YouTube: ଭିଡ଼ିଓ ଚାଲିବା ପୂର୍ବରୁ ଦେଖିବାକୁ ପଡ଼ିବ ୫ଟି ବିଜ୍ଞାପନ, ନୂଆ ନିୟମ ଆଣୁଛି ୟୁଟ୍ୟୁବ
Advertisement
Article Detail0/zeeodisha/odisha1359970

YouTube: ଭିଡ଼ିଓ ଚାଲିବା ପୂର୍ବରୁ ଦେଖିବାକୁ ପଡ଼ିବ ୫ଟି ବିଜ୍ଞାପନ, ନୂଆ ନିୟମ ଆଣୁଛି ୟୁଟ୍ୟୁବ

YouTube: ୟୁଟ୍ୟୁବରେ ଭିଡିଓ ଦେଖିବା ପୂର୍ବରୁ ଆପଣଙ୍କୁ ୫ଟି ଅନସ୍କିପେବଲ ଭିଡିଓ ବିଜ୍ଞାପନ ଦେଖିବାକୁ ପଡ଼ିବ। ଅର୍ଥାତ୍ ୟୁଟ୍ୟୁବରେ ଓରିଜିନାଲ ଭିଡିଓ ଚାଲିବା ପୂର୍ବରୁ ୫ଟି ବିଜ୍ଞାପନ (Ads) ଚାଲିବ, ଯାହାକୁ ଆପଣମାନେ ସ୍କିପ୍ କରିପାରିବେ ନାହିଁ।

ସୌ: ସୋସିଆଲ ମିଡିଆ

YouTube: ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ଏକ ନୂଆ ନିୟମ ଉପରେ କାମ କରୁଛି । ଏଣିବି ୟୁଟ୍ୟୁବରେ ଭିଡିଓ ଦେଖିବା ପୂର୍ବରୁ ଆପଣଙ୍କୁ ୫ଟି ଅନସ୍କିପେବଲ ଭିଡିଓ ବିଜ୍ଞାପନ (Unskippable Video Ads) ଦେଖିବାକୁ ପଡ଼ିପାରେ। ଖୁବଶୀଘ୍ର ଏହାକୁ ଲଞ୍ଚ୍ ମଧ୍ୟ କରାଯିବ। ଏହି ଖବର ଆସିବା କ୍ଷଣି ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ଆପଣ ଜାଣିଥିବେ, ବର୍ତ୍ତମାନ ୟୁଟ୍ୟୁବ ନିଜ ଫ୍ରି ୟୁଜର୍ସଙ୍କ ପାଇଁ ୨ଟି ଅନସ୍କିପେବଲ ବିଜ୍ଞାପନ ଦେଖାଉଛି। ହେଲେ ଏବେ ଲାଗୁଛି ୫ଟି ବିଜ୍ଞାପନ ଦେଖି ୟୁଜର୍ସ ବିରକ୍ତ ହେବା ସୁନିଶ୍ଚିତ।

ଏନେଇ କ’ଣ କହୁଛି ୟୁଟ୍ୟୁବ?

ୟୁଟ୍ୟୁବର ୫ଟି ଅନସ୍କିପେବଲ ବିଜ୍ଞାପନ କଥା ସାମ୍ନାକୁ ଆସିବା ପରେ ଟ୍ୱିଟରରେ ହାଲ୍ଲା ମଚି ଯାଇଥିଲା। ବିଭିନ୍ନ ଲୋକେ ଏହାକୁ ନେଇ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ନିକଟରେ ଏକ ଟ୍ୱିଟ୍ ର ରିପ୍ଲାଏ ଦେବାକୁ ଯାଇ ୟୁଟ୍ୟୁବ କହିଛି ଯେ, ଏହା ସମସ୍ତ ଭିଡିଓ ସହିତ ଘଟିବ ନାହିଁ ଏବଂ ଏହି ବିଜ୍ଞାପନଗୁଡ଼ିକ ଅଧିକ ସମୟ ହେବ ନାହିଁ। ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ନିଶ୍ଚିତ କରିଛି ଯେ, ପ୍ରତ୍ୟେକ ବିଜ୍ଞାପନ କେବଳ ୬ ସେକେଣ୍ଡ ଲମ୍ବା ହେବ, ଏହାଠାରୁ ଅଧିକ ନୁହେଁ। ଏହି ନୂତନ ବିଜ୍ଞାପନ ଫର୍ମାଟକୁ ବମ୍ପର ଆଡ୍ସ (Bumper Ads) କୁହାଯାଉଛି। ଏଗୁଡ଼ିକ କେବଳ ସେକେଣ୍ଡ ୬ ସେକେଣ୍ଡର ହିଁ ରହିବ।

ଏଥିରୁ ଆପଣଙ୍କୁ ବୁଝିବାକୁ ହେବ କି, ୟୁଟ୍ୟୁବରେ ଭିଡିଓ ଦେଖିବା ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୩୦ ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ।

ୟୁଟ୍ୟୁବର ଏହି ନୂଆ ନିୟମ ଭିଡିଓର ରିଚ୍ ଏବଂ ଏନଗେଜମେଣ୍ଟ ଉପରେ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ନୂଆ ନିୟମ ଯୋଗୁଁ କଣ୍ଟେଣ୍ଟ୍ କ୍ରିଏଟର୍ସଙ୍କମାନଙ୍କୁ ଆହୁରି ମୁଣ୍ଡ ଖଟାଇ ଭିଡିଓ ପ୍ରସ୍ତୁତ କରିବାକୁ ହେବ। କାହିଁକି ନା, ରିଲ୍‌ସ ଆଉ ସର୍ଟ୍‌ସ ଜମାନାରେ ୟୁଜର୍ସଙ୍କ ପାଇଁ ୩୦ ସେକେଣ୍ଡ ଧର୍ଯ୍ୟ ଧରି ଜଗିବା ମୁସ୍କିଲ ହୋଇପାରେ।

କେମିତି ଏହି ବିଜ୍ଞାପନରୁ ବଞ୍ଚିବେ?

ୟୁଟ୍ୟବରେ ଆପଣ ଏହି ବିଜ୍ଞାପନ ଦେଖିବାକୁ ଏଡ଼ାଇ ମଧ୍ୟ ପାରିବେ। ସେଥିପାଇଁ ଆପଣଙ୍କୁ ୟୁଟ୍ୟୁବ ପ୍ରିମିୟମ ରିଚାର୍ଜ କରିବାକୁ ପଡ଼ିବ। ୟୁଟ୍ୟୁବ ପ୍ରିମିୟମରେ ବିନା ବିଜ୍ଞାପନରେ ଆପଣ ସବୁ ଭିଡିଓ ଦେଖିପାରିବେ। ବିଜ୍ଞାପନ ଛଡ଼ା ଆହୁରି ଅନେକ ଫିଚର ମଧ୍ୟ ଏଥିରେ ରହିଛି। ଭିଡିଓକୁ ଅଫଲାଇନ ଦେଖିବା ପାଇଁ ଡାଉନଲୋଡ ସୁବିଧା, ବ୍ୟାକଗ୍ରାଉଣ୍ଡ ଭିଡିଓ ପ୍ଲେ, ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଇତ୍ୟାଦି। ୟୁଟ୍ୟୁବ ପ୍ରିମିୟମରେ ଏଭଳି ଅନେକ ସୁବିଧାର ଲାଭ ଉଠାଇ ପାରିବେ ଆପଣ।

ଏହା ବି ପଢ଼ନ୍ତୁ: Instagram Reel ବନାଇବାକୁ ମନା କରିବାକୁ ଥାନାରେ ଉନ୍ମୁକ୍ତ କାଣ୍ଡ କରି ବସିଲେ ମହିଳା