଖାନ ଏବଂ ନୁପୁର ଶିଖର-

ଅମିର ଖାନଙ୍କ ଝିଅ ଓ ତାଙ୍କ ଦୀର୍ଘ ଦିନର ବଏଫ୍ରେଣ୍ଡ ନୁପୁର ଶିଖର ଆସନ୍ତା ବର୍ଷ ୨ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

5/5

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ:

 ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏହା ବର୍ଷର ସବୁଠାରୁ ବଡ ବିବାହ ହେବ ।