କମିଲା ଶୀତ; ଦୁଇଦିନ ଧରି ଏହି ଜିଲ୍ଲା ଗୁଡିକରେ ହେବ ବର୍ଷା
Advertisement
Article Detail0/zeeodisha/odisha1055016

କମିଲା ଶୀତ; ଦୁଇଦିନ ଧରି ଏହି ଜିଲ୍ଲା ଗୁଡିକରେ ହେବ ବର୍ଷା

ଏହାସହ ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ୨୬ ତାରିଖ ବେଳକୁ କୋହଲା ପାଗ ସହ ଆଭ୍ୟନ୍ତରୀଣ ଇଲାକାର କିଛି ଜାଗାରେ ବର୍ଷା(Rain) ହେବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

କମିଲା ଶୀତ; ଦୁଇଦିନ ଧରି ଏହି ଜିଲ୍ଲା ଗୁଡିକରେ ହେବ ବର୍ଷା

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର:  ଉଠିଲା ପାରଦ, କମିଲା ଶୀତ, ହାଡ଼ଭଙ୍ଗା ଜାଡ଼ରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । ରାଜ୍ୟରେ ଲଗାଣ ଶୀତ ଲହରୀରେ ବ୍ରେକ୍ ଲାଗିଛି । ଆଜିଠାରୁ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ତେବେ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୯ ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ନୟାଗଡ, ସୋନପୁର ଓ ବୌଦ୍ଧରେ ହାଲୁକା କୁହୁଡି (Fog) ଦେଖାଦେବାର ସମ୍ଭାବନା ରହିଛି । ଏହାସହ ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ୨୬ ତାରିଖ ବେଳକୁ କୋହଲା ପାଗ ସହ ଆଭ୍ୟନ୍ତରୀଣ ଇଲାକାର କିଛି ଜାଗାରେ ବର୍ଷା(Rain) ହେବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Also Read: ୮୦୦ ଲୋକ ଥିବା ବୋଟରେ ଲାଗିଲା ନିଆଁ, ୪୦ ଜଣଙ୍କ ମୃତ୍ୟୁ

୨୬ ଓ ୨୭ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain)  ହେବ । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ୬.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୧୧ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି ।